ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ରେ ପଞ୍ଚମ ସ୍ଥାନରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉପାନ୍ତ ଇଲାକାର ଝିଅ ବବିତା ଦୋରା

Nov 11, 2025 - 20:28
 6
ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ରେ ପଞ୍ଚମ ସ୍ଥାନରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉପାନ୍ତ ଇଲାକାର ଝିଅ ବବିତା ଦୋରା

ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା...

ଖୋର୍ଦ୍ଧା ସ୍ଥିତ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୯ତମ ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । 

ଉକ୍ତ ପ୍ରତିଯୋଗିତାରେ ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I 

ଏଥିରେ କଳାହାଣ୍ଡି ଜିଲ୍ଲା ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାଳକ ବିଭାଗ ରୁ ୯ନବମ ଶ୍ରେଣୀ ଗୌତମ ହରିଜନ ଓ ବାଳିକ ବିଭାଗ ରୁ ବବିତା ଦୋରା ଅଂଶ ଗ୍ରହଣ କରିଥିଲେ।

ସେଥି ମଧ୍ୟରୁ ବାଳିକା ବିଭାଗ ପକ୍ଷରୁ ଭୂବନେଶ୍ବର ର ନିର୍ମଳା କୁଳେଇ ପ୍ରଥମ,

ଗଞ୍ଜାମ ଜିଲ୍ଲାର ପ୍ରତ୍ୟୁଷା କର ଦିତୀୟ,

କଟକ ଜିଲ୍ଲାର ଜୟିତା ବେହେରା ତୃତୀୟ, 

ସୁନ୍ଦରଗଡ ଜିଲ୍ଲା ର ଭାଗ୍ୟଶ୍ରୀ ସିଂ ଚତୁର୍ଥ  

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକରୁ ବବିତା ଦୋରା ପଞ୍ଚମ ସ୍ଥାନ ଅଧିକାର କରିଥିଲେ |