Admin Sep 9, 2026 15
Admin Aug 26, 2026 20
Admin Aug 11, 2026 25
Admin Jul 23, 2026 22
Admin Jul 6, 2026 24
Admin Sep 20, 2026 3
Admin Sep 19, 2026 3
Admin Sep 18, 2026 5
Admin Sep 17, 2026 5
Admin Sep 16, 2026 4
Admin Sep 20, 2026 8
Admin Sep 16, 2026 7
Admin Sep 13, 2026 4
Admin Sep 12, 2026 4
Admin Sep 12, 2026 5
Admin Sep 20, 2026 6
Admin Sep 20, 2026 9
Admin Sep 20, 2026 11
Admin Sep 19, 2026 4
Admin Sep 19, 2026 7
Admin Sep 18, 2026 8
Admin Sep 10, 2026 21
Admin Aug 29, 2026 14
Admin Aug 26, 2026 7
Admin Aug 24, 2026 10
Admin Sep 20, 2026 2
Admin Sep 19, 2026 8
Admin Sep 19, 2026 11
Admin Sep 19, 2026 2
Admin Sep 19, 2026 12
Admin Sep 18, 2026 38
Admin Sep 15, 2026 9
Admin Sep 13, 2026 12
Admin Sep 10, 2026 14
Join our subscribers list to get the latest news, updates and special offers directly in your inbox
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢିତୋଳିବା। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ଏକ ବର୍ଷ ପୂରଣ ପରେ ଦ୍ଵିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ। କାରଣ, ଆମେ ବିଶ୍ବାସ କରୁ ଯେ ଯେତେ ପର୍ଯ୍ୟନ୍ତ ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇ ନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ। ଐତିହାସିକ ସହର କଟକ ଠାରେ ଏହିକାର୍ଯ୍ୟକ୍ରମର ଶୁଭାରମ୍ଭ ଓଡିଶାର ମାଆ ଓ ଭଉଣୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିବ ବୋଲି ମୁଁ ଦୃଢ ନିଶ୍ଚିତ। ନାରୀ ମାନଙ୍କ ସଶକ୍ତିକରଣ ପାଇଁ ଆମର ସବୁଠୁ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ହେଉଛି ଓଡିଶାର ଇତିହାସରେ ସବୁଠାରୁ ବଡ ମହିଳା କଲ୍ୟାଣ କାର୍ଯ୍ୟକ୍ରମ। କେବଳ ମହିଳା ନୁହେଁ ଏତେ ବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ପୂର୍ବରୁ କରାଯାଇ ନ ଥିଲା। ଆମ ସରକାର ଓଡିଶାର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପରିବାର ସହିତ ସଂଯୋଗ କରି ତଥ୍ୟ ସଂଗ୍ରହ କରିଛନ୍ତି। ଘରକୁ ଘର ବୁଲି, ଆମେ ଅଧିଂକାଶ ପରିବାର ସହିତ ଯୋଗାଯୋଗ କରିଛୁ। ବିଶେଷ କରି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁଠାରେ ମା ମାନେ ଏତେ ସଚେତନ ନୁହନ୍ତି, ସେଠାରୁ ତଥ୍ୟ ଅଣାଯାଇ ସେମାନଙ୍କୁ ଏହି ଯୋଜନାରେ ଯୋଡାଯାଇଛି। ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଥିଲେ ଯେ, ଓଡିଶାର ବିଭିନ୍ନ ଅଞ୍ଚଳରେ ଅନେକ ମା’ ମାନେ ସୁଭଦ୍ରା ସହାୟତାକୁ ଏକାଠି କରି ବିଭିନ୍ନ ପ୍ରକାର ଅର୍ଥନୈତିକ କାରବାର, ମିଳିତ କୃଷି କାର୍ଯ୍ୟ କରି ନିଜ ପରିବାରପାଇଁ ଭଲ ରୋଜଗାର କରୁଛନ୍ତି। ଏହି ସୁଭଦ୍ରା ସହାୟତା ହେଉଛି ମାଆ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏକ ଲମ୍ବା ଯାତ୍ରା। ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ ‘“ଲକ୍ଷପତି ଦିଦି” ଯୋଜନାର ପରିକଳ୍ପନା କରିଥିଲେ। ଏହା ଆମ ରାଜ୍ୟ ପାଇଁ, ବିଶେଷ ଭାବେ ଆମ ରାଜ୍ୟର ମା’ ମାନଙ୍କ ପାଇଁ ଖୁସିର ବିଷୟ ଯେ ଓଡ଼ିଶା ବର୍ତ୍ତମାନ “ଲକ୍ଷପତି ଦିଦି” ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି। ଆମେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ। ସେ ପୁଣି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ବିଭାଗ ମିଳିତ ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩,୬୯୫ କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ କରିଛନ୍ତି। ଏହା ଆମ ରାଜ୍ୟର ଇତିହାସରେ ସର୍ବକାଳୀନ ରେକର୍ଡ। ୩.୦୭ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଇ ସେମାନଙ୍କର ଆର୍ଥିକ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛୁ। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (MSPY) ମାଧ୍ୟମରେ ଆମେ ମହିଳା ଓ ପିଲାମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରୁଛୁ। ମହିଳା ସଶକ୍ତିକରଣ ଆମପାଇଁ ଏକ ସ୍ଲୋଗାନ ନୁହେଁ। ଚଳିତ ବର୍ଷ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରାବଧାନ ମହିଳାଙ୍କ ପାଇଁ ଆମର ପ୍ରତିବଦ୍ଧତା। ମହିଳା ସଶକ୍ତିକରଣରେ ଓଡିଶା ଦେଶର ଏକ ମଡେଲ ରାଜ୍ୟ ଭାବରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ପ୍ରେରଣା ହେବ। ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନାରୀ ଶକ୍ତିର ଅମୃତ ଚେତନାରେ ଉଦ୍ଦୀପିତ ହୋଇ ଏକ ବିକଶିତ, ସମୃଦ୍ଧ ଏବଂ ଗର୍ବିତ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ଯେ, ଆଜିର ଏହି ଉତ୍ସବ କେବଳ ସମ୍ମାନର ନୁହେଁ, ବରଂ ଓଡ଼ିଶାକୁ ଏକ ସମାନତା, ସମୃଦ୍ଧି ଓ ପ୍ରଗତିର ରାଜ୍ୟ ଭାବେ ଗଠନ କରିବାର ସଂକଳ୍ପ ଉତ୍ସବ । ମୁଁ ଆପଣ ସମସ୍ତଙ୍କୁ କଥା ଦେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସୁଭଦ୍ରା ସହାୟତା ଓ ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀକୁ ଆହୁରି ତ୍ୱରାନ୍ୱିତ କରି ଆଗାମୀ ବର୍ଷରେ ଆମେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ ପତି ଦିଦି ସୃଷ୍ଟି କରିବୁ। ଏହି ଅବସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପୋଷଣ ଅଭିଯାନରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତରର ବିଭିନ୍ନ ଲିଖିତ ଓ ଫଟୋ ଚିତ୍ର ସମ୍ବଳିତ ଏକ କଫି ଟେବୁଲ ବୁକ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଏଥିସହିତ ମହିଳା ସଶକ୍ତିକରଣ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଟକ ସାଂସଦ, ଶ୍ରୀ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ, ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳବେହେରା, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ, ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ ଓ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ମଂଚାସୀନ ଥିଲେ।
Admin Jul 9, 2026 5
Admin Apr 13, 2026 11
Sonali Biswal Jul 13, 2025 28
Editor Mar 25, 2024 1325
Editor Feb 21, 2024 1282
Editor Mar 14, 2024 1254
Editor Mar 11, 2024 1236
Editor Mar 18, 2024 1228