ରାଜ୍ୟ ସଭା ନିର୍ବାଚନ ପାଇଁ ନିଯୁକ୍ତି ପାଇଲେ ୩ ଦଳର ଏଜେଣ୍ଟ...

Mar 15, 2026 - 21:42
 32
ରାଜ୍ୟ ସଭା ନିର୍ବାଚନ ପାଇଁ ନିଯୁକ୍ତି ପାଇଲେ ୩ ଦଳର ଏଜେଣ୍ଟ...

ରାଜ୍ୟ ସଭା ନିର୍ବାଚନ ପାଇଁ ନିଯୁକ୍ତି ପାଇଲେ ୩ ଦଳର ଏଜେଣ୍ଟ...

ଆସନ୍ତା କାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ ନିଜ ନିଜର ଏଜେଣ୍ଟଙ୍କ ନାଁ ଘୋଷଣା କରିସାରିଛନ୍ତି

????ଆଗାମୀ ରାଜ୍ୟସଭା ନିର୍ବାଚନରେ ଶାସକ ଦଳ ବିଜେପି ପାଇଁ ନିର୍ବାଚନ ଏଜେଣ୍ଟ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ। 

????ସେହିପରି ବରିଷ୍ଠ ବିଧାୟକ ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ ବିଜେଡିର ଏଜେଣ୍ଟ ଭାବେ କାମ କରିବେ।

????କଂଗ୍ରେସର ଏଜେଣ୍ଟ ରହିବେ ପିସିସି ସଭାପତି ଭକ୍ତଚରଣ ଦାସ।

????ଏହା ପୂର୍ବରୁ ଶାସକ ଦଳ ଏହାର ବିଧାୟକମାନଙ୍କୁ ଏକ ହ୍ୱିପ୍ ଜାରି କରିଥିଲା 

ମାର୍ଚ୍ଚ ୧୬ରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ରହିବାକୁ କହିଥିଲା। 

????ତତ ସହ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ସେମାନଙ୍କର ବିଧାୟକମାନଙ୍କୁ ମଧ୍ୟ ହ୍ୱିପ୍ ଜାରି କରିଥିଲେ |