ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି । ଜନସାଧାରଣଙ୍କୁ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଙ୍କ ପରାମର୍ଶ ।
ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି । ଜନସାଧାରଣଙ୍କୁ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଙ୍କ ପରାମର୍ଶ ।
ରାଜ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳର ଉପଲବ୍ଧତା ନେଇ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ।
ନେଶ୍ବର, ତା- ୧୦.୦୩.୨୦୨୬ ଭୁବନେଶ୍ବର
ରାଜ୍ୟ ରାଜ୍ୟରେ ରନ୍ଧନ ଗ୍ୟାସ (ଏଲପିଜି) ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଏକ ବୈଠକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଲୋକସେବା ଭବନସ୍ଥିତ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଙ୍କ ସମେତ ଜାଳେଣି ଗ୍ୟାସ(ଏଲପିଜି) ଓ ଇନ୍ଧନ ତୈଳ ମାର୍କେଟିଂ କରୁଥିବା ଆଓସିଏଲ୍, ଏଚ୍ପିସିଏଲ ଓ ବିପିସିଏଲ ଆଦି କମ୍ପାନୀର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।
ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ(ଏଲପିଜି) ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥ୍ ନେ ନେଇ ବିଶେଷ ତୈଳ ବଶୋଧନାଗାଠ ଚନ୍ଦିତ ନ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବୈଠକରେ ବିଶୋଧନାଗାର/ ଡିପୋରୁ ଏଲପିର୍ଜି ବିତରକ ଓ ରିଟେଲ ଆଉଟ୍ଲେଟ୍କୁ ବିତରଣ ପ୍ରକ୍ରିୟା ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଖାଉଟିମାନଙ୍କୁ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଣ ନେଇ ସମସ୍ୟା ନ ଥୁବା ସଂପର୍କରେ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକ ପାଇଁ ମଧ୍ଯ ରନ୍ଧନ ଗ୍ୟାସ ଯୋଗାଣରେ ମସ୍ଯା ନାହିଁ । ମୁଖ୍ୟ ଶାସନ ସଚିବ ସୁବିଧାରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବ୍ଧ ହେବା ନେଇ ଯୋଗାଣ ୩ଣ ଶୃଙ୍ଖଳ ସନ୍ତୁଳନ ବଜାୟ ରଖୁବାକୁ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ
ରନ୍ଧନ ଗ୍ୟାସ ও ପେଟ୍ରୋଲ, ଡିଜେଲ ଆଦିର ଉପଲବ୍ଧତା ନେଇ ନିୟମିତ ଭାବେ ବିଭିନ୍ନ୍ ମାଧ୍ୟମରେ ଆବଶ୍ୟକୀୟ ସୂଚନା ଜାରି ରଖୁବାକୁ ଉଭୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ତୈଳ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବ୍ଧତା ନେଇ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନେ କେନ୍ଦ୍ର
ସରକାରଙ୍କୁ ଯେଉଁ ବିବରଣୀ ପ୍ରଦାନ କରୁଛନ୍ତି, ତାହାର ଏକ ରିପୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଦୈନିକ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।