ଯୁବକଙ୍କ ଉପରେ ଚଢିଗଲା ହାଇୱା

ଢେଙ୍କାନାଳ : ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା। ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ପଞ୍ଚଶଖା ରାଇସ ମିଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଆଲୁଅଝରଣ ଗାଁର ଶାମ୍ବ କୁମାର ସାହୁ। ଆଜି ସକାଳେ ଶାମ୍ବ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଯାଉଥିଲେ। ଏହି ସମୟରେ ମହୁଲି ନିକଟରେ ତାଙ୍କୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେବା ସହିତ କିଛି ବାଟ ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା। ଉତ୍ତ୍ୟକ୍ତ ଲୋକମାନେ ମୃତକ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପାଞ୍ଚଟି ଝିଅରେ ଗୋଟିଏ ପୁଅ ଥିଲେ ଶାମ୍ବ। ତେବେ ଶାମ୍ବଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Mar 16, 2024 - 18:35
 10
ଯୁବକଙ୍କ ଉପରେ ଚଢିଗଲା ହାଇୱା