ନିର୍ମାଣଧୀନ କୋଠାରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କଟକ : କଟକ ଏସ ସି ବି ସମ୍ପ୍ରସାରଣ ପ୍ରୋଜେକ୍ଟ ଅଂଚଳ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏସ ସି ବି ମେଡିକାଲ ପରିସରରେ ଏକ ନିର୍ମାଣଧୀନ କୋଠାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ଢେଙ୍କାନାଳ ଅଂଚଳର ଶ୍ରମିକ କ୍ଷୀରୋଦ ଚନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । କ୍ଷୀରୋଦ ଠିକା ସଂସ୍ଥାର ଜଣେ ଶ୍ରମିକ ଭାବରେ ଏଠାରେ କାମ କରୁଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

ନିର୍ମାଣଧୀନ କୋଠାରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର