ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ ।

Mar 4, 2026 - 13:29
 14
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ ।

ନୂଆଦିଲ୍ଲୀ: ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥ‌ିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନୁ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି । ଇରାନ, ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଏବଂ ଗାଜା, ଇରାକ, ସାଉଦି ଆରବ, ୟୁଏଇ, କୁଏତ, କାତାର, ଓମାନ, ବାହାରିନ, ଲେବାନନ, ଜୋର୍ଡାନ, ସିରିଆ, ୟେମେନ ଏବଂ ଇଜିପ୍ଟ ଛାଡ଼ିବାକୁ କୁହାଯାଇଛି ।

ଆମେରିକାର ସହକାରୀ ସଚିବ ମୋରା ନାମଦାରଙ୍କ

ଏକ ବିବୃତ୍ତିରେ କୁହାଯାଇଛି, ଗମ୍ଭୀର ସୁରକ୍ଷା ବିପଦ

କାରଣରୁ ବୈଦେଶିକ ବିଭାଗ ଆମେରିକୀୟଙ୍କୁ ଉପଲବ୍ଧ

ବ୍ୟବସାୟିକ ପରିବହନ ବ୍ୟବହାର କରି ୧୪ଟି ଦେଶ

ତୁରନ୍ତି ଛାଡ଼ିବାକୁ ଅନୁରୋଧ କରାଯାଉଛି । ଇରାନ ଓ

ଇସ୍ରାଏଲ ମଧ୍ଯରେ ଚାଲିଥିବା ସଂଘର୍ଷ ଏବଂ ଆମେରିକାର

ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଅଞ୍ଚଳରେ

ଆମେରିକୀୟ ପାଇଁ ବିପଦ ବଢ଼ିଛି । ଆଗକୁ ବିମାନ

ସେବା ବାଧାପ୍ରାପ୍ତ ହେବାର ଆଶଙ୍କା କରି

ନାଗରିକମାନଙ୍କୁ କମର୍ସିଆଲ ବିମାନ ଯୋଗେ ତୁରନ୍ଧ

ବାହାରିଯିବାକୁ କୁହାଯାଇଛି । ଜରୁରୀ ସହାୟତା ପାଇଁ

ଆମେରିକା ସରକାରଙ୍କ Smart Traveler

ପଞ୍ଜିକରଣ କାର୍ଯ୍ୟକ୍ରମ (STEP)

କରିବା ସହ ଦୂତାବାସ ସହିତ ଯୋଗାଯୋଗରେ

ରହିବାକୁ କୁହାଯାଇଛି।