ସିଏଏ ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ କଙ୍ଗନାଙ୍କ ପ୍ରଶଂସା
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିଛି। ସରକାରଙ୍କ ଏହି ପଦକ୍ଷେପକକୁ ଅଭିନେତ୍ରୀ କଙ୍ଗନା ରାନାୱତ ପ୍ରଶଂସା କରିଛନ୍ତି । ସେ ସୋସିଆଲ ମିଡିଆରେ ସିଏଏ ବିଜ୍ଞପ୍ତିକୁ ସମର୍ଥନ ଜଣାଇ ଜାତୀୟ ପତାକା ସହିତ ସିଏଏ ଲେଖିଛନ୍ତି । ଏଥିସହ ସେ ୨୦୧୪ ମସିହାର ଏକ ପୁରୁଣା ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ସିଏଏ ପଛରେ ଥିବା ଧାରଣା ବିଷୟରେ କହୁଛନ୍ତି । ଏହା ସହିତ କଙ୍ଗନା ଲେଖିଛନ୍ତି, ଆପଣ ସିଏଏ ବିଷୟରେ କୌଣସି ମତ କିମ୍ୱା ଅନୁଭବ କରିବା ପୂର୍ବରୁ ପ୍ରଥମେ ଏହାର ଅର୍ଥ ବୁଝନ୍ତୁ ।