ସ୍ବଚ୍ଛତା ବଜାୟ ରଖୁବା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଏବଂ ଆମର କର୍ତ୍ତବ୍ୟ:
ପ୍ରଧାନମନ୍ତ୍ରୀ ବଡ଼ ସ୍ବପ୍ନ ଦେଖନ୍ତୁ, ଭୟ କମ୍ କରନ୍ତୁ - ଜୀବନୀ ପଢ଼ନ୍ତୁ:
ସ୍ବଚ୍ଛତା ବଜାୟ ରଖୁବା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଏବଂ ଆମର କର୍ତ୍ତବ୍ୟ:
ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତିବିଦ୍ୟା ଏକ ମହାନ ଶିକ୍ଷକ, ଏହାକୁ ଗ୍ରହଣ କରନ୍ତୁ, ଏଆଇ ଆମର
କ୍ଷମତା ବୃଦ୍ଧି କରେ: ପ୍ରଧାନମନ୍ତ୍ରୀ
ବୁଦ୍ଧିମାନ ଭାବରେ ଏଆଇର ବ୍ୟବହାର କରନ୍ତୁ, ଆପଣଙ୍କ ଜ୍ଞାନ ବୃଦ୍ଧି କରନ୍ତୁ:
ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି)ର ନବମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକଜାମ୍ ୱାରିୟର୍ସମାନଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିଥିଲେ।
ଆପଣଙ୍କ ଶୈଳୀ, ଆପଣଙ୍କ ଗତି
ଗୁଜରାଟର ଜଣେ ଛାତ୍ର ପଚାରିଥିଲେ, ଯେତେବେଳେ ପିତାମାତା ସେମାନଙ୍କ ପାଇଁ ଚିନ୍ତିତ ହୁଅନ୍ତି ଏବଂ ଶିକ୍ଷକମାନେ ସେମାନଙ୍କୁ ସମର୍ଥନ କରନ୍ତି, ସେତେବେଳେ ସମସ୍ୟା ଉପୁଜେ। ଯେତେବେଳେ ଶିକ୍ଷକମାନେ ଗୋଟିଏ ଅଧ୍ୟୟନ ଢାଞ୍ଚା ବିଷୟରେ ପରାମର୍ଶ ଦିଅନ୍ତି, ପିତାମାତା ଆଉ ଗୋଟିଏକୁ ନେଇ ଜିଦ୍ କରନ୍ତି ଏବଂ ଛାତ୍ରଛାତ୍ରୀମାନେ ଏକ ଭିନ୍ନ ଧାରା ଅନୁସରଣ କରନ୍ତି, ଏହା ସେମାନଙ୍କୁ କେଉଁ ଢାଞ୍ଚା ସଠିକ୍ ତାହା ଦ୍ବନ୍ଦ୍ବରେ ପକାଇଥାଏ। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ସାରା ଜୀବନ ଜାରି ରହିଥାଏ। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ତାଙ୍କୁ ଭିନ୍ନ ଭିନ୍ନ ଲୋକ ଭିନ୍ନ ପରାମର୍ଶ ଦିଅନ୍ତି। ଯେପରି ଘରେ ଭାଇଭଉଣୀମାନଙ୍କର ଖାଦ୍ୟ ଖାଇବାର ଢାଞ୍ଚା ଭିନ୍ନ ଥାଏ, କେହି ପନିପରିବା ସହିତ ଖାଇବା ଆରମ୍ଭ କରନ୍ତି, ଆଉ କେହି ଡାଲି ସହିତ, ପୁଣି ଆଉ କେହି ସବୁକିଛି ମିଶ୍ରଣ କରି ଖାଆନ୍ତି। ପ୍ରତ୍ୟେକଙ୍କର ନିଜସ୍ବ ଉପାୟ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ, ନିଜସ୍ବ ଢାଞ୍ଚା ଅନୁସରଣ କରିବା ଦ୍ବାରା ଉପଭୋଗ ଆସିଥାଏ। କେହି କେହି ରାତିରେ ପଢ଼ିବାକୁ ପସନ୍ଦ କରନ୍ତି, ଅନ୍ୟମାନେ ସକାଳେ ପଢ଼ିବାକୁ ପସନ୍ଦ କରନ୍ତି, ଏବଂ ପ୍ରତ୍ୟେକଙ୍କର ନିଜସ୍ବ ଲୟ ଅଛି। ତେବେ ସେ ଅସତ୍ଯ କହିବା ବିରୁଦ୍ଧରେ ସତର୍କ କରାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କିଛି ଛାତ୍ରଛାତ୍ର ତ୍ରୀ ସେମାନଙ୍କ ମାତାମାନଙ୍କୁ କୁହନ୍ତି ଯେ ସେମାନେ ସକାଳେ ପଢ଼ିବେ କିନ୍ତୁ ତା'ପରେ ଏହାକୁ ଏଡାଇ ଯାଆନ୍ତି।
ଛାତ୍ରଛାତ୍ରୀ କେବଳ କାହା କହିବାରେ ନୁହେଁ, ବରଂ ବ୍ୟକ୍ତିଗତ ଅଭିଜ୍ଞତା ମାଧ୍ୟମରେ ସେମାନଙ୍କର
ନିଜସ୍ବ ଢାଞ୍ଚ ଢାଞ୍ଚାରେ ବିଶ୍ବାସ କରିବା ଉଚିତ। ପରାମର୍ଶଗୁଡ଼ିକୁ ଧ୍ୟାନ ଦେଇ ଶୁଣିବା ଉଚିତ ଏବଂ କେବଳ ବ୍ୟକ୍ତି ବ୍ୟକ୍ତିଗତ ଅଭିଜ୍ଞତା ମାଧ୍ୟମରେ ଉନ୍ନତି ଆଣିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ସେ ପରୀକ୍ଷା ପେ ଚର୍ଚ୍ଚା ଆରମ୍ଭ କରିଥିଲେ ସେତେବେଳେ ଗୋଟିଏ ଭିନ୍ନ ଢାଞ୍ଚା ଥୂଲା । କିନ୍ତୁ ସମୟ ସହିତ ସେ ଏହାକୁ ଉନ୍ନତ କରିଥିଲେ, ବିଭିନ୍ନ ରାଜ୍ୟରେ ଅଧୂବେଶନ ପରିଚା ଚାଳନା କରିଥିଲେ, ମୂଳ ଉଦ୍ଦେଶ୍ୟକୁ ବଜାୟ ରଖ୍ ଫର୍ମାଟକୁ ପରିବର୍ତ୍ତନ କରିଥିଲେ।
ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ଏହି ମତାମତ ବିଷୟରେ ଛାତ୍ରଛାତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ସ୍ବଭାବ ବହୁତ ବନ୍ଧୁତ୍ଵପୂର୍ଣ୍ଣ ପୂର୍ଣ୍ଣ ଥୂ ଥୂଲା ଏବଂ ସେ ସେମାନଙ୍କ ସହିତ ସହଜରେ ମିଶିଯାଉଥିଲେ। ସେ ବୁଝାଇଥିଲେ ଯେ ସମସ୍ତେ ଭିନ୍ନ ସମସ୍ତେ ଭିନ୍ନ ଭିନ୍ନ ଢାଞ୍ଚା ଶୁଣିବା ଉଚିତ, ପ୍ରତ୍ୟେକଙ୍କଠାରୁ ଭଲ ଗୁଣ ଗ୍ରହଣ କରିବା ଉଚିତ, ନିଜ ଉପରେ ଧ୍ୟାନ ଦେବା ଉଚିତ ଏବଂ ଧୀରେ ଧୀରେ ଏହାକୁ ସୁଦୃଢ଼ କରିବା ଉଚିତ।
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଆଉ ଜଣେ ବିଦ୍ୟାର୍ଥୀ ପଚାରିଥିଲେ, ପ୍ରାୟତଃ ବିଦ୍ଯାର୍ଥୀମ ର୍ଥୀମାନେ ସ୍କୁଲ କିମ୍ବା ଶିକ୍ଷକଙ୍କ ଗତି ସହିତ ମେଳ ଖାଇପାରନ୍ତି ନାହିଁ ଏବଂ ଯାହା ଛାଡ଼ି ଯାଆନ୍ତି ତା'କୁ ବୁଝିବାକୁ ଚେଷ୍ଟା କରି ସେମାନେ ଅନ୍ୟ ଅଧ୍ୟାୟଗୁଡ଼ିକୁ ଭୁଲି ଯାଆନ୍ତି ଏବଂ ପଛରେ ପଡ଼ିଯାଆନ୍ତି। ଏହାର ଉତ୍ତରରେ ଶ୍ରୀ ମୋଦୀ କହିଥିଲେ, ଶିକ୍ଷକମାନେ ସେମାନଙ୍କର ଗତି ଛାତ୍ରଛାତ୍ରୀଙ୍କଠାରୁ କେବଳ ଗୋଟିଏ ପାଦ ଆଗରେ ରଖୁବା ଉଚିତ, ଅତ୍ୟଧୂକ ନୁହେଁ । ଲକ୍ଷ୍ୟ ପହଞ୍ଚ ଭିତରେ ରହିବା ଉଚିତ କିନ୍ତୁ ସହଜରେ ହାସଲ କରାଯିବା ଭଳି ନୁହେଁ। ଏହି ସମୟରେ ଜଣେ ବିଦ୍ୟାର୍ଥୀ ଏକ୍ଜାମ ୱାରିଅର୍ସ ମନ୍ତ୍ର 26 କୁ ମନେ ପକାଇ କହିଥିଲେ, ''ଲକ୍ଷ୍ୟ ପହଞ୍ଚ ମଧ୍ୟରେ ରହିବା ଉଚିତ୍ କିନ୍ତୁ ସହଜରେ ହାସଲ କରିବା ଯୋଗ୍ୟ ହେବା ଆବଶ୍ୟକ ନୁହେଁ।’” ପ୍ରଧାନମନ୍ତ୍ରୀ ତାଙ୍କର ସ୍ମୃତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଯଦି ଶିକ୍ଷକମାନେ ପଚାଶ ପାଦ ଆଗକୁ ଯାଆନ୍ତି, ତେବେ ବିଦ୍ୟାର୍ଥୀମାନେ ହାର ମାନିବେ, କିନ୍ତୁ ଯେପରି ଜଣେ ଚାଷୀ କ୍ଷେତ ହଳ କରନ୍ତି, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମନକୁ ହଳ କରିବା ଉଚିତ। ଶ୍ରୀ ମୋଦୀ ପରାମର୍ଶ ଦେଇ କହିଥିଲେ, ଶିକ୍ଷକମାନେ ପ୍ରତି ସପ୍ତାହରେ ପଢ଼ାଯିବାକୁ ଥିବା ଅଧ୍ୟାୟଗୁଡ଼ିକ ବିଷୟରେ ପୂର୍ବରୁ ସୂଚନା ଦେବା ଉଚିତ, ଯାହା ଦ୍ବାରା ବିଦ୍ୟାର୍ଥୀମାନେ ପାଠ ପୂର୍ବରୁ ପଢ଼ିବା, ପଚାରିବା କିମ୍ବା ଅନଲାଇନରେ ଖୋଜିବା ଆରମ୍ଭ କରିପାରିବେ। ସେ ଗୁରୁତ୍ବାରୋପ କରି କହିଥିଲେ, ପ୍ରକୃତ ଶିକ୍ଷାଦାନ ହେଲେ କୌତୁହଳ ସୃଷ୍ଟି ହେବ, ବୁଝାମଣା ଗଭୀର ହେବ ଏବଂ ଧ୍ୟାନ ଉନ୍ନତ ହେବ। ଯଦି କୌଣସି ଅଧ୍ୟାୟ ବହୁତ ଆକର୍ଷଣୀୟ ହେବ, ତେବେ ବିଦ୍ୟାର୍ଥୀମାନେ ଅଧିକ ଅନୁସନ୍ଧାନ କରିବାକୁ ଚାହିଁବେ, ସଂଶୋଧନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବେ। ପ୍ରଧାନମନ୍ତ୍ରୀ ଏହା ଏକ ସରଳ ପଦ୍ଧତି ବୋଲି ମତ ଦେଇଥିଲେ, ଏବଂ ପଚାରିଥିଲେ ଯେ ଏହା ପରେ ଶିକ୍ଷକଙ୍କ ଗତି ସମସ୍ୟା ରହିବ କି? ବିଦ୍ୟାର୍ଥୀ ହଁ ବୋଲି ଉତ୍ତର ଦେବା ପରେ, ଶ୍ରୀ ମୋଦୀ ସଂଶୋଧନ କରି କହିଲେ ଯେ ଏହା ହେବ ନାହିଁ, କାରଣ ବିଦ୍ୟାର୍ଥୀମାନେ ଆଉ ପଛରେ ପଡ଼ିଯାଇଥିବା ଅନୁଭବ କରିବେ ନାହିଁ କାରଣ ସେମାନେ ଶିକ୍ଷକଙ୍କଠାରୁ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଶେଷରେ ସେ କହିଥିଲେ, ‘“ମନକୁ ପ୍ରସ୍ତୁତ କରନ୍ତୁ, ତା'ପରେ ମନ ସହ ଯୋଡ଼ି ହୁଅନ୍ତୁ ଏବଂ ଶେଷରେ ପାଠପଢ଼ା ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହାଦ୍ବାରା ଆପଣଙ୍କୁ ସଫଳପ ଳତା ମିଳିବ।” ବିଦ୍ୟାର୍ଥୀମାନେ ଏ ସମ୍ପର୍କରେ କହିଥିଲେ, ସମସ୍ତିଙ୍କୁ ଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ସାମ୍ନାସାମ୍ନି ବସିବା, ପ୍ରଶ୍ନ ପଚାରିବା ଏବଂ ଆଲୋଚନା
କରିବା ପାଇଁ ସୁଯୋଗ ମିଳେ ନାହିଁ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶିକ୍ଷକମାନଙ୍କଠାରୁ ଦୁଇ ପାଦ ପଛରେ ରହିବା ପରିବର୍ତ୍ତେ ଦୁଇ ପାଦ ଆଗରେ ରହିବାକୁ ପରାମର୍ଶ ଦେଇଥିଲେ, ଯାହା ଦ୍ବାରା ସେମାନେ କେବେ ପଛରେ ପଡ଼ିବେ ନାହିଁ।
ଏକ ସଙ୍ଗୀତମୟ ମୁହୂର୍ତ୍ତ
ସିକିମର ଜଣେ ଛାତ୍ରୀ କହିଥିଲେ, ସେ ହିନ୍ଦୀ, ନେପାଳୀ ଏବଂ ବଙ୍ଗଳା, ତିନୋଟି ଭାଷାରେ ଗୋଟିଏ ଦେଶାତ୍ମବୋଧକ ଗୀତ ରଚନା କରିଛନ୍ତି ଯାହାର ନାମ ‘ହମାରା ଭାରତ ଭୂମି’ 1 ପ୍ରଧାନମନ୍ତ୍ରୀ ଆନନ୍ଦର ସହିତ ତାଙ୍କୁ ପଚାରିଥିଲେ, ସେ କବିତା ଲେଖୁବାକୁ ପସନ୍ଦ କରନ୍ତି କି? ଏଥିରେ ହଁ ଭରିବା ପରେ, ପ୍ରଧାନମନ୍ତ୍ରୀ ସମ୍ପୂକୁ ଛାତ୍ରୀଙ୍କୁ ଗୀତ ବୋଲିବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ ଏବଂ ସେ କିପରି ଜାତିର ଏକତା - ଏକ ଭାରତ, ଶ୍ରେଷ୍ଠ ଭାରତ ବିଷୟରେ କହିଥିଲେ ତାହା ଉପରେ ମନୁବ୍ୟ ଦେଇଥିଲେ। ଶ୍ରୀ ମୋଦୀ ତା'ପରେ ଅନ୍ୟ ଜଣେ ଛାତ୍ରୀ ମାନସୀଙ୍କୁ ଗାଇବାକୁ କହିଥିଲେ। ମାନସୀ ତାଙ୍କ ମାଆଙ୍କ ଦ୍ବାରା ଲିଖୂତ ଏକ ଗୀତ ଗାଇଥିଲେ, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ଥୂଲା । ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ତାଙ୍କ ମାଆଙ୍କୁ ତାଙ୍କର ଅଭିନନ୍ଦନ ଜଣାଇବାକୁ କହିଥିଲେ। ଛାତ୍ରୀ ଜଣ କହିଥିଲେ, ସେ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ୍, ଫେସବୁକ୍ ପେଜ୍ ଏବଂ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ଚଳାନ୍ତି, ତାଙ୍କର ଫେସବୁକ୍ରେ 1.5 ଲକ୍ଷ ଫଲୋଅର୍ସ ଅଛନ୍ତି। ପ୍ରଧାନମନ୍ତ୍ରୀ ଏଥ୍ରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଏବଂ ତାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଏପରି ପ୍ରତିଭାଶାଳୀ ପିଲାମାନଙ୍କୁ ଭେଟିବା ଗର୍ବର ବିଷୟ।
ଶ୍ରୀ ମୋଦୀ ତା'ପରେ ସବୁ ବିଦ୍ୟାର୍ଥୀଙ୍କୁ ସ୍ବାଗତ କରିଥିଲେ। ସେ କହିଥିଲେ, ପିଲାମାନଙ୍କୁ ଆସାମର ଗାମୋସା (ଗାମୁଛା) ଦେଇ ସେ ସ୍ବାଗତ କରିଛନ୍ତି, ଯାହା ତାଙ୍କର ସବୁଠାରୁ ପ୍ରିୟ ସମ୍ପତ୍ତା । ପ୍ରଧାନମନ୍ତ୍ରୀ କହିଥିଲେ, ଗାମୋସା ଆସାମ ଏବଂ ଉତ୍ତର-ପୂର୍ବ ଭାରତରେ ମହିଳା ସଶକ୍ତିକରଣର ପ୍ରତୀକ, ଯାହା ଏହି ଅଞ୍ଚଳର ମହିଳାମାନଙ୍କ ଦ୍ବାରା ଘରେ ତିଆରି, ଏହା ସେମାନଙ୍କର ଶକ୍ତି ଏବଂ ଅବଦାନକୁ ପ୍ରତିଫଳିତ କରିଥାଏ। ସମ୍ମାନ ସ୍ଵରୂପ ପିଲାମାନଙ୍କୁ ଗାମୋସା ଉପହାର ଦେବାକୁ ତାଙ୍କ ମନରେ ଇଚ୍ଛା ଥୂଲା ବୋଲି ଶ୍ରୀ ମୋଦୀ କହିଥିଲେ।
ଉଦ୍ଦେଶ୍ୟକୁ ନେଇ ପ୍ରସ୍ତୁତି
ଆଉ ଜଣେ ଛାତ୍ର ସାବତ ଭେଙ୍କଟେଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଏବଂ ଭୟକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଦକ୍ଷତା ନା ମାର୍କ ଅଧୂକ ଗୁରୁତ୍ଵପୂର୍ଣ୍ଣ । ପ୍ରଧାନମନ୍ତ୍ରୀ କହିଥିଲେ, ଖାଇବା ଓ ଶୋଇବା, ପାଠପଢ଼ା ଓ ଖେଳିବା, କିମ୍ବା ଦକ୍ଷତା ଓ ମାର୍କ ମଧ୍ୟରେ ହେଉ ଜୀବନରେ ସନ୍ତୁଳନ ଅତ୍ୟନ୍ତ ଜରୁରୀ। ଗୋଟିଏ ପାର୍ଶ୍ଵକୁ ଅତ୍ୟଧୂକ ଝୁଙ୍କି ପଡ଼ିବା ଅସନ୍ତୁଳନ ଆଡ଼କୁ ନେଇଥାଏ। ଅନ୍ୟପଟେ ଉପଯୁକ୍ତ ସନ୍ତୁଳନ ସ୍ଥିରତା ସୁନିଶ୍ଚିତ କରେ। ଦକ୍ଷତା ଦୁଇ ପ୍ରକାରର - ଜୀବନ ଦକ୍ଷତା ଏବଂ ବୃତ୍ତିଗତ ଦକ୍ଷତା। ଉଭୟ ସମାନ ଭାବରେ ଗୁରୁତ୍ବପୂର୍ଣ୍ଣ। ଜ୍ଞାନ, ପର୍ଯ୍ୟବେକ୍ଷଣ ଏବଂ ଅଧ୍ୟୟନ ବିନା କୌଣସି ଦକ୍ଷତା ବିକାଶ କରିପାରିବ ନାହିଁ, ଏବଂ ଦେଖି