ସତ୍ୟେନ୍ଦ୍ର ଜୈନଙ୍କ ବେଲକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଝଟକା । ମନି ଲଣ୍ଡରିଂ ମାମଲାରେ ସୋମବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏବେ ସତ୍ୟେନ୍ଦ୍ର ଜୈନଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ପଡ଼ିବ । ବର୍ତ୍ତମାନ ସ୍ୱାସ୍ଥ୍ୟଗତ କାରଣରୁ ସେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଥିଲେ। ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ବେଞ୍ଚ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇଛି । ସତ୍ୟେନ୍ଦ୍ର ଜୈନ ମେ ମାସ ୨୦୨୨ ରେ ଇଡି ଗିରଫ କରିଥିଲା
