ରିଲ୍ସ କରିବା ସାଜିଲା କାଳ : କୁଡୁମୁଲୁଗୁମ୍ମାର ଜଳପ୍ରପାତରେ ରିଲ୍ସ କରୁ କରୁ ଭାସିଗଲେ ୨ ଯୁବତୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମାର ଜଳପ୍ରପାତରେ ରିଲ୍ସ କରୁ କରୁ ଭାସିଗଲେ ୨ ଯୁବତୀ। ପ୍ରତିଦିନ କୁଡୁମୁଲୁଗୁମ୍ମାର ଜଳପ୍ରପାତ ଠାରେ ପିକନିକ୍ କରିବା ପାଇଁ ପ୍ରବଳ ପର୍ଯ୍ୟଟକ ମାନେ ଯାଇଥାନ୍ତି। ତେବେ ସେହିପରି ଏହି ଯୁବତୀ ଦୁଇଜଣ ନିଜ ପରିବାର ସହ ଗୁମ୍ମାଝରଣ ଜଳପ୍ରପାତକୁ ପିକନିକ୍ ପାଇଁ ଆସିଥିଲେ। ବୁଲାବୁଲି ସମୟରେ ଏମାନେ ମୋବାଇଲରେ ରିଲ୍ସ କରୁଥିଲେ। ତେବେ ଜଳପ୍ରପାତରେ ରିଲ୍ସ କରୁ କରୁ ପ୍ରଖର ସୁଅରେ ଭାସି ଯାଇଥିଲେ। ପ୍ରଖରସ୍ରୋତ କାରଣରୁ ସେମାନେ ଆଉ ପାଣି ଭିତରୁ ବାହାରି ପାରିନଥିଲେ। ତେବେ ସେମାନଙ୍କ ସହ ଯାଇଥିବା ଦୁଇ ଡ୍ରାଇଭର ପାଣି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି।

Feb 6, 2024 - 18:13
 23
ରିଲ୍ସ କରିବା ସାଜିଲା କାଳ  : କୁଡୁମୁଲୁଗୁମ୍ମାର ଜଳପ୍ରପାତରେ ରିଲ୍ସ କରୁ କରୁ ଭାସିଗଲେ ୨ ଯୁବତୀ