Admin Sep 9, 2026 14
Admin Aug 26, 2026 20
Admin Aug 11, 2026 25
Admin Jul 23, 2026 22
Admin Jul 6, 2026 24
Admin Sep 19, 2026 3
Admin Sep 18, 2026 4
Admin Sep 17, 2026 5
Admin Sep 16, 2026 4
Admin Sep 15, 2026 5
Admin Sep 16, 2026 7
Admin Sep 13, 2026 4
Admin Sep 12, 2026 4
Admin Sep 12, 2026 5
Admin Sep 11, 2026 10
Admin Sep 19, 2026 4
Admin Sep 19, 2026 18
Admin Sep 18, 2026 8
Admin Sep 18, 2026 1
Admin Sep 10, 2026 21
Admin Aug 29, 2026 14
Admin Aug 26, 2026 7
Admin Aug 24, 2026 10
Admin Sep 18, 2026 3
Admin Sep 18, 2026 5
Admin Sep 17, 2026 14
Admin Sep 17, 2026 8
Admin Sep 19, 2026 12
Admin Sep 18, 2026 36
Admin Sep 15, 2026 9
Admin Sep 13, 2026 12
Admin Sep 10, 2026 14
Join our subscribers list to get the latest news, updates and special offers directly in your inbox
ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗ ଦେବା ଅବସରରେ ମୁଖ୍ୟ ମନ୍ତ୍ରୀ କହିଥିଲେଯେ, ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ | ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମ ଦେଶ ତା’ର ଅନନ୍ୟ କୃଷି ପ୍ରଣାଳୀ ପାଇଁ ସାରା ବିଶ୍ଵରେ ପ୍ରଶଂସିତ। ଆମ ରାଜ୍ୟର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଏବଂ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । ମେ ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସେ ବାବଦକୁ ଡ଼ିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି l ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆମ ଦେଶର କୃଷକ ସମାଜକୁ ବହୁ ସମ୍ମାନ ଦିଅନ୍ତି। ସେମାନଙ୍କୁ ଅନ୍ନଦାତା ଭାବେ ସମ୍ବୋଧନ କରନ୍ତି। ସମସ୍ତଙ୍କୁ କୃଷି କ୍ଷେତ୍ରରେ ନିଜ ନିଜର ଅବଦାନ ଦେଇ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ସେ ଆହ୍ଵାନ ଦେଇଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ । ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ । ସେ କହିଥିଲେଯେ, ଆମ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଚାଷୀ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ କେବଳ କୃଷକଙ୍କର ଆୟବୃଦ୍ଧି କରିନାହିଁ ବରଂ ରାଜ୍ୟରେ କୃଷି ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ସରକାର ଏହି କ୍ଷେତ୍ରର ଏକ ସ୍ଥାୟୀ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ମେ ମାସ ୨୯ ତାରିଖରୁ ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ସଖି ଗୋପାଳ ଠାରୁ ଆରମ୍ଭ ହୋଇଥିବା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଦେଶବ୍ୟାପୀ ଚାଲୁ ରହିଥିଲା ଯାହା ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ କୃଷକମାନଙ୍କର ସାମୂହିକ କଲ୍ୟାଣ ସାଧନ ସହ କୃଷି କ୍ଷେତ୍ରରୁ ରୋଜଗାର ବୃଦ୍ଧି ପାଇଁ ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟପ୍ରଣାଳୀର ବିବରଣୀ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି l ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି l ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି l ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (PVTG) ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛିl ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି। ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ଵରୂପ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି l ଏହା ସହିତ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି l ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ l ପରିଶେଷରେ ସେ କହିଥିଲେ, ଆମ କୃଷକ ଭାଇଭଉଣୀମାନଙ୍କ ସଶକ୍ତିକରଣକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି ଏବଂ ଏକ ବର୍ଷ ଭିତରେ ସଫଳତା ମଧ୍ୟ ପାଇଛି। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛୁ। ମାନନୀୟ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଉଭୟ ରାଜ୍ୟ ଓ ଦେଶର ଏହି ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେଯେ, କୃଷି ଓ କୃଷକର ବିକାଶ ପାଇଁ ଆମ ସରକାର ରାଜ୍ୟ ବଜେଟରେ ଚଳିତ ବର୍ଷ ଅଧିକ ଆର୍ଥିକ ପ୍ରସ୍ତାବ ଦେଇଛନ୍ତି ଏବଂ ଆଗାମୀ ଥର ବଜେଟରେ ମଧ୍ୟ ଅଧିକ ଆର୍ଥିକ ବଜେଟର ପ୍ରାବଧାନ ରଖିଛୁ । ଆଜି ଓଡ଼ିଶା ଭାରତ ବାହାରକୁ ମଧ୍ୟ ଫଳ ରପ୍ତାନି କରି ପାରୁଛି । ଏହା ହୋଇ ପାରୁଛି , ଆମର ଦୃଢ଼ ପ୍ରତିବଦ୍ଧତାର ପରିଚୟ। କିଛି ବର୍ଷ ମଧ୍ୟରେ ବଲାଙ୍ଗୀର ଠାରେ ଆଗ୍ରିକଲଚର କଲେଜ ପ୍ରତିଷ୍ଠା ହେବ ଏବଂ ସୋନପୁର ଠାରେ ମାଛ ଚାଷୀଙ୍କୁ ଉନ୍ନତ ଜ୍ଞାନ କୌଶଳର ଶିକ୍ଷା ଦେବା ପାଇଁ ଫିସରୀ କଲେଜ ମଧ୍ୟ ପ୍ରତିଷ୍ଠା କରିବାର ଯୋଜନା ଅଛି ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଛନ୍ତିଯେ, ବଲାଙ୍ଗୀରର ଚାଷ ଓ ବଲାଙ୍ଗୀର ଚାଷୀ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିବା ଆମ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଣୁ ଚାଷୀ ଭାଇ ଭଉଣୀଙ୍କ ସମସ୍ତ ଆବଶ୍ୟକତାକୁ ପୁରାଣ କରିବା ପାଇଁ ଆମେ ପ୍ରତିଶୃତି ବଦ୍ଧ। ପ୍ରତ୍ୟେକ ଗାଁ ହେବ କୃଷି ସଶକ୍ତ ଗାଁ କାରଣ ଆମ ରାଜ୍ୟକୁ ବିକଶିତ କରିବାକୁ ହେଲେ ପ୍ରଥମେ ଆମ ମେରୁଦଣ୍ଡ, ଆମ ଚାଷକୁ ସମୃଦ୍ଧ କରିବାକୁ ପଡିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସଫଳ ଚାଷୀଙ୍କୁ ପୁରସ୍କୃତ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ନିଜ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।
Admin Sep 17, 2026 9
Admin Mar 19, 2026 29
Admin Jun 9, 2026 6
Editor Mar 25, 2024 1319
Editor Feb 21, 2024 1278
Editor Mar 14, 2024 1250
Editor Mar 11, 2024 1234
Editor Mar 18, 2024 1228
Admin Sep 19, 2026 6