'ଶାନ୍ତିପଥ' ର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ...

May 22, 2026 - 14:19
 5
'ଶାନ୍ତିପଥ' ର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ...

ବିଶ୍ୱଶାନ୍ତି,ସତ୍ୟ, ସୁରକ୍ଷା ସହିତ ମାନବବାଦ ଆଜିର ପ୍ରାସଙ୍ଗିକତା 

ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ବିଶ୍ୱ ଶାନ୍ତି, ସଂହତି, ଉନ୍ନତିର ମାର୍ଗ "ଶାନ୍ତିପଥ 'ର ଅଷ୍ଟମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ, ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l 

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ, ସ୍ତମ୍ଭକାର ପ୍ରହଲ୍ଲାଦ ସିଂ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡାକ୍ତର ବିଶ୍ୱନାଥ ପଟନାୟକ ଯୋଗଦେଇ ଶାନ୍ତି, ମୈତ୍ରୀ, ଭାତୃଭାବ, ବିଶ୍ୱ ମଙ୍ଗଳ ପାଇଁ ଗାନ୍ଧୀଙ୍କ ଜୀବନ ଦର୍ଶନ, ପରିବେଶ ସୁରକ୍ଷା ତଥା ମାନବବାଦ ଉପରେ ଆଜିର ବହୁ ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ l 

ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଜୀବେଦୟା, ନିୟମିତ ଯୋଗ, ସ୍ୱାସ୍ଥ୍ୟରକ୍ଷା ତଥା ବିଶ୍ୱଭାତୃତ୍ୱ ଉପରେ ଗୁରୁତ୍ୱ ଆରୋପ କରିବାକୁ ମତବ୍ୟକ୍ତ କରିଥିଲେ l 

ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଅରବିନ୍ଦ ତ୍ରିପାଠୀ ଅତିଥିଙ୍କୁ ସ୍ୱାଗତ କରିବା ସହିତ ପୁଜ୍ୟପୂଜା,ନୈତିକ ମୂଲ୍ୟବୋଧ ଉପରେ ନିଜର ମତ ରଖିଥିଲେ l 

ଏହି ଅବସରରେ ଶାନ୍ତି, ସ୍ୱାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ରୋଟାରୀୟାନ ବିକ୍ରମାଦିତ୍ୟ ନାୟକଙ୍କୁ "ଶାନ୍ତିପଥ ସେବା ସମ୍ମାନ 2026 ପ୍ରଦାନ କରାଯାଇଯିବା ସହିତ ଗାନ୍ଧୀବାଦୀ ବିଜୟ କୁମାର ତ୍ରିପାଠୀଙ୍କୁ ପୁଜ୍ୟପୂଜା, ସଂଗ୍ରାମ ପାଇଁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା l

ବିଭିନ୍ନ ଜିଲ୍ଲାରୁ ଆସିଥିବା ଗରିବ, ମେଧାବୀ 6 ଜଣ ବିଦ୍ୟାର୍ଥୀଙ୍କୁ "ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନରେ ସମ୍ମାନିତ ସହ ମାନପତ୍ର ଓ ସହଯୋଗ ପ୍ରଦାନ କରାଯାଇଥିଲା l 

ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ସୀତାଂଶୁ ଶେଖର ମହାରଣା l 

କାର୍ଯ୍ୟକ୍ରମକୁ ରମେଶ କୁମାର ମହାପାତ୍ର, ସାମ୍ବାଦିକ ମଦନ ମୋହନ ପାଢ଼ୀଙ୍କ ସହିତ ଶିଭମ ଅନୁଷ୍ଠାନର ବିଦ୍ୟାର୍ଥୀ ଓ ଶାନ୍ତିପଥ ପରିବାର ସଦସ୍ୟ ପରିଚାଳନା କରିଥିଲେ