ହନୁମାନ ପତାକା ଓ ତାର ମହାତ୍ମ୍ୟ...
ହନୁମାନ ପତାକା ଲଗାଇବା କାହିଁକି..?
ହନୁମାନ ଜି, ଯିଏ ଭଗବାନ ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଓ ଶକ୍ତିର ଉପାସକ, ତାଙ୍କ ପତାକା ଏକ ଶୂରତା, ଭକ୍ତି ଓ ଧର୍ମର ପ୍ରତୀକ ଭାବରେ ଦେଖାଯାଏ। ଏହି ପତାକା ପ୍ରାୟତଃ କେସରିଆ (ଗାଢ଼ କେସରି ରଙ୍ଗର) ହୁଏ ଓ ତାହା ଉପରେ ହନୁମାନ ଜିଙ୍କ ଚିତ୍ର, ଗଦା, ବଜ୍ର, ବା ବଜ୍ରାଙ୍ଗ ବାଣୀ ଲିଖୂତ ଥାଏ।
ପତାକାର ରଙ୍ଗ ଓ ଅର୍ଥ:-
ଗାଢ଼ କେସରିଆ ରଙ୍ଗ ଶୂରତା, ବଳିଦାନ ଓ ଧର୍ମ ପ୍ରତି ନିଷ୍ଠାର ପ୍ରତିନିଧୂତ୍ବ କରେ।
ଏହି ପତାକା ବେଶିଭାଗ ହନୁମାନ ଜୀଙ୍କ ମନ୍ଦିର, ଅଖାଡା, ବା ଶୂର ଯୋଧ୍ୟାଙ୍କ ଦ୍ବାରା ବ୍ୟବହୃତ ହୁଏ।
ପତାକା ଉପରେ ଥିବା ପ୍ରତୀକ:-ଗଦା ଶକ୍ତି ଓ ନ୍ୟାୟର ପ୍ରତୀକ ।
ଶ୍ରୀହନୁମାନଙ୍କ ଚିତ୍ର:- ଭକ୍ତି, ବିନମ୍ରତା ଓ ଶୂରତା ର ଜୀବନୁ ଉଦାହରଣ।
"ଓମ୍ ଶ୍ରୀହନୁମାନ" ବା "ଜୟ ଶ୍ରୀ ରାମ" ଭାଷା ଲେଖା:- ଧ୍ୟାନ ଓ ଭକ୍ତିକୁ ବଢ଼ାଇଥାଏ।
ଧାର୍ମିକ ଅର୍ଥ:- ହନୁମାନଙ୍କ ପତାକା କେବଳ ଏକ ଝଣ୍ଡା ନୁହେଁ, ଏହା ଏକ ଆତ୍ମବଳ, ଭୟ ହରାଇବା ଶକ୍ତି ଓ ଭଗବାନ ପାଇଁ ଅନନ୍ୟ ନିଷ୍ଠାର ଚିହ୍ନ। ଯେଉଁଠି ଏହି ପତାକା ରହିଥାଏ, ସେଠି ଅନ୍ୟାୟ, ଅଧର୍ମ ଓ ଭୟ ହାର ମାନିଥାଏ।
ପ୍ରଭୁଙ୍କ ପତାକା ପ୍ରାୟତଃ ସମସ୍ତଙ୍କ ଛାତ ଉପରେ ଉଡୁ ଥୂବାର ଦେଖେ। ପ୍ରକୃତରେ ସେ ପତାକା ଲଗାଇବାର ବିଧୂ ଅଛି । ୧....ଆମେ ଘରର ଦକ୍ଷିଣ, ପଶ୍ଚିମ କୋଣକୁ ନୈରୁତ କୋଣ କହୁଥାଏ। ସେହି ଦିଗରେ ଯଦି ଆମେ ପତାକା ଟି ଲଗେଇ ଥାଏ, ତେବେ ଆମ ଘରର ବାସ୍ତୁ ଦୋଷ ନଷ୍ଟ ହେବା ସହିତ , ଶତ୍ରୁର ଅଶୁଭ ଦୃଷ୍ଟି ନଷ୍ଟ ହୋଇ ଶୁଭ ଫଳ ପ୍ରଦାନ କରିଥାଏ।
୨.... ଉତ୍ତର ପଶ୍ଚିମ କୋଣ କୁ ବାୟବ୍ୟ କୋଣ କୁହାଯାଏ । ଏହି କୋଣରେ ପତାକା ଥିଲେ, ସୁଖ, ଶାନ୍ତି, ସମୃଦ୍ଧି ଓ ମନର ସ୍ଥିରତା ଆସିଥାଏ।
୩.... ପୂର୍ବ, ଉତ୍ତର କୋଣ - ଐଶାନ୍ୟ କୋଣ, ଏହି କୋଣରେ ରହିଲେ ଯଶ, କୀର୍ତ୍ତି ଓ ମାନସମ୍ମାନ ମିଳିଥାଏ। ପିଲାଙ୍କ ପାଠ ପଢାରେ ଉନ୍ନତି ହେବା ସହିତ ମାଙ୍ଗଳିକ କାର୍ଯ୍ୟରେ ଯେଉଁ ବାଧା ବିଘ୍ନ ଦେଖାଯାଇଥାଏ, ତାହା ଦୂର ହୋଇଥାଏ।
୪.... ପୂର୍ବ, ଦକ୍ଷିଣ କୋଣ - ଅଗ୍ନି କୋଣ, ଏହି କୋଣ ରେ ରହିଲେ ସ୍ବାସ୍ଥ୍ୟହାନି, ଅଗ୍ନିଭୟ, ସନ୍ଧାନ ସନ୍ଧତି ନଷ୍ଟ, ଦୃଘଟଣା, ଚୋରି ଇତ୍ୟାଦି ଭୟରୁ ମୁକ୍ତି ମିଳି ଥାଏ।
ଯେ କୌଣସି ମଙ୍ଗଳବାର କିମ୍ବା ପୂର୍ଣ୍ଣମୀ ଦିନ ଏକ ଲୁହା କିମ୍ବା ଜିଆଇ ପାଇପ ରେ ନିଜର ଚାହିଦା ଅନୁଯାୟୀ ଲଗାଇ ପାରିବେ। ଲଗାଇବା ପୂର୍ବରୁ ଯେଉଁ ସ୍ଥାନରେ ପାଇପ୍ ଟି ପୋତିବେ, ସେ ସ୍ଥାନରେ ଦୀପ, ଧୂପ, ଫୁଲ, ସିନ୍ଦୂର, ନୈବେଦ୍ୟ ରଖ୍ ପୂଜା କରିବେ।
ହନୁମାନ ଚାଳିଶା ପଢ଼ି ସାରିବା ପରେ, ଓଁ ଶ୍ରୀ ହନୁମତେ ନମଃ ୧୦୮ ଥର ଜପ କରି ସେହି ହନୁମାନ ପତାକା ଟି ଲଗାଇ ଦିଅନ୍ତୁ।
ଲଗାଇବା ସମୟ ପ୍ରାତଃ ସମୟ କିମ୍ବା ଦିନ ୧୦ ଟା ଠାରୁ ୧୨ ମଧ୍ୟରେ ହେଲେ ଶୁଭ ଫଳ ପ୍ରଦାନ କରିଥାଏ। ସମସ୍ତ କାର୍ଯ୍ୟରେ ବିଜୟ ଲାଭ ହୋଇଥାଏ, ନକରାତ୍ମକ ଶକ୍ତି ଘରୁ ଦୂର ହୋଇଥାଏ, ପ୍ରେତ ଦୋଷ ଦୂର ହୋଇଥାଏ। ହନୁମାନଙ୍କ କୃପାଦୃଷ୍ଟି ସର୍ବଦା ରହିଥାଏ। ସେ ଦିନ ଘରେ ଆମିଂଶ, ପିଆଜ, ରସୁଣ ନିଷେଧ କରି ଅରୁଆ ଖାଇବା ଆବଶ୍ୟକ କାମ,
ଜୟ ଶ୍ରୀ ରାମ