ସମଗ୍ର ଭାରତ ବର୍ଷରେ ଆରମ୍ଭ ହୋଇଛି ନବରାତ୍ର ପାର୍ବଣ | ଏହି ପରିପ୍ରେକ୍ଷୀରେ ଲାଗୁ ହେଉଛି ମୋଦିଜୀଙ୍କର ସରଳ ଓ ସୁଗମ ତଥା ସଂଶୋଧିତ GST...
ନବରାତ୍ରର ପ୍ରଥମ ସୂର୍ଯ୍ୟୋଦୟରୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍ଟି) ।
ଦେଶ ହିତରେ ଜିଏସଟିରେ ଅନେକ ଆର୍ଥିକ ସଂସ୍କାର କରାଯାଇଛି । "ନାଗରିକ ଦେବ ଭବଃ" ଧାରାରେ ଏହାକୁ ଦେଶବାସୀ 'ସଞ୍ଚୟ ଉତ୍ସବ' ରୂପେ ପାଳନ କରିବେ । ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହେବ । ଏଥର ଆୟକର ସ୍ଲାବରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା କରଦାତାଙ୍କୁ ଆୟକର ମୁକ୍ତ କରାଯାଇଛି ।
ଉଭୟ ଆର୍ଥିକ ଫାଇଦାକୁ ଯୋଡିଲେ ଏହା ଦ୍ୱାରା ଦେଶବାସୀ ବାର୍ଷିକ ୨.୫ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବେ । ଆର୍ଥିକ ଦୃଷ୍ଟିରୁ ଏହା ସିଧାସଳଖ ଦେଶକୁ ଫାଇଦା ଦେବ ।
ସୋମବାର ଠାରୁ ଦେଶରେ ଜିଏସଟି ୨.୦ କାର୍ଯ୍ୟକାରୀ ହେଉଅଛି । ଜିଏସଟି ୨.୦କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହିତ ଏହା ଦେଶକୁ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି।
ଜିଏସଟି ୨.୦ କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ ।