ସେନା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଚୀନ୍

ନୂଆଦିଲ୍ଲୀ : ଚୀନ୍ ମଙ୍ଗଳବାର ଏହାର ପ୍ରତିରକ୍ଷା ବଜେଟରେ ୭.୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛି । ପୂର୍ବରୁ ଚୀନ୍ ୧.୬ ଟ୍ରିଲିୟନ୍ ୟୁଆନ୍ ସହିତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ ଚୀନ୍‌ର ପ୍ରତିରକ୍ଷା ବଜେଟରେ ଏହି ଘୋଷଣା ଗତ ବର୍ଷ ତୁଳନାରେ ବୃଦ୍ଧିକୁ ପ୍ରତିଫଳିତ କରିଛି । ଆମେରିକା, ତାଇୱାନ, ଜାପାନ ଏବଂ ଏହାର ପଡ଼ୋଶୀ ଦେଶମାନଙ୍କ ସହିତ ଚୀନ୍ ସର୍ବଦା ବିବାଦରେ ରହିଆସିଛି। ଯୁଦ୍ଧ ବିମାନଠାରୁ ଆରମ୍ଭ କରି ବିମାନ ପରିବହନକାରୀ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ଉଚ୍ଚ-ବୈଷୟିକ ସାମରିକ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ଦେଖିବାକୁ ମିଳିଛି । ରବର ଷ୍ଟାମ୍ପ ବିଧାୟିକାର ବାର୍ଷିକ ବୈଠକର ଉଦଘାଟନୀ ଅଧିବେଶନରେ ମଙ୍ଗଳବାର ସରକାରୀ ବଜେଟ୍ ଆକଳନ ଘୋଷଣା କରାଯାଇଛି। ଅନେକ ବିଦେଶୀ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହା ଶାସକ କମ୍ୟୁନିଷ୍ଟ ପାର୍ଟିର ସାମରିକ ୱିଙ୍ଗ୍ ପିପୁଲ୍ସ ଲିବରେସନ୍ ଆର୍ମି ଖର୍ଚ୍ଚର ଏକ ଛୋଟିଆ ଅଂଶ। ୨୦୨୪-୨୦୨୫ ୟୁନିୟନ ବଜେଟରେ ଭାରତର ପ୍ରତିରକ୍ଷା ବଜେଟ ପାଇଁ ୬୨୧,୫୪୧ କୋଟି (୭୮ ବିଲିୟନ ୟୁଏସ ଡଲାର) ଘୋଷଣା ହୋଇଛି । ଯାହା ୨୦୨୩ ବର୍ଷରେ ୫୯୩,୫୩୮ କୋଟି ଟଙ୍କା ଥିଲା ।

ସେନା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଚୀନ୍