ଲୋକଙ୍କ ସରକାର ଲୋକଙ୍କ କଥା ଶୁଣିବା ହେଉ...
ଲୋକଙ୍କ ସରକାର ଲୋକଙ୍କ କଥା ଶୁଣିବା ହେଉ...
ପୁରୀ ଶ୍ରୀମନ୍ଦିର ପାର୍କିଂ ପାଇଁ ଜଣେ ୫୦ ଟଙ୍କା ଦେଉଥିଲା ଏବେ ତାହା ଦଶ ଗୁଣା ବଢ଼ାଇ ୫୦୦ ଟଙ୍କା କରାଯାଇଛି ।
ଏଇ ପାର୍କିଂ ପ୍ଲେସଟି ପୂର୍ବ ସରକାର ଅମଳରେ ତିଆରି ହୋଇଥଲା । କିନ୍ତୁ ୫୦୦ ଟଙ୍କା ପାର୍କିଂ ପାଉଣା ସାମାନ୍ୟ ନୁହେଁ ଅତ୍ୟଧିକ ବହୁତ ହେଉଛି ।
ପୂର୍ବ ସରକାର ପରିକ୍ରମା ପ୍ରକଳ୍ପ ପାଖରୁ ଆରମ୍ଭ କରି ପାର୍କିଂ ପ୍ଲେସ, ଟୟଲେଟ, ଟ୍ୟାପ୍ ରୁ ପିଇବା ପାଣି ସୁବିଧା ତା ସହିତ ପ୍ରଶସ୍ତ ବଡ଼ ଦାଣ୍ଡ, ମେଘନାଦ ପାଚେରୀର ପୁନରୁଦ୍ଧାର, ମହୋଦଧିରୁ ଶ୍ରୀମନ୍ଦିର ରାସ୍ତା ଏମିତି କି ପୁରୀରେ ଏୟାରପୋର୍ଟ ତିଆରି କରିବା ପାଈଁ ସ୍ଥାନ ମଧ୍ଯ ନିରୂପଣ କରିଥିଲେ ।
ପୁରୀକୁ ବିଶ୍ଵ ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ପାଇଁ ଏକ ସୁଚିନ୍ତିତ ଯୋଜନା ତିଆରି ଚାଲିଥିଲା ବେଳେ ଲୋକଙ୍କ ସରକାର କେବଳ ପୁରୀରୁ ଟଙ୍କା ରୋଜଗାର ପାଇଁ ଲାଗି ପଡ଼ିଛନ୍ତି ।
ପ୍ରଥମେ ବିନା କୌଣସି ବିଚାର ବିମର୍ଶରେ ଚାରି ଦୁଆର ଖୋଲିଲେ, ଭକ୍ତ ନାହିଁ ନଥିବା ଅସୁବିଧା ହେଲେ ପୁଣି ବନ୍ଦ କଲେ ।
ଇଏ ସରକାର ଆସିବ ପରଠାରୁ ପ୍ରଥମେ ରତ୍ନ ଭଣ୍ଡାର ଖୋଲିଲେ କିନ୍ତୁ ତାର ହିସାବ ସାର୍ବଜନୀନ କରିଲେ ନାହିଁ ।
କାଳିଆ ପାଖରେ ସଭିଏଁ ସମାନ ଆଜ୍ଞା। ସିଏ ଧନୀ ଗରିବ କିଛି ଦେଖେନି । କିନ୍ତୁ ଏସରକାର ଆସିବା ପରେ VIP ପାସ ବ୍ୟବସ୍ଥା କଲେ ।
ଅର୍ଥାତ୍ ପାଞ୍ଚ ଦଶହଜାର ଦେଈ ବଡ଼ ବଡିଆ ମାନେ ଯାଇ ଆରାମରେ ଦର୍ଶନ କରିବେ ।
ମହୋଦଧି କୂଳରେ ମଦ ଦୋକାନ କରିବା ପାଇଁ ମଧ୍ୟ ଚେଷ୍ଟା ଚଲେଇଥିଲେ କିନ୍ତୁ ତୀବ୍ର ବିରୋଧ ଯୋଗୁଁ କରି ପାରିଲେ ନାହିଁ ।
ଶ୍ରୀମନ୍ଦିରର ଆଖ ପାଖ ଚାରିଆଡ଼େ ଦେଖିବ କେବଳ ଆଦାନୀ ହୁଡ଼ିଂ ଲାଗିଛି |
ଆପଣ ମାନଙ୍କୁ କହିରଖିବାକୁ ଚାହେଁ ପୂର୍ବ ସରକାର ଯେଉଁ ଦେୟମୁକ୍ତ ଟୟଲେଟ ସୁବିଧା କରିଥିଲେ ଏ ସରକାର ସେ ବାବଦକୁ ୨୦ ଟଙ୍କା ନେଉଛନ୍ତି ।
ଦେଖିବାକୁ ଗଲେ ସତେ ଯେପରି ଜିଜିୟା କର ଆଦାୟ ହେଉଛି...
ଏକ ନିର୍ଦିଷ୍ଟ ବ୍ୟବସ୍ଥା ଠିକ ଭାବେ ହୋଇ ପାରୁନି, ଖାଲି ଅଦଳ ବଦଳ ଚାଲିଛି |
ଠିକ ଭାବେ ବିଚାର ନ କରି ତରବରିଆ ଭାବେ ନିଷ୍ପତ୍ତି ନେବା ଫଳରେ "ବାଚାଳ ନିଷ୍ପତ୍ତି" ପରି ଲାଗୁଛି |