ରାଷ୍ଟ୍ରୀୟ ଗୌରବ ଯାତ୍ରା ଓଡ଼ିଶାର ରାଜଧାନୀରେ...
ରାଷ୍ଟ୍ରୀୟ ଗୌରବ ଯାତ୍ରା ଓଡ଼ିଶାର ରାଜଧାନୀରେ...
ମହାରାଜା ଛତ୍ରପତି ଶିବାଜୀ ଜନ୍ମୋତ୍ସବ ପର୍ବ ଅବସରରେ ମହାରାଷ୍ଟ୍ରରୁ ଓଡିଶାରେ ପହଁଚିଲା ରାଷ୍ଟ୍ରୀୟ ଗୌରବ ଯାତ୍ରା ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମହାରାଜା ଛତ୍ରପତି ଶିବାଜୀଙ୍କ ରଥ ପହଞ୍ଚିଥିଲା।
ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟର ସମ୍ମାନୀୟ ମନ୍ତ୍ରୀ ଗଣ, ବିଧାୟକ ତଥା ରାଜ୍ୟ ପଦାଧିକାରୀଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପ ପ୍ରଦାନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ମରାଠା ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ବୀର ରାଜାମାନଙ୍କ ମଧ୍ୟରୁ ଜଣେ ଭାବେ ପରିଚିତ ।
ପ୍ରାଚୀନ ଭାରତୀୟ ରାଜନୈତିକ ପରମ୍ପରା ଓ ଦରବାରୀ ପଦ୍ଧତିକୁ ସୁରକ୍ଷିତ ରଖିବାରେ ତାଙ୍କ ଅବଦାନ ପାଇଁ ସେ ସ୍ମରଣୀୟ ।
ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପ୍ରତିବର୍ଷ ଫେବୃଆରୀ ୧୯ ତାରିଖରେ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ପାଳନ କରାଯାଏ ।
ସେ ଭାରତର ସାହସୀ ଓ ପ୍ରଗତିଶୀଳ ଶାସକମାନଙ୍କ ମଧ୍ୟରୁ ଜଣେ ଥିଲେ |
୧୬୭୪ ମସିହାରେ ସେ “ଛତ୍ରପତି” ଭାବେ ରାଜ୍ୟାଭିଷେକ ହୋଇଥିଲେ
ତାଙ୍କ ସାହସ ଓ ଜୀବନ ଦର୍ଶନ ଆଜି ମଧ୍ୟ ଲୋକମାନଙ୍କୁ ପ୍ରେରଣା ଦେଇଆସୁଛି।