କଳାକାର ପଞ୍ଜିକରଣ ଅନଲାଇନରେ ହେବ ଓ ସର୍ବନିମ୍ନ ବାର୍ଷିକ ଆୟ ସୀମା ପୁନଃ ନିର୍ଧାରଣ ପାଇଁ ସହମତି

ଭୁବନେଶ୍ୱର: ସଂକୀର୍ତନ କଳାକାରଙ୍କୁ ସରକାର କଳାକାର ମାନ୍ୟତା ପ୍ରଦାନ ସହ ପରିଚୟ ପତ୍ର ପ୍ରଦାନ ଏବଂ ଅନ୍ୟାନ୍ୟ ଦାବୀ ନେଇ ଆଜି ସଂସ୍କୃତି ନିର୍ଦେଶକଙ୍କ କାର୍ଯ୍ୟାଳୟରେ ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦର ଏକ ଗୁରୁତ୍ୱ ପୁର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ସଂକୀର୍ତନ କଳାକାର ମାନଙ୍କୁ ବିଭିନ୍ନ ବ୍ଲକରେ କଳାକାର ମାନ୍ୟତା ପ୍ରଦାନ ଓ ପଞ୍ଜିକରଣ ପାଇଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି l କିଛି ବ୍ଲକରେ ବ୍ଳକ କଳା ସଂସ୍କୁତି ସଂଘ (ବି.କେ.ଏସ.ଏସ) ର ଯେଉଁ ଅଧିକୃତ କର୍ମ କର୍ତ୍ତାମନେ ଅଛନ୍ତି ସେମାନେ ଫର୍ମ ଚିରିଦେବା ସହିତ ପଞ୍ଜିକରଣ କରାଇବାରେ ହଇରାଣ ହରକତ କରୁଛନ୍ତି l ପ୍ରକାଶ ଥାଉ କି ସାରା ରାଜ୍ୟର ବାର ହଜାର ସଂକୀର୍ତନ କଳାକାରଙ୍କ ଉପସ୍ଥିତିରେ ଲୋୟର ପିଏମଜି ଠାରେ ପାଞ୍ଚ ଦଫା ଦlବୀରେ ଆମରଣ ଅନଶନ ସହ ସଂକୀର୍ତନ ସମାବେଶ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା l ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଡିଶାର ଲକ୍ଷ ଲକ୍ଷ ସଂକୀର୍ତନ କଳାକାର ନିଜର ସବୁ ଅଭାବ ଅସୁବିଧା ଭୁଲି ବିଭିନ୍ନ କାର୍ଯ୍ୟକ୍ରମରେ ସଂକୀର୍ତନ ପରିବେଷଣ କରି ଆସୁଛନ୍ତି l ହେଲେ ବର୍ତମାନ ସୁଦ୍ଧା ସରକାର ସେମାନଙ୍କୁ କଳାକାର ମାନ୍ୟତା ପ୍ରଦାନ କରି ନାହାନ୍ତି କି କୌଣସି ସରକାରୀ ଅନୁଦାନ ପ୍ରଦାନ କରି ନାହାନ୍ତି l ପାଞ୍ଚ ଦଫା ଦାବୀ ଉପରେ ସରକାରଙ୍କ ନିର୍ଦେଶରେ ସେତେବେଳେ ସଂସ୍କୃତି ନିର୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ସହିତ ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ଛଜଣିଆ ପ୍ରତିନିଧି ଦଳ ଆଲୋଚନା କରିଥିଲେ l ଆଲୋଚନା ସମୟରେ କଳାକାର ମାନ୍ୟତା ପ୍ରଦାନ ପାଇଁ ଥିବା ପ୍ରଥମ ଦାବୀକୁ ସରକାର ମାନି ନେଲେ ଓ ସଂସ୍କୃତି ବିଭାଗ ସଂକୀର୍ତନ କଳାକାର ମାନଙ୍କୁ ଲୋକ କଳାକାର ଭାବେ ଗ୍ରହଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶୃତି ଦେଇଥିଲେ l ଦ୍ଵିତୀୟ ଦlବୀରେ ସେମାନେ ପଞ୍ଜିକୃତ ହେଲା ପରେ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ l ତୃତୀୟ ଦlବୀରେ ସରକାର ଏକ କାଳୀନ ଭତ୍ତା ପ୍ରଦାନରେ ଅସୁବିଧା ରହିଛି ତେଣୁ ପର୍ଯ୍ୟାୟ କ୍ରମେ ସଂକୀର୍ତନ କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ବ୍ୟବସ୍ଥା କରିବେ l ଚତୁର୍ଥ ଦାବୀରେ ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ମାଗଣା ପ୍ରଦାନ ବ୍ୟବସ୍ଥା ପରେ ବିଚାର କରାଯିବ ଓ ପଞ୍ଚମ ଦାବୀରେ ଯେହେତୁ ସରକାର ନବୀନ କାର୍ଡରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ବ କଲେ ତେଣୁ ତାହା ପୂରଣ ହୋଇ ଯାଇଛି l ହେଲେ ଏ ପର୍ଯ୍ୟନ୍ତ ବିଭାଗ କୌଣସି ଠୋସ ପଦକ୍ଷେପ ନେଲେ ନାହିଁ l ଯେହେତୁ ସରକାର ଆଉ 30 ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି l ଯଦି ସଂକୀର୍ତନ କଳାକାର ଏହି ତାଲିକା ଅନ୍ତର୍ଭୁକ୍ତ ନହୁଅନ୍ତି ତେବେ ସେମାନେ ଏହି ଯୋଜନାର ସୁଫଳ ପାଇ ପାରିବେ ନାହିଁ l ଫଳରେ ସୁଯୋଗର ଲାଭ ଉଠେଇ ପାରିବେନି l ତେଣୁ ବିଭାଗ ଦ୍ୱାରା ସଂକୀର୍ତନ କଳାକାରଙ୍କୁ ତାଲିକା ଭୁକ୍ତ ପାଇଁ 2013 ମସିହା ଜାନୁଆରୀ 2 ତାରିଖ ରେ ଯେଉଁ ନିର୍ଦେଶ ରହିଛି ତାକୁ ସବୁ ଜିଲ୍ଲାପାଳ ସଠିକ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନେବା ସହିତ ଅନ୍ୟାନ୍ୟ ଦାବୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା l ସଂକୀର୍ତନ କଳାକାର ମାନଙ୍କ ପାଇଁ ଆର୍ଥିକ ପ୍ରମାଣ ପତ୍ର ପଚାଶ ହଜାର ଟଙ୍କା ଥିବାବେଳେ, ତହସିଲଦାର ଏହାକୁ ଦେଉନାହାନ୍ତି l ସେଥିପାଇଁ ଏହାକୁ ଅଶି ହଜାର ଟଙ୍କା ପଯ୍ୟନ୍ତ ବଢେଇବାକୁ ଦାବୀ କରାଯାଇଥିଲା l ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ମାଧ୍ୟମରେ ଆବେଦନ ଅନଲାଇନ କରିବାକୁ ଦାବୀ କରାଯିବା ସହ ବ୍ଲକ ସ୍ତରରେ ହେଉଥିବା ଜାଲିଆତି ରୋକିବାକୁ ପରିଷଦ ତରଫରୁ ଦାବୀ କରାଯାଇଥିଲା l ଏହାକୁ ସରକାର ମାନିନେଇଥିଲେ l ବିଭାଗର ଅତିରିକ୍ତ ସଚିବ ସୁବୋଧ ଆଚାର୍ଯ, ଉପ ନିର୍ଦେଶକ ସୁଚିସ୍ମିତା ମନ୍ତ୍ରୀ ସହିତ ଅନ୍ୟାନ୍ୟ ବିଷୟରେ ଆଲୋଚନାରେ ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, ସମ୍ପାଦକ ଶ୍ରୀ ସୁଦର୍ଶନ ଚମ୍ପତି, କୋଷାଧକ୍ଷ ପ୍ରସନ୍ନ ବଡ଼ଜେନା, କାର୍ଯ୍ୟକାରୀ ସଭାପତି ବିଜଯ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଲାବଣ୍ୟ ଜୟସିଂ, ଯୁଗ୍ମସଂପାଦକ ଲକ୍ଷ୍ମୀ ମଣ୍ଡଳ ସହ ସମ୍ପାଦକ ସୁବାସ ମହାରଣା, ଭୁବନେଶ୍ବର ସଭାପତି ଓ ଅକ୍ଷୟ ବରାଳ, ବିଜୟ ବିଶ୍ଵାଳ, ପ୍ରତିମା ସାହୁ, ଦ୍ରୌପଦୀ ନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସ୍ଵାଇଁ, ନୟାଗଡ଼ ସଭାପତି ଧନେଶ୍ୱର ଲେଙ୍କା, ପୁରୀ ଜିଲ୍ଲା ସଭାପତି ନାରାୟଣ ଚମ୍ପାତି, ଗଞ୍ଜାମ ଜିଲ୍ଲା ସଭାପତି ଧୋବା ସାହୁ, ଅନୁଗୁଳ ସଭାପତି ଶେଷଦେବ ସାହୁ, ଗଜପତି ଉପସଭାପତି ଇଶ୍ବରଚନ୍ଦ୍ର ପ୍ରଧାନ, ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ଭୁବନେଶ୍ବର ସଭାପତି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ, ବେଗୁନିଆ ବ୍ଲକ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଖୋର୍ଦ୍ଧା ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ, ବାଲିଅନ୍ତା ସଭାପତି ପ୍ରତାପ ଜେନା, ବାଲିପାଟଣା ସଭାପତି ନିରାକରଣ ଜେନା, ଟାଙ୍ଗୀ ବ୍ଲକ ସଭାପତି କାଶୀନାଥ ଜେନା, ସମ୍ପାଦିକା କୁନ୍ତଳା ବେହେରା, ଖୋର୍ଦ୍ଧା ଜିଲ୍ଲା ସମ୍ପାଦିକା ନିରୁପମା ପ୍ରଧାନ, ବଟକୃଷ୍ଣ ହରିଚନ୍ଦନ, ପ୍ରସନ୍ନ ମୁଦୁଲି ,ସୁକାନ୍ତି ନାୟକ, ଧୂଳି ଜେନା , ଟିକିନା ବେହେରା, ସବିତା ସାହୁ ବୃନ୍ଦାବନ ଗୌଡ, ନବକିଶୋର ବେହେରା, ଅଶୋକ ପଟ୍ଟନାୟକ, ସୁନୀଲ କୁମାର ରାଉତ, ବାଇଶିଧର ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ସାହୁ, ଭାଗବତ ସ୍ୱାଇଁ , କୃପାସିନ୍ଧୁ ପଟ୍ଟନାୟକ, ଗୌରାଙ୍ଗ ଚରଣ ପ୍ରଧାନ, ରଞ୍ଜୁଲତା ପ୍ରଧାନ, ବାଙ୍କୀ ସଭାପତି ଶ୍ରୀ ନିବାସୀ ସାମନ୍ତରାୟ, ସୋମନାଥ ସାହୁ ଙ୍କ ପରି ରାଜ୍ୟ ର 200 ରୁ ଉର୍ଦ୍ଧ କଳାକାର ଏକତ୍ରୀତ ହୋଇ ଉପରୋକ୍ତ ଆଲୋଚନା କରି ଧାରଣର ନେତୃତ୍ୱ ନେଇଥିଲେ l

କଳାକାର ପଞ୍ଜିକରଣ ଅନଲାଇନରେ ହେବ ଓ  ସର୍ବନିମ୍ନ ବାର୍ଷିକ ଆୟ ସୀମା ପୁନଃ ନିର୍ଧାରଣ ପାଇଁ ସହମତି
କଳାକାର ପଞ୍ଜିକରଣ ଅନଲାଇନରେ ହେବ ଓ  ସର୍ବନିମ୍ନ ବାର୍ଷିକ ଆୟ ସୀମା ପୁନଃ ନିର୍ଧାରଣ ପାଇଁ ସହମତି
କଳାକାର ପଞ୍ଜିକରଣ ଅନଲାଇନରେ ହେବ ଓ  ସର୍ବନିମ୍ନ ବାର୍ଷିକ ଆୟ ସୀମା ପୁନଃ ନିର୍ଧାରଣ ପାଇଁ ସହମତି
କଳାକାର ପଞ୍ଜିକରଣ ଅନଲାଇନରେ ହେବ ଓ  ସର୍ବନିମ୍ନ ବାର୍ଷିକ ଆୟ ସୀମା ପୁନଃ ନିର୍ଧାରଣ ପାଇଁ ସହମତି
କଳାକାର ପଞ୍ଜିକରଣ ଅନଲାଇନରେ ହେବ ଓ  ସର୍ବନିମ୍ନ ବାର୍ଷିକ ଆୟ ସୀମା ପୁନଃ ନିର୍ଧାରଣ ପାଇଁ ସହମତି