"ପାପାଙ୍କୁଶା ଏକାଦଶୀ" ଏହାର ଵିଧି ବ୍ୟବସ୍ଥା ଓ ମହାତ୍ମ୍ୟ...
ପାପାଙ୍କୁଶା ଏକାଦଶୀ ଆଶ୍ଵିନ ମାସର ଶୁକ୍ଳପକ୍ଷରେ ଏକାଦଶୀରେ ଆସିଥାଏ। ମାନ୍ୟତା ଅଛି ଯେ ଯଦି ଏକାଦଶୀ ଉପବାସ କରାୟାଏ ତେବେ ଜଣେ ବ୍ୟକ୍ତି ନିଜର ଅଶୁଭ ସଂସ୍କାରର ରୀତିନୀତିକୁ ନଷ୍ଟ କରିଦେଇପାରେ।
ଭଗବାନ ଶ୍ରୀକୃଷ୍ଣ ନିଜେ ଏହି ଏକାଦଶୀକୁ ଧର୍ମରାଜ ଯୁଧିଷ୍ଠିରଙ୍କୁ ବତେଇ ଥିଲେ। ଏହି ଏକାଦଶୀରେ ଭଗବାନ ପଦ୍ମନାଭଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରାୟାଏ।
ଏହି ଉପବାସର ଗୁଣାତ୍ମକ କାରଣ ଏହା ଯେ ପାପରୂପୀ ହାତୀକୁ ଏହି ବ୍ରତର ପୁଣ୍ୟରୂପୀ ଅକୁଂସ ବଧ କରିଥିଲେ ଏହି କାରଣରୁ ଏହି ଏକାଦଶୀର ନାମ ପାପାଙ୍କୁଶା ଏକାଦଶୀ କୁହାଯାଏ।
ଏହି ପାପାଙ୍କୁଶା ଏକାଦଶୀ ଦିନ ମୌନ ରହି ଭଗବତ ଗୀତା ସ୍ମରଣ କରାୟାଏ। ଏହା ସହିତ ଭୋଜନ ପାଇଁ ଏକ ନିୟମ ମଧ୍ୟ ଅଛି।
ଯଦି ଏହି ଦିନ ଭଗବାନଙ୍କ ଉପାସନା ପବିତ୍ର ମନରେ କରାୟାଇଥାଏ ତେବେ ବ୍ୟକ୍ତିର ମନ ଏହା ଦ୍ଵାରା ଶୁଦ୍ଧ ହୋଇୟାଏ।
ବିଶ୍ଵାସ କରାୟାଏ ଯେ ଯଦି ଜଣେ ଏହି ଏକାଦଶୀରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ପୂଜା କରନ୍ତି ବା ଆରାଧନା କରନ୍ତି ତେବେ ଜଣେ ବ୍ୟକ୍ତି ସୁଖ ଓ ସମୃଦ୍ଧି ପ୍ରାପ୍ତି କରିଥାଏ।
ଏହା ସହିତ ବୈକୁଣ୍ଠଧାମ ପ୍ରାପ୍ତି ହୋଇଥାଏ।ଏହା ସର୍ବପାପହାରୀ, ସ୍ଵର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ଵାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ଅଟେ ।ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ ଯମ-ଯାତନା ଭୋଗିବାକୁ ପଡ଼େନାହିଁ ବୋଲି ଲୋକ ବିଶ୍ଵାସ ରହିଛି ।ଏକାଦଶୀ ଦିନ ଉପବାସ ଓ ରାତିରେ ଉଜାଗର ରହିଥିବା ମନୁଷ୍ୟ ଅନାୟସରେ ବିଷ୍ଣୁଧାମକୁ ଯାଏ ବୋଲି ପୁରାଣରେ ବର୍ଣ୍ଣିତ। ଏହି ଏକାଦଶୀ ପାଳନ କରୁଥିବା ବ୍ୟକ୍ତି ମାତୃପକ୍ଷର ଦଶ ଓ ପିତୃପକ୍ଷର ଦଶ ତଥା ପତ୍ନୀପକ୍ଷର ଦଶ ପିଢ଼ିକୁ ଉଦ୍ଧାର କରନ୍ତି ବୋଲି କୁହାୟାଏ ।
ଯୁଧିଷ୍ଠିର ପଚାରିଲେ : ହେ ମଧୁସୂଦନ । ଏବେ ଆପଣ କୃପାକରି କହନ୍ତୁ ଯେ ଆଶ୍ଵିନ ମାସ ଶୁକ୍ଳପକ୍ଷରେ କେଉଁ ଏକାଦଶୀ ପଡ଼େ ଓ ଏହାର ମାହାତ୍ମ୍ୟ କ'ଣ ?
ଭଗବାନ ଶ୍ରୀକୃଷ୍ଣ କହିଲେ : ରାଜନ୍ । ଆଶ୍ଵିନ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାହା ‘ପାପାଙ୍କୁଶା' ନାମରେ ବିଖ୍ୟାତ । ଏହା ସର୍ବପାପହାରୀ, ସ୍ଵର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ବାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ।
ଅନ୍ୟ କାରଣରୁ ମଧ୍ୟ ମନୁଷ୍ୟ ଯଦି ଏହି ଏକମାତ୍ର ଏକାଦଶୀ ବ୍ରତ ଉପବାସ କରେ ତେବେ ତାକୁ କେବେ ଯମ-ଯାତନା ଭୋଗିବାକୁ ପଡ଼େ ନାହିଁ ।
ହେ ରାଜନ୍ ! ଏକାଦଶୀ ଦିନ ଉପବାସ ଓ ରାତିରେ ଜାଗରଣ କରୁଥିବା ମନୁଷ୍ୟ ଅନାୟାସରେ ଦିବ୍ୟରୂପଧାରୀ, ଚତୁର୍ଭୁଜ, ଗରୁଡ଼ ଧ୍ଵଜାୟୁକ୍ତ, ହାରରେ ସୁଶୋଭିତ ଓ ପିତାମ୍ବରଧାରୀ ହୋଇ ଭଗବାନ ବିଷ୍ଣୁଙ୍କ ଧାମକୁ ଯାଏ ।
ରାଜେନ୍ଦ୍ର ! ଏହି ପୁରୁଷ ମାତୃପକ୍ଷର ଦଶ ଓ ପିତୃପକ୍ଷର ଦଶ ତଥା ପତ୍ନୀପକ୍ଷର ଦଶ ପିଢ଼ିକୁ ଉଦ୍ଧାର କରନ୍ତି । ଏହି ଦିନ ସମ୍ପୂର୍ଣ୍ଣ ମନୋରଥ ପ୍ରାପ୍ତି ନିମନ୍ତେ ମୋର ବାସୁଦେବ ସ୍ଵରୂପର ପୂଜନ କରିବା ଉଚିତ ।
ଜିତେନ୍ଦ୍ରିୟ ମୁନି ଚିରକାଳ ପର୍ୟ୍ୟନ୍ତ କଠୋର ତପସ୍ୟା କରି ଯେଉଁ ଫଳ ଲାଭ କରେ, ତାହା ସେ ଦିନ ଭଗବାନ ଗରୁଡ଼ଧ୍ବଜଙ୍କୁ ପ୍ରଣାମ କଲେ ପ୍ରାପ୍ତ ହୋଇଥାଏ ଯେଉଁ ପୁରୁଷ ସୁବର୍ଣ୍ଣ, ତିଳ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଓ ଛତା ଦାନ କରେ, ତାକୁ କେବେ ଯମରାଜଙ୍କର ଦର୍ଶନ ହୁଏ ନାହିଁ । ନୃପଶ୍ରେଷ୍ଠ ! ଦରିଦ୍ର ପୁରୁଷ ମଧ୍ୟ ସ୍ନାନ, ଜପ-ଧ୍ୟାନ ଆଦି କରିବା ପରେ ଯଥାଶକ୍ତି ହୋମ, ଯଜ୍ଞ, ତଥା ଦାନ ଆଦି କରି ନିଜର ପ୍ରତ୍ୟେକ ଦିନକୁ ସଫଳ କରିବା ଉଚିତ । ଯିଏ ହୋମ, ସ୍ନାନ, ଜପ, ଧାନ ଓ ଯଜ୍ଞ ଆଦି ପୁଣ୍ୟ କର୍ମ କରନ୍ତି, ତାଙ୍କୁ ଭୟଙ୍କର ଯମ-ଯାତନା ଭୋଗିବାକୁ ପଡ଼େ ନାହିଁ ।
ଜଗତରେ ଯେଉଁମାନେ ଦୀର୍ଘାୟୁ, ଧନାଢ଼୍ୟ, କୁଳୀନ ଓ ନିରୋଗୀ ଦେଖାୟାଆନ୍ତି, ସେମାନେ ପୂର୍ବର ପୁଣ୍ୟାତ୍ମା ଅଟନ୍ତି । ପୁଣ୍ୟତ୍ମା ପୁରୁଷ ଏଭଳି ହିଁ ଦେଖାୟାଆନ୍ତି ।
ଏହି ବିଷୟରେ ଅଧିକ କହି କ’ଣ ବା ଲାଭ, ମନୁଷ୍ୟ ପାପ କରି ଦୁର୍ଗତିରେ ପଡ଼ନ୍ତି ଏବଂ ଧର୍ମ କରି ସ୍ଵର୍ଗକୁ ଯାଆନ୍ତି । ହେ ରାଜନ୍ ! ତୁମେ ମୋତେ ଯାହା ପଚାରିଥିଲ, ତା’ ଅନୁସାରେ ‘ପାପାଙ୍କୁଶା ଏକାଦଶୀ’ର ମାହାତ୍ମ୍ୟ ମୁଁ ବର୍ଣ୍ଣନା କରାଗଲା ||
ଆଶ୍ୱିନ ଶୁକ୍ଳ ପାପାଙ୍କୁଶା ଏକାଦଶୀ ମାହାତ୍ମ୍ୟ
ଯୁଧିଷ୍ଠିର_ଉବାଚ
କହନ୍ତି ପଣ୍ଡୁଙ୍କ ନନ୍ଦନ। ଶୁଣନ୍ତୁ ଶ୍ରୀ ମଧୁସୂଦନ।।
ଆଶ୍ୱିନ ଶୁକ୍ଳ ଏକାଦଶୀ। କେଉଁ ନାମରେ ତାକୁ ଭାଷି।।
ଶ୍ରୀକୃଷ୍ଣ_ଉବାଚ
କୃଷ୍ଣ କହନ୍ତି ଯୁଧିଷ୍ଠିର। ଶୁଣ ହେ ମହିମା ବ୍ରତର ।।
ଯାହାର ମାହାତ୍ମ୍ୟ ଶୁଣିଲେ। ପାପ ବିନାଶ ହୋଏ ଭଲେ ।।
ଆଶ୍ବିନ ଶୁକ୍ଳ ଏକାଦଶୀ। ନାମରେ ପାପାଙ୍କୁଶା ଭାଷି ।।
ଏ ସର୍ବ ପାପ ବନ ଦାବ। ଏଥିରେ ପୂଜ ପଦ୍ମନାଭ ।।
ଯେ ସର୍ବ ଅଭୀଷ୍ଟ ଫଳଦ। ଯେ ପ୍ରଭୁ ସ୍ୱର୍ଗ ଯେ କ୍ଷିପ୍ରଦ ।।
କରିଣ ଇନ୍ଦ୍ରିୟ ଦମନ। ଯେ କରେ ତପସ୍ୟା ସାଧନ ।।
ଯେ ଯେଉଁ ଫଳ ପାଇଥାଏ। ଏ ବ୍ରତେ ସେହି ଫଳ ପାଏ ।।
ମୋହର ଯୁକ୍ତ ହୋଇ ନର। କରି ପାତକ ବହୁତର ।।
ଯେବେ ନମଇଁ ପଦ୍ମନାଭ। ନରକ ନୁହେଁ ତାକୁ ଲାଭ ।।
ପୃଥ୍ୱୀରେ ଯେତେ ତୀର୍ଥମାନେ। ସେ ଅବା ପୂଣ୍ୟ ଆୟତନେ ।।
ସେ ସର୍ବ ଫଳ ପାଏ ଜନ। ଯେ କରେ ନାମ ସଂକୀର୍ତ୍ତନ ।।
ଯେ ବିଷ୍ଣୁ ପରବଶ ହୁଏ ।ଯେ ଯମ ଯାତନା ନ ପାଏ ।।
ଏ ଏକାଦଶୀ ଉପବାସ। ପ୍ରସଙ୍ଗେ ଯେ କରେ ନରେଶ ।।
ଦାରୁଣ ପାପ କରି ସେହି। ଯମ ଯାତନା ନ ଲଭଇ।।
ବୈଷ୍ଣବ ହୋଇ ଯେଉଁ ଜନ। କରଇ ଈଶ୍ୱର ବନ୍ଦନ।।
ସେ ବିଷ୍ଣୁଲୋକକୁ ନ ଯାଇ। ନରକେ ନିଶ୍ଚୟ ପଡ଼ଇ।।
ଏ ବିଷ୍ଣୁବ୍ରତ ସମ ହୋଇ। ତିନିଲୋକରେ ବ୍ରତ ନାହିଁ ।।
କେ ହେବ ପାବନ ପବିତ୍ର। ନାଶ କରିବ ପାପ ମାତ୍ର ।।
ପାତକମାନେ ପ୍ରାଣୀ ଦେହେ। ଥାଆନ୍ତି କେତେ କାଳଯାଏଁ ।।
ହରିବାସର ଉପବାସ। ନୋହିଛି ଯାବତ ଦିବସ ।।
ଶତ ସଂଖ୍ୟକ ବାଜପେୟ। ସହସ୍ରେ ଅଶ୍ବମେଧ ଜୟ ।।
ହୁଅନ୍ତି ନାହିଁ ହରିଦିନ। ଉପବାସର କଲା ସମ ।।
ଏକାଦଶୀର ସମ ହୋଇ। ଏକହିଁ ବ୍ରତ ନାହିଁ କାହିଁ ।।
ଯାହାକୁ ବ୍ୟାଜ କରି ନର। ନ ଦେଖି ବୈବରୁତ ପୁର ।।
ଯେ ସ୍ୱର୍ଗ ମୋକ୍ଷ ଦେଇପାରେ। ଶରୀର ଆରୋଗ୍ୟକୁ କରେ ।।
ଏକାଦଶୀକି କଲା ଜନେ। ଯାଆନ୍ତି ବୈକୁଣ୍ଠ ଭୁବନେ ।।
ଦିବ୍ୟ ଆକୃତି ଚତୁର୍ଭୁଜ। ଆରୋହି ଥାନ୍ତି ପକ୍ଷୀରାଜ ।।
ନାନାଳଙ୍କାର ସଜବନ୍ତ। ପୀତ ଅମ୍ବର ସ୍ମିତବନ୍ତ ।।
ଉଚ୍ଚାରୁଥାନ୍ତି ହରିନାମ। ବିଚାରୁଥାନ୍ତି ଗୁଣଗ୍ରାମ ।।
ବାଳକ ଯୌବନ ବୃଦ୍ଧତ୍ୱ। ଯହିଁରେ ଉପୁଜିବ ତତ୍ତ୍ଵ।।
ତହିଁରେ ଉପବାସ କରି। ଅବଶ୍ୟ ଜୀବକୁ ଉଦ୍ଧାରି ।।
ଆଶ୍ୱିନ ଶୁକ୍ଳ ପକ୍ଷ ଜାଣି। ଯେ କରେ ପାପ ବିନାଶିନୀ ।।
ସେ ସର୍ବ ପାପୁ ମୁକ୍ତ ହୋଇ। ଲକ୍ଷ୍ମୀନା ଏକ ପୁରେ ଯାଇ ।।
ତିଳସୁବର୍ଣ୍ଣ ଭୂମି ଅନ୍ନ। ପାଇ ଉଦକ ଯେ ବସନ।।
ଯେ ଉପାନହ ଛତ୍ରଦାନ। ଦେଇ ଲଭଇ ଯେଉଁ ପୁଣ୍ୟ।।
ଗୃହେ ଯେ ହୋଇ ପୁଣ୍ୟହୀନ। ଯାହାର ଯାଏ ଦିନମାନ।।
ସେ ଲୌହାକାର ଭାତି ପରି। ଶ୍ୱାସ ପକାଇ ଯିବ ମରି।।
ସ୍ନାନ ସତକ୍ରିୟା ଜପ ଧ୍ୟାନ। ଇତ୍ୟାଦି ଯେତେ କର୍ମମାନ।।
ଏ ପୁଣ୍ୟଦିନେ ଯେ କରନ୍ତି। ସେମାନେ ମୋ ଧାମେ ମିଳନ୍ତି।।
ଯଜ୍ଞାଦି କର୍ମ ଯେ କରନ୍ତି। ଯମ ଯାତନା ନ ଦେଖନ୍ତି।।
ଇଦୃଶ୍ୟ ପୁଣ୍ୟ କର୍ତ୍ତାଜନ। ହୁଅନ୍ତି ଧନାଢ୍ୟ କୁଳୀନ।।
ରୋଗ ବର୍ଜିତ ପୁଣ୍ୟବନ୍ତ ।ପୁତ୍ରାଦି ଶତ ଆୟୁଷ୍ମତ।।
କୃଷ୍ଣ କହନ୍ତି ପଣ୍ଡୁ ସୁତ। କହିଲେ କି ହେବ ବହୁତ।।
ଅଧର୍ମେ ଦୁର୍ଗତି ହୁଅଇ।ଧର୍ମରେ ତ୍ରିଜୀବ ମିଳଇ।।
ହେ ଧର୍ମରାଜ ମହାମତେ। ପଚାରିଗଲେ ଲୋକ ହିତେ।।
କହନ୍ତି ଶୁଣି ରଖ ଚିତ୍ତେ। ବିସ୍ମୃତ ନ ହେବ ଯେମନ୍ତେ।।
ମାହାତ୍ମ୍ୟ ଶୁଣିଲେ ପଢିଲେ। ବ୍ରତରେ ଶ୍ରଦ୍ଧା ହୁଏ ଭଲେ।।
ଇତି ଶ୍ରୀ ପଦ୍ମପୁରାଣେ ଆଶ୍ୱିନ ଶୁକ୍ଳ ପାପାଙ୍କୁଶୈକାଦଶୀ ମାହାତ୍ମ୍ୟେ ଦ୍ୱାବିଂଶୋଽଧ୍ୟାୟଃ।।