ରାଜ୍ୟରେ ଦୁର୍ଗାପୂଜାର ମହାନ ଉତ୍ସବ ପାଇଁ ଓଡ଼ିଶାବାସୀ ଉତ୍ସାହରେ ଉଲ୍ଲସିତ...
ରାଜ୍ୟରେ ଦୁର୍ଗାପୂଜାର ମହାନ ଉତ୍ସବ ପାଇଁ ଓଡ଼ିଶାବାସୀ ଉତ୍ସାହରେ ଉଲ୍ଲସିତ...
ଉପକୂଳବର୍ତ୍ତୀ ସହରଠାରୁ ଛୋଟ ସହର ପର୍ଯ୍ୟନ୍ତ, ଉତ୍ସବର ରଙ୍ଗ, ସଂଗୀତ ଏବଂ ଆଲୋକ ପରିବେଶକୁ ପରିବର୍ତ୍ତନ କରିଛି।
ରାଜ୍ୟ ସାରା ସୁସଜ୍ଜିତ ମଣ୍ଡପଗୁଡ଼ିକରେ ଦଶଭୁଜ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଭୁବନେଶ୍ୱର ଏବଂ କଟକର ପୂଜା କମିଟିଗୁଡ଼ିକ ଉଚ୍ଚ, କଳାତ୍ମକ ଭାବରେ ଡିଜାଇନ୍ କରାଯାଇଛି | ସବୁ ସ୍ଥାନରେ ପ୍ରବେଶପଥକୁ ଚମକଦାର ଆଲୋକରେ ସଜିତ କରିଛନ୍ତି |
ସମସ୍ତ ପୂଜା ମଣ୍ଡପ ଗୁଡିକ ଉଚ୍ଚ ଶବ୍ଦହୀନ (ଡିଜେ ଶୂନ୍ୟ ), ପଲିଥିନ ମୁକ୍ତ ମଣ୍ଡପ ସହିତ ନୋ ଆଲକୋହଲ ଜୋନ ଭାବେ ବ୍ୟବସ୍ଥିତ ହୋଇଛି |
ଯାହା ପ୍ରତ୍ୟେକ ସ୍ଥାନକୁ ଭକ୍ତି ଏବଂ ଉତ୍ସବର କେନ୍ଦ୍ରବିନ୍ଦୁରେ ପରିଣତ କରିଛି |
ଶାରଦୀୟ ପାର୍ବଣରେ ଅନ୍ୟତମ ଆକର୍ଷଣ ରାବଣ ପୋଡି...
ଭୁବନେଶ୍ବରର ୭ଟି ସ୍ଥାନରେ ହେବ ରାବଣ ପୋଡ଼ି କାର୍ଯ୍ୟକ୍ରମ।
ପ୍ରଶାସନ ତରଫରୁ ୭ ଟି ସ୍ଥାନରେ କରାଯିବାକୁ ହୋଇଛି ବ୍ୟବସ୍ଥା
ନହରକଣ୍ଟା, ବରମୁଣ୍ଡା, ବଡ଼ଗଡ଼ ଓ କୋରଡ଼କଣ୍ଟାରେ ହେବ ରାବଣ ପୋଡ଼ି।
ବାଙ୍କୁଆଳ, ଗୋପାଳପୁର, କିଟ୍ସ ରୋଡ୍ ଓ କପିଳପ୍ରସାଦ ଫୁଟବଲ ପଡ଼ିଆରେ କରାଯିବ ରାବଣ ପୋଡ଼ି |