ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ପାଟନାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ ଅମିତ ଶାହ

Oct 31, 2025 - 10:26
 5
ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ପାଟନାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ ଅମିତ ଶାହ

ସର୍ଦ୍ଦାର ପଟେଲ ଭାରତର ସଂଘଟିତ ଶକ୍ତିର ପ୍ରତୀକ, ତାଙ୍କ ଦୃଷ୍ଟିକୋଣ ଆଜି ମଧ୍ଯ ପ୍ରାସଙ୍ଗିକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୧ ତାରିଖରେ ଏକତା ନଗରରେ ଆୟୋଜିତ ହେବାକୁ ଥିବା ବିଶାଳ ପରେଡରେ ଅଭିବାଦନ ଗ୍ରହଣ କରିବେ

ଏହି ଜାତୀୟ ପରେଡରେ ସି. ଏ. ପି. ଏଫ୍., ଅନେକ ରାଜ୍ୟ ପୁଲିସ ବାହିନୀ ଏବଂ ୯୦୦ରୁ ଅଧୂକ କଳାକାର ନିଜର ଦକ୍ଷତା, ଅନୁଶାସନ, ବୀରତ୍ବ ଏବଂ ଐତିହ୍ୟ ପ୍ରଦର୍ଶନ କରିବେ

'ଏକ ଭାରତ, ଶ୍ରେଷ୍ଠ ଭାରତ' ର ଧାରଣାକୁ ଜୀବନୁ କରୁଥିବା ଏହି ପରେଡ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ଆୟୋଜିତ ହେବ

ସର୍ଦ୍ଦାର ସାହେବ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ନଭେମ୍ବର ୧ ରୁ ୧୫ ପର୍ଯ୍ୟନ୍ତ ଏକତା ନଗରରେ 'ଭାରତ ପର୍ବ' ଆୟୋଜନ କରାଯିବ

ସର୍ଦ୍ଦାର ପଟେଲ ୫୧୨ ଟି ଦେଶୀୟ ରାଜ୍ୟକୁ ଏକତ୍ର କରିବାର କଠିନ କାର୍ଯ୍ୟ ସମ୍ପନ୍ନ କରିଥିଲେ; ଆମ ସମ୍ମୁଖରେ ବର୍ତ୍ତମାନର ଭାରତ ମାନଚିତ୍ର ହେଉଛି ତାଙ୍କର ଦୂରଦୃଷ୍ଟି ଏବଂ ପ୍ରୟାସର ଫଳାଫଳ

ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତର ଏକ ଇଞ୍ଜିନିୟରିଂ ଚମତ୍କାର ଭାବରେ ସ୍ଥାପିତ ହୋଇଛି

ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଚ୍ୟୁ ଅଫ୍ ୟୁନିଟି ଚାରିପାଖରେ ୧୪ ଟି ଭିନ୍ନ ଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିଛନ୍ତି, ଯାହା ଏହି ସ୍ଥାନକୁ ପରିଦର୍ଶକମାନଙ୍କ ପାଇଁ ଏକ ପ୍ରିୟ ଗନ୍ଧବ୍ୟସୁଳରେ ପରିଣତ କରିଛି

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ମିତ ଶାହ ଆଜି ବିହାର ପାଟନାଠାରେ ରାଷ୍ଟ୍ରୀୟ ଏକତା ଦିବସ-୨୦୨୫, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧୂତ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧୂତ କରି ଶ୍ରୀ ଅମିତ ଶାହ କହିଛନ୍ତି ଯେ, ସ୍ବାଧୀନତା ପରେ ଦେଶକୁ ଏକଜୁଟ କରିବା, ଆଜିର ଭାରତ ଗଠନ ଏବଂ ଏକ ଅଖଣ୍ଡ ଦେଶ ଗଠନରେ ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଯୋଗଦାନ ରହିଛି। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ଅକ୍ଟୋବର ୩୧ ୩୧ ତାରିଖରେ କେୱାଡିଆ ଆସୁଛନ୍ତି, ଯେଉଁଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଭବ୍ୟ ପରେଡ ଅନୁଷ୍ଠିତ ହୋଇଥାଏ। ସେ କହିଛନ୍ତି, ଚଳିତ ବର୍ଷ ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଯାଇଛି ଏବଂ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ପ୍ରତିବର୍ଷ ଅକ୍ଟୋବର ୩୧ ରେ ଏକ ଭବ୍ୟ ବ୍ୟ ପରେଡ ଅନୁଷ୍ଠିତ ହେବ।

ଶ୍ରୀ ଶାହ Iହ କହିଥିଲେ ଯେ, ଦେଶର ଏକତା ଏବଂ ଅଖଣ୍ଡତାକୁ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀ (ସି. ଏ. ପି. ଏଫ୍.) ଏବଂ ରାଜ୍ୟ ପୁଲିସ ବାହିନୀକୁ ସମ୍ମାନିତ କରିବା ପାଇଁ ଏହି ପରେଡ ଆୟୋଜନ କରାଯାଇଛି । ଭାରତର ଏକତା ଏବଂ ଅଖଣ୍ଡତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତି ସମ୍ମୁଖରେ ଏହି ପରେଡ ଅନୁଷ୍ଠିତ ହେବ।