ଶାମ୍ବ ଦଶମୀ ପାଳନ ଵିଧି ଓ ଉଦେଶ୍ୟ...

Dec 30, 2025 - 16:43
 23
ଶାମ୍ବ ଦଶମୀ ପାଳନ ଵିଧି ଓ ଉଦେଶ୍ୟ...

ଶାମ୍ବ ଦଶମୀ ପାଳନ ଵିଧି ଓ ଉଦେଶ୍ୟ...

ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଏହାକୁ ସାମ୍ବ (ଶାମ୍ବ ) ଦଶମୀ ବା ସମ୍ବର ଦଶମୀ ବୋଲି କୁହାଯାଏ ।

ଏହି ଦିନ ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା କରି ସୂର୍ଯ୍ୟଦେବଙ୍କୁ ଭୋଗ ଲଗାଯାଇଥାଏ 

ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ରେ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । 

ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

ଏହି ପୂଜା କଲେ ସନ୍ତାନସନ୍ତତିମାନେ ସୂର୍ଯ୍ୟନାରାୟଣଙ୍କ ଶୁଭାଶିଷ ଫଳ ଲାଭ କରନ୍ତି ଓ ଅସାଧ୍ଯ ରୋଗରୁ ଉପଶମ ମିଳିଥାଏ ବୋଲି ପୂର୍ବପୁରୁଷରୁ ବିଶ୍ୱାସ ଅଛି ।

????ପୂଜାବିଧି:

ନାରୀମାନେ ନିଜ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ଯଙ୍କ ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ????ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜା ନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର‌୍ୟ୍ୟପୁରାଣ ପାରାୟଣ କରିଥାନ୍ତି । 

ମଧ୍ୟାହ୍ନରେ ମଧ୍ୟାହ୍ନ ସୂର‌୍ୟ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । 

ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର‌୍ୟ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁରି , କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

????ପୌରାଣିକ କଥା ଅନୁସାରେ ଗୌତମବିପ୍ର ଓ ପଦ୍ମାବତୀ ଉପାଖ୍ୟାନ ସୂର୍ଯ୍ୟପୂଜାକୁ ଅର୍କକ୍ଷେତ୍ର କୋଣାର୍କ ସହ ଯୋଡ଼ାଯାଇଛି । ବ୍ରତକଥାରେ ମୁଖ୍ୟ ଆଖ୍ୟାନ ଅନୁସାରେ ଶ୍ରୀକୃଷ୍ଣଙ୍କର ପ୍ରିୟପତ୍ନୀ ଋକ୍ମିଣୀଙ୍କର ଗୋଟିଏ ପୁଅକୁ କୌଣସି ଏକ ରାକ୍ଷସ ହରଣ କରି ନେଇଥିବାରୁ ସେ ମନଦୁଃଖରେ ଥିଲେ । ପୌଷ ଶୁଳ୍କ ଦଶମୀରେ ସୂର୍ଯ୍ୟଙ୍କ ବ୍ରତ ପାଳନର ମହିମା ବିଷୟରେ ଦେବର୍ଷି ନାରଦଙ୍କଠାରୁ ଶୁଣି, ସେ ସେହି ବ୍ରତ କରିଥିଲେ । ଫଳରେ ତାଙ୍କର ପୁତ୍ର ପ୍ରଦ୍ୟୁମ୍ନ ନାମକ ଦୈତ୍ୟକୁ ନିତହ କରି ବୀର ପରି ତାଙ୍କ ପାଖକୁ ଫେରିଆସିଥିଲେ ।

ଏହି ଦଶମୀ ସହ ଶାମ୍ବଙ୍କ ଉପାଖ୍ୟା ମଧ୍ୟ ଜଡ଼ିତ । ଶାମ୍ବ ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କର ପୁତ୍ର । ତାଙ୍କ ସହଯୋଗରେ ପୁଦ୍ୟୁମ୍ନ ସମ୍ବରାସୁରକୁ ନିହତ କରିଥିଲେ ବୋଲି ଶାମ୍ବ ପୂରାଣରେ ବର୍ଣ୍ଣିତ ଅଛି 

????ଉପାଖ୍ୟାନ ଅନୁସାରେ ଶାମ୍ବ ନିଜର ରୂପ ଓ ଯୌବନ ପାଇଁ ଅତ୍ୟନ୍ତ ଗର୍ବିତ ଥିଲେ । ଏପରି କି ତାହା ଫଳରେ ଦେବର୍ଷି ନାରଦଙ୍କୁ ବି ସେ ଅବଜ୍ଞା କରୁଥିଲେ । ତେଣୁ ନାରଦଙ୍କ ଯୋଜନା ଫଳରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ସେ ଅଭିଶପ୍ତ ହେଲେ । ସେହି ଅଭିଶାପ ଯୋଗୁ କୁଷ୍ଠ ରୋଗରେ ତାଙ୍କର ରୂପଯୌବନ ନଷ୍ଟ ହେବା ସହିତ ଗର୍ବ ନାଶ ହେଲା । ଚନ୍ଦ୍ରଭାଗା ନଦୀତଟରେ ସୂର୍ଯ୍ୟଦେବଙ୍କୁ ଉପାସନା କରି ସେ କୁଷ୍ଠରୋଗରୁ ମୁକ୍ତ ହେବା ସହିତ ନିଜର ରୂପ ଯୌବନ ଫେରିପାଇଥିଲେ ।

????ଶାମ୍ବପୂରାଣ ଅନୁସାରେ ଚନ୍ଦ୍ରଭାଗା, ହିମାଳୟର ଏକ ଅଂଶ । କିନ୍ତୁ ଓଡ଼ିଆ ସୂର୍ଯ୍ୟପୁରାଣଗୁଡ଼ିକରେ ଏହାକୁ ଚନ୍ଦ୍ରଭାଗା ତଟର ଅର୍କକ୍ଷେତ୍ର କୋଣାର୍କ ସହ ଯୋଡ଼ାଯାଇଛି । ସେହି ଅନୁସାରେ କୋଣାର୍କଠାରେ ସୂର୍ଯ୍ୟଙ୍କର ପୂଜା କଲେ କୁଷ୍ଠ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି |