ଶ୍ରୀମନ୍ଦିର ରୁ ସମୁଦ୍ର ପର୍ଯ୍ୟନ୍ତ ସୁଡ଼ଙ୍କ କୁ ନେଇ GPR ର ସୂଚନା...

Mar 24, 2026 - 14:43
 4
ଶ୍ରୀମନ୍ଦିର ରୁ ସମୁଦ୍ର ପର୍ଯ୍ୟନ୍ତ ସୁଡ଼ଙ୍କ କୁ ନେଇ GPR ର ସୂଚନା...

ଶ୍ରୀମନ୍ଦିର ରୁ ସମୁଦ୍ର ପର୍ଯ୍ୟନ୍ତ ସୁଡ଼ଙ୍କ କୁ ନେଇ GPR ର ସୂଚନା...

ଶ୍ରୀକ୍ଷେତ୍ରର ମାଟି ତଳେ ଭର୍ତ୍ତି ହୋଇ ରହିଛି ଗଙ୍ଗବଂଶର କୀର୍ତ୍ତିରାଜି ।

ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ ।

୨୧.୬ବର୍ଗମିଟର ପରିମିତ ଅଞ୍ଚଳରେ କୋଠା ରହିଛି।

ଏ ଠାରୁ ଏଚ୍ ପର୍ଯ୍ୟନ୍ତ କାଟଗୋରୀ ର ରହିଛି ସର୍ଭେ ରିପୋର୍ଟ । 

‘ଏରିଆ-ଏଚ୍‌’ ବା ଏମାର ମଠ ସହ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ଏଭଳି ୪୩ଟି ଐତିହ୍ୟ ଠାବ କରାଯାଇଛି।

ଏହା ସହ ମାଟି କିମ୍ବା ଅନ୍ୟାନ୍ୟ ଧାତୁର ପାତ୍ର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଠାବ କରାଯାଇଛି।

ସୁରକ୍ଷିତ ଖନନ କରି ଏ ସବୁକୁ ସଂରକ୍ଷିତ କରାଯାଇ ପାରେ ବୋଲି ଜିପିଆର ସର୍ଭେ ରିପୋର୍ଟରେ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଛି । 

ଏଭଳି ତଥ୍ୟ ଆସିବାପରେ ମାଟି ତଳେ ବିଭିନ୍ନ କୀର୍ତ୍ତିରାଜି, କ୍ରୀର୍ତ୍ତିକାଳ ସନ୍ଦେହ ସ୍ପଷ୍ଟ ହେବାରେ ଲାଗିଛି 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତ ବେଳେ ମାଟିତଳୁ ଗଙ୍ଗବଂଶ ସମୟର ସିଂହମୂର୍ତ୍ତି ସହ ପ୍ରାଚୀନ କୀର୍ତ୍ତିରାଜି ମିଳିଥିଲା

ସେତେବେଳେ ବିନା ଜି ପି ଆର୍ ସର୍ଭେ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ କୁ ନେଇ ଦେଖା ଦେଇଥିଲା ଅସନ୍ତୋଷ । 

୨୨ ମେ ୨୦୨୨ ରାତିରେ ହୋଇଥିଲା ଜିପିଆର୍ ସର୍ଭେ

ଗାନ୍ଧୀନଗର ଆଇଆଇଟିର ଦୁଇଟି ଟିମ୍ ଆସି ଶ୍ରୀମନ୍ଦିର ଚୌହଦୀ ସମେତ ବିଭିନ୍ନ ଜାଗାରେ ଜି ପି ଆର୍ ସର୍ଭେ କରିଥିଲେ

ଓବିଶିଶି ଦାୟିତ୍ୱରେ ପ୍ରାୟ ୪୦ ଲକ୍ଷ ଖର୍ଚ୍ଚ କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

ଏବେ କେବଳ ଶ୍ରୀମନ୍ଦିର କଡ଼ କିମ୍ବା ଶ୍ରୀମନ୍ଦିର ପ୍ରକଳ୍ପ ପରିସର ନୁହେଁ, ବରଂ ସହର ସାରା ମାଟି ତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି ହୋଇ ରହିଥିବା ସହ ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି। 

ସୂଚନା ଅଧିକାର ଆଇନ ବଳରେ ଦିଲ୍ଲୀପ ବରାଳ ପାଇଥିବା ତଥ୍ୟ ରେ ଏଭଳି ସୂଚନା ମିଳିଛି ।