ସମ୍ବଲପୁରରେ ପ୍ରଥମ ବୈଶ୍ବିକ ଖବରକାଗଜ ଐତିହ୍ୟପ୍ରଦର୍ଶନୀ...

ପେପରମ୍ୟାନଙ୍କ ବ୍ୟକ୍ତିଗତ ସଂଗ୍ରହ ଦେଖି ଜନ ସାଧାରଣ ଅଭିଭୁତ

Sep 15, 2026 - 17:58
 3
ସମ୍ବଲପୁରରେ ପ୍ରଥମ ବୈଶ୍ବିକ ଖବରକାଗଜ ଐତିହ୍ୟପ୍ରଦର୍ଶନୀ...

ସମ୍ବଲପୁର - ସ୍ଥାନୀୟ ନାରୀ ସେବା ସଦନରେ ସମ୍ବଲପୁରରେ ପ୍ରଥମ ବୈଶ୍ବିକ ପ୍ରଦର୍ଶନୀକୁ ସମ୍ବଲପୁରର ଲୋକପ୍ରିୟ ବିଧାୟକ, ପ୍ରାକ୍ତନ ମନ୍ତ୍ରୀ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର 14 ତାରିଖ ଦିନ ଉଦଘାଟନ କରିଛନ୍ତି। 

ପେପରମ୍ୟାନ ଋପେ ପରିଚିତ, ଗିନିସ ଓ ଲିମକା ବୁକ ରେକର୍ଡ ଅଧିକାରୀ ଶଶାଙ୍କ ଶେଖର ଦାଶଙ୍କ ସଂଗୃହିତ ବିଶ୍ବର ବିଭିନ୍ନ ଦେଶ, ଆମ ଦେଶର ପ୍ରାୟ ସମସ୍ତ ରାଜ୍ୟ ତଥା ଆମ ରାଜ୍ଯ ଓ ବିଶେଷ କରି ପଶ୍ଚିମ ଓଡ଼ିଶାର ଖବର ପ୍ରକାଶିତ ବିଭିନ୍ନ ଖବର କାଗଜ ଗୁଡିକ ସେ ଅତ୍ୟନ୍ତ ଆଗ୍ରହର ସହ ପ୍ରଦର୍ଶନୀରେ ବୁଲି ଦେଖିଥିଲେ।

ପେପରମ୍ୟାନ ଶ୍ରୀ ଦାଶ ଖବରକାଗଜର ଇତିହାସ, ଖବର କାଗଜ ପ୍ରକାଶନର କ୍ରମ ବିବର୍ତ୍ତନ ଓ ବୈଷୟିକ ବୈପ୍ଲବିକ ପରିବର୍ତ୍ତନ ସଂକ୍ରାନ୍ତରେ ବର୍ଣ୍ଣନା କରିଥିଲେ। 

ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମିଶ୍ର ସମ୍ବାଦ ଅନଗୋଳ ସଂସ୍କରଣର ମୁଖ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସାପ୍ତାହିକ ଖବର କାଗଜର ସଂପାଦକ ସବିତା ମିଶ୍ର, ଚନ୍ଦ୍ରଚୁଡ ସିଂ, ହରି ଶଙ୍କର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

ବିଭିନ୍ନ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରେମୀ ଜନତା, ସଚେତନ ମହିଳା, ଛାତ୍ରଛାତ୍ରୀ ଅନିସନ୍ଧିତ୍ସୁ ହୋଇ ୧୮୪୦ ମସିହା ଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀର ଖବର କାଗଜ ଗୁଡିକ ଦେଖି ଅବିଭୁତ ହୋଇ ଯାଇଥିଲେ। 

ମାନ୍ୟବର ବିଧାୟକ ପେପରମ୍ୟାନ ଦାଶଙ୍କ ଏହି ସଂଗ୍ରହ ସମୂହର ଭୁରି ଭୁରି ପ୍ରଶଂସା କରିଥିଲେ।

ଏହି ପ୍ରଦର୍ଶନୀରେ ବୀରମହାରାଜପୁର ପ୍ରାକ୍ତନ ବିଧାୟକ ରବି ନାରାୟଣ ପାଣିଗ୍ରାହୀ, ତତ୍କାଳୀନ ଛାତ୍ରନେତା ସୁବର୍ଣ୍ଣଭୁମିର ସଂପାଦକ ରାମକୃଷ୍ଣ ମହାପାତ୍ର ପ୍ରମୁଖ ଏହି ଉପସ୍ଥିତ ରହି ଏହାକୁ ସଫଳ ଓ ଅର୍ଥପୂର୍ଣ୍ଣ କରିଥିଲେ। 

ସମ୍ବଲପୁରରେ ପ୍ରଥମ କରି ଆୟୋଜିତ ଏହି ଭଳି ଏକ ବିରଳ ପ୍ରଦର୍ଶନୀକୁ ସାକାର ଓ ସଫଳ କରିବାରେ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ରମାକାନ୍ତ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ବିଜୟ ଖୁଣ୍ଟିଆ ଓ ରାଜାରାମ ପାଢ଼ୀ ସହଯୋଗ କରିଥିଲେ। 

ଆଗାମୀ ଦିନରେ ସମ୍ବାଦପତ୍ର କ୍ଷେତ୍ରରେ ଆହୁରି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମୁଖ୍ୟ ଅତିଥି ତଥା ଉଦଘାଟକ ମାନ୍ୟବର ବିଧାୟକ ଓ ଉପସ୍ଥିତ ଭଦ୍ରମଣ୍ଡଳି ପ୍ରୋତ୍ସାହିତ କରିଥିଲେ।