ମୁଖ୍ୟ ଶାସନ ସଚିବଙ୍କ ସହ ଭାରତ ସରକାରଙ୍କ ସାମ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବଙ୍କ ବୈଠକ
ଏସ୍ଟି, ଏସ୍ସି, ଭିନ୍ନକ୍ଷମ ଓ ଓ କିନ୍ନରଙ୍କ କଲ୍ୟାଣକୁ ଗୁରୁତ୍ବ
ଓଡ଼ିଶା ସରକାରଙ୍କ ବିଭିନ୍ନ ଙ୍କ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପକୁ ପ୍ରଶଂସା
ନିଶାମୁକ୍ତ ଭାରତ ଅଭିଯାନରେ ର ବ୍ୟାପକ ସଚେତନତାକୁ ଗୁରୁତ୍ବ
ଭୁବନେଶ୍ବର, ତା-୨୧.୮.୨୦୨୬
ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗଙ୍କ ସହ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସୁଧାଂଶ ପନ୍ଥ ଏକ ବୈଠକରେ ରାଜ୍ୟ ଅନୁସୂଚିତ ଜନ ଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାଧ୍ଯମରେ କାର୍ଯ୍ୟକାରୀ ହେଉଥିବା ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ପାରୁଲ ପଟ୍ଟୱାରୀ, ଏସସିଏସଟି ଓ ଏମବିସି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ବରନ, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ଏନ୍.ତିରୁମାଳା ନାୟକ ଙ୍କ ସମେତ ଗୃହ ବିଭାଗ ତଥା ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ, ସଂପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ପଦାକାରୀମାନେ ଉପସ୍ଥିତ ଥିଲେ ।
ଏସସିଏସଟି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପରମେଶ୍ବରନ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ସାମଗ୍ରିକ ବିକାଶ ଓ ସଶକ୍ତକରଣ ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ସଂପର୍କରେ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ( ପିଏମଏଜିୱାଇ) ଅଧୀନରେ ୨୦୨୫ -୨୬ ରେ ଏବଂ ୨୦୨୬-
୨୭ରେ ଓଡ଼ିଶାର ୩୦ଟି ଜିଲ୍ଲାର ମୋଟ ୨୦୩୩ ଗ୍ରାମ ଚୟନ କରାଯାଇ ତନ୍ମଧ୍ୟରୁ ୧୫୧୯ ଗ୍ରାମକୁ ଆଦର୍ଶ ଗ୍ରାମ ଘୋଷଣା କରାଯାଇ ଗ୍ରାମୀଣ ଉନ୍ନୟନ, ଜୀବିକା ଓ ଦକ୍ଷତା ବିକାଶକୁ ଗୁରୁତ୍ବ ଦିଆଯାଇଛି ।
ଏସସି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ଆୟ ସୃଷ୍ଟି ଯୋଜନା ( ଆଇଜିଏସ) କାର୍ଯ୍ୟକାରୀ ହେଉଛି । କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ ଏବଂ ଶିଳ୍ପ, ସେବା ଓ ବ୍ୟବସାୟ କ୍ଷେତ୍ରରେ ଜୀବିକା ସୁଯୋଗ ସୃଷ୍ଟି ପାଇଁ ବ୍ୟାଙ୍କ ଋଣ ଓ ସବସିଡି ମାଧ୍ଯମରେ ସହାୟତା ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ( ପିଏମ-ଅଜୟ) ) ଅଧୀନରେ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଆୟ ସୃଷ୍ଟି ଯୋଜନା ଓ ଭିଭିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ୪୬୨୮ ଜଣଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇ ନିଯୁକ୍ତିଭିଭିକ ସହାୟତା ପ୍ରଦାନ କରାଯାଇଛି । ଦୁର୍ଗମ ଅଞ୍ଚଳର ଏସସି ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ସୁଯୋଗ ଯୋଗାଇଦେବା ପାଇଁ ହଷ୍ଟେଲ ସୁବିଧା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଓଡ଼ିଶାରେ ୧୬୮ଟି ଏସସି ହଷ୍ଟେଲ କାର୍ଯ୍ୟକ୍ଷମ ରହିଛି ।
ଶିକ୍ଷା କ୍ଷେତ୍ରରେ ପ୍ରି-ମାଟ୍ରିକ୍ ଓ ପୋଷ୍ଟ ମାଟ୍ରିକ୍ ବୃଭି ମାଧ୍ୟମରେ ଏସସି ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ୨୦୨୫-୨୬ରେ ୨,୩୮,୧୦୯ ଜଣଙ୍କୁ ପୋଷ୍ଟ ମାଟ୍ରିକ୍ ବୃଭି ଏବଂ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରି-ମାଟ୍ରିକ୍ ବୃଭି ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ସ୍କଲାର ସିପ୍ ପୋର୍ଟାଲ ମାଧ୍ୟମରେ ଡିଜିଟାଲ ପ୍ରକ୍ରିୟାରେ ଆବେଦନ ଓ ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି । ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପିଏମ୍ ଯଶସ୍ତ୍ରୀ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ପ୍ରି-ମାଟ୍ରିକ୍ ଓ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ସହିତ ହଷ୍ଟେଲ ସୁବିଧା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ସ୍କଲାରସିପ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ୬୦:୪୦ ରହିଛି । ୨୦୨୫-୨୬ରେ ୨,୦୮,୭୪୫ ଜଣଙ୍କୁ ପ୍ରି ମାଟ୍ରିକ୍ ଏବଂ ୪,୭୧,୫୭୨ ଜଣଙ୍କୁ ବୃଭି ପ୍ରଦାନ କରାଯାଇଛି ।
ଜୀବିକା ନିର୍ବାହ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ହର ପାର୍ବତୀ ସ୍ବୟଂ ସହାୟକ ଗୋଷ୍ଟୀଙ୍କ ଦ୍ବାରା ଅର୍କିଡ୍ ଫୁଲ ଚାଷ, ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସଫଳତାର ସହ କାର୍ଯ୍ୟ କରି ଢେଙ୍କାନାଳ ଜିଲ୍ଲାର କିଶାନ ପାତ୍ରଙ୍କ ହାଇଦରାବାଦରେ ଏକ ବୈଷୟିକ ସଂସ୍ଥାରେ ନିଯୁକ୍ତି, ବାଲେଶ୍ବର ଜିଲ୍ଲାର ପର୍ଶୁରାମ ମାଝି ଚୀନ ଦେଶରେ ବୈଷୟିକ କ୍ଷେତ୍ରରେ ନିଯୁକ୍ତି ଭଳି ସଫଳ କାହାଣୀ ବୈଠକରେ ଉପସ୍ଥାପନ କରାଯାଇ ଆଲୋଚନା କରାଯାଇଥିଲା । ଭାରତ ସରକାରଙ୍କ ସଚିବ ଏହି ସଫଳତା କାହାଣୀ ଓ ଉଭୟ ବିଭାଗର କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ ।
ନିର୍ଦ୍ଦେଶକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ, ଓଡ଼ିଶା ରାଜ୍ୟରେ ଭିନ୍ନକ୍ଷମ କଲ୍ୟାଣ, ସାମାଜିକ ସୁରକ୍ଷା, କିନ୍ନର ଓ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ସଂପର୍କିତ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ଯୋଜନା କାର୍ଯ୍ୟକାରିତା ସଂପର୍କରେ ଉପସ୍ଥାପନ କରିଥିଲେ । ନିଶାଗ୍ରସ୍ତଙ୍କୁ ନିଶାମୁକ୍ତ ଉଦ୍ଦେଶ୍ୟରେ ୪୧ଟି ପାଇଁ ସମନ୍ବିତ ଥଇଥାନ କେନ୍ଦ୍ର ଏବଂ ୧୧ଟି ''ଦିଶା" ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଦିଶା କେନ୍ଦ୍ର ମାଧ୍ୟମରେ ୪,୯୮୬ ଜଣଙ୍କୁ ପୁନର୍ବାସ କରାଯାଇବେଳେ ୩,୫୭୭ ଜଣଙ୍କୁ ଦକ୍ଷତା ତାଲିମ ଓ ୧,୪୫୯ ଜଣଙ୍କୁ ଜୀବି କାମୂଳକ ନିଯୁକ୍ତି ପ୍ରଦାନ କରାଯାଇଛି ।
ନିଶାମୁକ୍ତ ଭାରତ ଅଭିଯାନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିଶାମୁକ୍ତ ଓଡ଼ିଶା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବେଆଇନ୍ ଗଂଜେଇ ଚାଷ ନଷ୍ଟ ପାଇଁ ପଦକ୍ଷେପ, ଚଢାଉ ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ସଂପର୍କରେ ସୂଚନା ଦିଆଯାଇଥିଲା । ନିଶାମୁକ୍ତ ଭାରତ ଅଭିଯାନକୁ ଅଧିକ ବ୍ୟାପକ କରିବାକୁ ଭାରତ ସରକାରଙ୍କ ସଚିବ ଶ୍ରୀ ପନ୍ଥ ଗୁରୁତ୍ୱାରୋପ କରିଥିଲେ ।
ଭିନ୍ନକ୍ଷମ ଓ କିନ୍ନରମାନଙ୍କର କଲ୍ୟାଣ ସଂପର୍କରେ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ସଂମ୍ପର୍କରେ ଆଲୋକପାତ କରାଯାଇଥିଲା । କିନ୍ନର ସମ୍ପ୍ରଦାୟର ଅଧିକାର ଓ କଲ୍ୟାଣ ପାଇଁ ଓଡ଼ିଶା ରାଜ୍ୟ ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ ଗଠିତ ହୋଇ ଗତ ଅଗଷ୍ଟ ୭ରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ୩,୧୫୯ଟି ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ୍ ଓ ପରିଚୟପତ୍ର ଜାରି ହୋଇଛି । ସେମାନଙ୍କ ପାଇଁ ‘ମଧୁବାବୁ ପେନସନ’ ଯୋଜନାରେ ସହାୟତା ଓ ‘ବସୁନ୍ଧରା’ ରେ ବାସହୀନଙ୍କୁ ଗୃହ ସୁବିଧା ସଂପର୍କରେ ଆଲୋକ ପାତ କରିଥିଲେ । ୧୦୪ରୁ ଅଧିକ ଟ୍ରାନ୍ସଜେଣ୍ଡର ସ୍ବୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଥିବାବେଳେ ୫୮ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୫୦,୦୦୦ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ଦିଆଯାଇଛି । ଭିକ୍ଷାବୃତ୍ତିରେ ନିୟୋଜିତ ଓ ନିରାଶ୍ରୟ ବ୍ୟକ୍ତିଙ୍କ ପୁନର୍ବାସ ପାଇଁ ରାଜ୍ୟରେ ୨୧ଟି ''ଭିକ୍ଷୁକ ପୁନର୍ବାସ କେନ୍ଦ୍ର'' କାର୍ଯ୍ୟକ୍ଷମ ରହିଛି । ୮ଟି ଜିଲ୍ଲାରେ ପ୍ରାୟ ୧,୮୦୦ ଜଣଙ୍କୁ ଏହା ମାଧ୍ୟମରେ ସହାୟତା ଦିଆଯାଉଛି ।
ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ଯୋଜନା ଅଧୀନରେ ଓଡ଼ିଶାରେ ମୋଟ ୯୫ଟି ବୃଦ୍ଧାଶ୍ରୟ କାର୍ଯ୍ୟକ୍ଷମ ରହିଛି ଏବଂ ଏଥିରେ ୨,୬୦୦ ଜଣ ଅନ୍ତେବାସୀ ରହୁଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ବାସ୍ଥ୍ୟସେବା ସହ ଅନ୍ୟାନ୍ୟ ସେବାକୁ ଗୁରୁତ୍ବ ଦିଆଯାଉଛି । ବୈଠକରେ ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖ୍ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ ଦୀର୍ଘତମ ରଣନୀତି ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ ନୀତିର ପୁନଃ ସଂଶୋଧନ, ଦିବ୍ୟାଙ୍ଗ ସମାବେଶୀ ନୀତି, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ଇଣ୍ଟର ଏଜେନ୍ସି କାଉନସିଲ ଷ୍ଟେଟ୍ ରିସୋର୍ସ ସେଣ୍ଟର ଭଳି ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ବ ଦିଆଯାଇଛି । ‘ଭିକ୍ଷୁକ’ ମାନଙ୍କ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ‘ସହାୟ’ ଯୋଜନାରେ ଭିକାରୀ ଓ ନିରାଶ୍ରୟ ମାନଙ୍କୁ କିପରି ଥଇଥାନ କରାଯାଇଛି, ସେ ସଂପର୍କରେ ସୂଚନା ଦିଆଯାଇଥିଲା ।