ସଫଳ ଦିଗରେ ଆମେରିକା ଓ ଇରାନ ଆଲୋଚନା...

Apr 16, 2026 - 09:16
 11
ସଫଳ ଦିଗରେ ଆମେରିକା ଓ ଇରାନ ଆଲୋଚନା...

ନୂଆଦିଲ୍ଲୀ : ପୁଣି ଆରମ୍ଭ ହେବ ଆମେରିକା-ଇରାନ

ଆଲୋଚନା । ଶାନ୍ତି ପ୍ରତିଷ୍ଠା ପାଇଁ ଇସଲାମାବାଦରେ ହେବ ବୈଠକ । ବିଭିନ୍ନ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକା ଓ ଇରାନର ପ୍ରତିନିଧୂ ଦଳ ଚଳିତ ସପ୍ତାହ ଶେଷ ସୁଦ୍ଧା ଇସଲାମାବାଦରେ ଏକାଠି ହେବେ ।

ଗତ କିଛି ସମୟ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥ‌ିବା ଅଶାନ୍ତି ଓ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ବୈଠକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ମୁଖ୍ୟତଃ ଦୁଇ ଦେଶ ମଧ୍ୟରେ ଥିବା ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ କରିବା ଓ ଏକ ଦୀର୍ଘକାଳୀନ ବ୍ୟାପକ ଚୁକ୍ତି ପାଇଁ ପଥ ପରିଷ୍କାର କରିବା ଆଲୋଚନାର ମୂଳ ଉଦ୍ଦେଶ୍ୟ । ବୈଠକକୁ ନେଇ ସବୁ ପ୍ରକାର ପ୍ରସ୍ତୁତି ଚାଲିଥିଲେ ମଧ୍ୟ କେଉଁ କେଉଁ ଉଚ୍ଚପଦସୁ ଅଧୂକାରୀ ବୈଠକରେ ଯୋଗଦେବେ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଉଭୟ ପକ୍ଷ ନିଜ ନିଜର ଶୀର୍ଷ କୂଟନୀତିଜ୍ଞଙ୍କୁ ପଠାଇବା ନେଇ ଆଶା କରାଯାଉଛି । ଆଲୋଚନା କେତେ ଦିନ ଧରି ଚାଲିବ, ତାହା ମଧ୍ୟ ଏପର୍ଯ୍ୟନ୍ନ ଗୋପନ ରଖାଯାଇଛି ।

ବିଶେଷଜ୍ଞଙ୍କ ମତରେ, ଯଦି ପ୍ରାଥମିକ ସ୍ତରରେ ବୁଝାମଣା ସଫଳ ହୁଏ, ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ତର୍ଜାତୀୟ ଘୋଷଣା ହୋଇପାରେ । ଏହି ଆଲୋଚନା କେବଳ ଦୁଇ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ବର ଶାନ୍ତି ଓ ସ୍ଥିରତା ପାଇଁ ଶୁଭ ସଙ୍କେତ । ଅନ୍ୟପଟେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ପରମାଣୁ ଆଲୋଚନା ଅଚଳାବସ୍ଥାରେ ମୁଖ୍ୟ ବିବାଦ ହେଉଛି ‘ୟୁରାନିୟମ ସମୃଦ୍ଧିକରଣ' । ଯାହା ପରମାଣୁ ବୋମା ତିଆରିରେ ବ୍ୟବହାର ହୁଏ ।

ଇରାନ କହିଛି ଯେ ସେ ଆଗାମୀ ୫ ବର୍ଷ ପାଇଁ ୟୁରାନିୟମ ସମୃଦ୍ଧିକରଣ କାମ ବନ୍ଦ ରଖୁବ । କିନ୍ତୁ ନିଜ ପାଖରେ ଥୂବା ୟୁରାନିୟମକୁ ଦେଶ ବାହାରକୁ ପଠାଇବ ନାହିଁ । ଆମେରିକା ଚାହୁଁଛି, ଇରାନ ଅତି କମରେ ୨୦ ବର୍ଷ ପର୍ଯ୍ୟନ୍ତ ଏହି କାମ ବନ୍ଦ ରଖୁ । ନିଜ ପାଖରେ ଥ‌ିବା ସମସ୍ତ ପରମାଣୁ ସାମଗ୍ରୀକୁ ଦେଶ ବାହାରକୁ ପଠାଇ ଦେଉ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ୫ ବର୍ଷିଆ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।