ସ୍ବ-ଜନଗଣନାର ସଫଳତା ପାଇଁ ଗଣମାଧ୍ଯମରେ ବ୍ୟାପକ ପ୍ରଚାରପ୍ରସାର ଜରୁରୀ : ଏଡିଜି ଶ୍ରୀ ଅଖେଳ କୁମାର ମିଶ୍ର

Apr 7, 2026 - 09:26
 8
ସ୍ବ-ଜନଗଣନାର ସଫଳତା ପାଇଁ ଗଣମାଧ୍ଯମରେ ବ୍ୟାପକ ପ୍ରଚାରପ୍ରସାର ଜରୁରୀ : ଏଡିଜି ଶ୍ରୀ ଅଖେଳ କୁମାର ମିଶ୍ର

ଭୁବନେଶ୍ବର, ୬ ଏପ୍ରିଲ:

ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଜନଗଣନା-୨୦୨୭ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମେ ଡିଜିଟାଲ ମାଧ୍ୟମରେ ସ୍ବ-ଜନଗଣନା ଜାରି ରହିଛି। ନାଗରିକମାନେ ସେଲ୍ଫ ଏନୁମରେସନ ପୋର୍ଟାଲରେ ଅନଲାଇନରେ ନିଜର ତଥ୍ୟ ଦାଖଲ କରି ଜନଗଣନାରେ ସାମିଲ ହୋଇପାରୁଛନ୍ତି। ତେବେ ଏହି ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ବାରୋପ କରିଛନ୍ତି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବରର ଅତିରିକୁ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖେଳ କୁମାର ମିଶ୍ର। ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିର୍ମୂଳ ପବନ କଲ୍ୟାଣ ଆଜି ଏ ପ୍ରସଙ୍ଗରେ ଏଡିଜି ଶ୍ରୀ ମିଶ୍ରଙ୍କ ସହିତ ମତବିନିମୟ କରିଛନ୍ତି। ଏହି ବୈଠକରେ ଭୁବନେ ଦୂରଦର୍ଶନ କେନ୍ଦ୍ରର ସମାଚାର ବିଭାଗ ମୁଖ୍ୟ ଅଭିଷେକ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ । ମ ମତବିନିମୟ ସମୟ ବର୍ତ୍ତମାନ ଜାରି ରହିଥ‌ିବା ଜନଗଣନାର ପ୍ରମୁଖ ଦିଗଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା । ବନେଶ୍ବର ୟରେ

ବୈଠକରେ ଜନ ଭାଗିଦାରୀ ବଢ଼ାଇବା, ଜନ ସଚେତନତାକୁ ସୁଦୃଢ଼ କରିବା ଏବଂ ଜନଗଣନା କାର୍ଯ୍ୟକ୍ରମରେ ପ୍ରଭାବ ବୀ ସମନ୍ବୟ ସୁନିଶ୍ଚିତ କରିବା ଉପରେ ଆଲୋଚନା କରାଯାଇଥିଲା। ସ୍ବ-ଜନଗଣନା ସୁବିଧା ଯୋଗାଇ ଦେବ ବା ଏବଂ ଏହାକୁ ନାଗରିକଙ୍କ ପାଇଁ ଅଧୂକ ସୁଲଭ ଓ ଦକ୍ଷ କରିବାରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ଭୂମିକା ପରେ ମଧ୍ଯ ଆଲୋକପାତ କରାଯାଇଥିଲା । ଉପ€

ଶ୍ରୀ କଲ୍ୟାଣ ଜୋର ଦେଇ କହିଥିଲେ, ଜନଗଣନା ତଥ୍ୟକୁ ସଠିକ୍ ଏବଂ ସମ୍ପୂର୍ଣ୍ଣ କରିବା ଲାଗି ସକ୍ରିୟ ନଭାଗିଦାରୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସ୍ବ-ଜନଗଣନା ପ୍ରୟାସର କାର୍ଯ୍ୟକାରିତାକୁ ସଫଳ କରିବାରେ ନାଗରିକଙ୍କ ସହଯୋଗ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଉଲ୍ଲେଖ କରିଥିଲେ।

ଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ରଣନୀତିକ ଯୋଗାଯୋଗ ଏବଂ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ପିଆଇବି ଏଡିଜି ଗୁରୁତ୍ଵ ଦେଇଥିଲେ। ତୃଣମୂଳ ସ୍ତରରେ ସୂଚନା ପହଞ୍ଚାଇବା ଏବଂ ସର୍ବାଧୂକ ଜନଭାଗିଦାରୀ ସୁନିଶ୍ଚିତ କରିବାରେ ଦୂରଦର୍ଶନର ଭୂମିକା ଉପରେ ଶ୍ରୀ ଅଭିଷେକ ମିଶ୍ରା ଆଲୋକପାତ କରିଥିଲେ।

ଜନଗଣନା କାର୍ଯ୍ୟକ୍ରମକୁ ଅଧୂକ ସୁଗମ କରିବା ଏବଂ ଦକ୍ଷତାପୂର୍ଣ ଭାବେ ପରିଚାଳନା କରିବା ଲାଗି ସରକାରୀ ସଂସ୍ଥା ଓ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ବିତ ପ୍ରୟାସ କରିବା ନେଇ ଅନ୍ୟ ଅଧୂକାରୀମାନେ ସହମତ ହୋଇଥିଲେ। ସଚେତନତା ଅଭିଯାନ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମକୁ ଅଧୂକ ତ୍ବରାନ୍ବିତ କରିବାର ପ୍ରତିଶ୍ରୁତିବଦ୍ଧତା ସହିତ ବୈଠକର ପରିସମାପ୍ତି ହୋଇଥିଲା ।