ସଚେତନତାମୂଳକ କାର୍ଯ୍ୟକ୍ରମ ସହ ପ୍ରାଥମିକ ଚିକିତ୍ସା ତୁରନ୍ତି ଉପଲବ୍ଧତା ନେଇ ନିର୍ଦ୍ଦେଶ ।
ସଚେତନତାମୂଳକ କାର୍ଯ୍ୟକ୍ରମ ସହ ପ୍ରାଥମିକ ଚିକିତ୍ସା ତୁରନ୍ତି ଉପଲବ୍ଧତା ନେଇ ନିର୍ଦ୍ଦେଶ ।
ରାଜ୍ୟରେ ବୁଲା କୁକୁର, ଗାଈ,ଗୋରୁ ଆଦି ପ୍ରାଣୀମାନଙ୍କ ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଗତକାଲି ଗୁରୁବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଆରମ୍ଭପ୍ରକାଶ ଥାଉକି, ବୁଲା କୁକୁରମାନଙ୍କ ଉତ୍ପାତ ଯୋଗୁଁ ନୂଆ ଦିଲ୍ଲୀ ସମେତ ଦିଲ୍ଲୀର ବିଭିନ୍ନ ଅଂଚଳରେ ଶିଶୁମାନଙ୍କୁ ମୂଲ୍ୟ ଦେବାକୁ ପଡ଼ୁଥିବା ସମ୍ପର୍କରେ ଏକ ଜାତୀୟ ସ୍ତରୀୟ ସମ୍ବାଦପତ୍ରରେ ପ୍ରକାଶିତ ସଂବାଦକୁ ଭିତ୍ତୀକରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ ୨୦ ଜୁଲାଇ ୨୦୨୫ ରେ ନିଜ ଆଡ଼ୁ ଏକ ମାମଲା କରି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତା ନେଇଥିଲେ ଏବଂ ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶନାମା କରିଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଏଥ୍ ନେଇ କି କି ପଦକ୍ଷେପ ନିଆଯାଇଛି ଓ ନିଆଯାଉଛି, ସେ ସମ୍ପର୍କରେ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଜାରି
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ, ମହିଳା ଓ ଶିଶୁ ବିକାଶ, ପୂର୍ଷ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, କ୍ରୀଡା ଓ ଯୁବସେବା, ମହିଳା ଓ ଶିଶୁ ବିକାଶ, ଏସଟିଏସସିଓବିସି ଆଦି ବିଭାଗମାନଙ୍କର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବଙ୍କ ସହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରକାଶ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ପଶୁମାନଙ୍କ ପ୍ରତି ଆମ ସମସ୍ତେ ଦୟାଭାବ ପ୍ରଦର୍ଶନ କରିବା ଆବଶ୍ୟକ । କିନ୍ତୁ ମଣିଷମାନଙ୍କର ଜୀବନର ସୁରକ୍ଷା ଆମର ପ୍ରାଥମିକତା ରହିବ । ସେଥିପାଇଁ ଉଭୟ ପ୍ରାଣୀ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ସଂପର୍କରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସଠିକ୍ ଭାବେ ଅନୁପାଳନ କରିବାକୁ ସମ୍ପୂକୁ ସମସ୍ତ ବିଭାଗମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସ ସମେତ ବିଭିନ୍ନ ସ୍ବରରେ ଏଥ୍ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ଏବଂ କୁକୁର କାମୁଡିଲେ ତୁରନ୍ତି ପ୍ରାଥମିକ ଚିକିତ୍ସା ଉପଲବ୍ଧ କରାଯିବା ପ୍ରତି ସେ ଗୁରୁତ୍ୱ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେ ଦେଇଛନ୍ତି ।