ରେଡକ୍ରସ ଓଡିଶା ରାଜ୍ୟ ଶାଖାର କାଯ୍ୟକାରିଣୀ ବୈଠକ
ଭୁବନେଶ୍ବର ତା ୨୨-୦୪-୨୬ରିଖ – ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର କାର୍ଯ୍ୟକାରିଣୀ ବୈଠକ ଅଦ୍ୟ ତା ୨୨.୦୪.୨୦୨୬ରିଖ ରେଡକ୍ରସ ଭବନଠାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସୁଦର୍ଶନ ନାୟକ, ପଦ୍ମଶ୍ରୀ ଶ୍ରୀମତୀ ଦମୟନ୍ତି ବେଶ୍ରା, ଶ୍ରୀଯୁକ୍ତ ସ୍ଵୟଂ ପ୍ରକାଶ ବରାଳ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦିପ କୁମାର ଗୁରୁ, ଆଦି ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ସୋସାଇଟିର ଯୁଗ୍ମ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ଅତିଥ୍ୟାମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସୋସାଇଟିର ସଚିବ ଶ୍ରୀଯୁକ୍ତ ଗଣେଷ ଚନ୍ଦ୍ର ପାତ୍ର ସୋସାଇଟିର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ଏବଂ ସୋସାଇଟିର ଆୟ ବ୍ୟୟ ହିସାବ କର୍ମଚାରୀମାନଙ୍କ ପାଇଁ ଏକ ସର୍ଭିସ୍ ରୁଲର ପ୍ରଚଳନ କରାଯିବା ନେଇ ଆଲୋଚନା କରିଥିଲେ । ଏହା ସହିତ ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଶ୍ରୀଯୁକ୍ତ ସୁଦର୍ଶନ ନାୟକ ରେଡକ୍ରସର କାର୍ଯ୍ୟକ୍ରମ ଗୁଡିକୁ ସମୟୋପଯୋଗୀ କରିବାକୁ ପରାମର୍ଶ ଦେଇଥିଲେ । ରେଡକ୍ରସ ସ୍ଵେଚ୍ଛାସେବୀମାନଙ୍କ ଦ୍ବାରା ଭୁବନେଶ୍ବରରେ ରହୁଥିବା ବୟୋଜୈଷ୍ଠ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନେବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଏହାକୁ ସ୍ବାଗତ ଜଣାଇ ସାରା ରାଜ୍ୟରେ ପ୍ରଚଳନ କରିବାକୁ କହିଥିଲେ । ରାଜ୍ୟରେ ରେଡକ୍ରସର ବିଭିନ୍ନ ଆୟକୁ ବାରକୋଡ ମାଧ୍ୟମରେ ସଂଗ୍ରହ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ । ରେଡକ୍ରସର ନୂତନ ଗୃହ ନିର୍ମାଣକୁ ତ୍ବରାନିତ କରିବାକୁ ଶ୍ରୀଯୁକ୍ତ ସ୍ବୟଂ ପ୍ରକାଶ ବରାଳ ମତବ୍ୟକ୍ତ କରିଥିଲେ । ପରିଶେଷରେ ସୋସାଇଟିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଲାବଣ୍ୟ ସବର ଧନ୍ୟବାଦ ଅର୍ପଣ କରିଥିଲେ ।