୨୦୨୫-୨୬ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଭାରତର ୮.୨% ଦୃଢ଼ ଜିଡିପି ଅଭିବୃଦ୍ଧିକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

Nov 29, 2025 - 08:30
 11
୨୦୨୫-୨୬ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଭାରତର ୮.୨% ଦୃଢ଼ ଜିଡିପି ଅଭିବୃଦ୍ଧିକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

୨୦୨୫-୨୬ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଭାରତର ୮.୨% ଦୃଢ଼ ଜିଡିପି ଅଭିବୃଦ୍ଧିକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଦ୍ୟତମ ଜିଡିପି ଆକଳନକୁ ସ୍ବାଗତ କରି କହିଛନ୍ତି ଯେ, ୨୦୨୫-୨୬ର ଦ୍ବିତୀୟ ତ୍ରୈମାସିକରେ ଭାରତର ଅର୍ଥନୀତି ପ୍ରଭାବଶାଳୀ ୮.୨% ଅତି ଅଭିବୃଦ୍ଧି ହାସଲ କରିଛି । ସେ କହିଛନ୍ତି ଯେ, ଏହି ସଫଳତା ସରକାରଙ୍କ ବିକାଶ ଅଭିମୁଖୀ ନୀତି ଓ ସଂସ୍କାରର ପ୍ରଭାବ ସହିତ ଭାରତର ଲୋକଙ୍କ କଠିନ ପରିଶ୍ରମ ଏବଂ ଔଦ୍ୟୋଗିକତାକୁ ପ୍ରତିଫଳିତ କରୁଛି | 1 ଶ୍ରୀ ମୋଦୀ ଗୁରୁତ୍ବାରୋପ କରିଛନ୍ତି ଯେ, ସରକାର ସଂସ୍କାରକୁ ଆଗକୁ ବଢ଼ାଇବା ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନଧାରଣକୁ ସହଜ କରିବାକୁ ପ୍ରତିବଦ୍ଧ । ଅଭିବୃଦ୍ଧିର ଲାଭ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଖରେ କିପରି ପହଞ୍ଚିବ ସରକାର ତାହା ସୁନିଶ୍ଚିତ କରୁଛନ୍ତି ବୋଲି ସେ କହିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ ୨୦୨୫-୨୬ର ଦ୍ବିତୀୟ ତ୍ରୈମାସିକରେ ୮.୨% ଜିଡିପି ଅଭିବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ । ଏହା ଆମର ବିକାଶ ଅଭିମୁଖୀ ନୀତି ଏବଂ ସଂସ୍କାରର ପ୍ରଭାବକୁ ପ୍ରତିଫଳିତ କରୁଛି । ଏହା ଆମ ଲୋକମାନଙ୍କର କଠିନ ପରିଶ୍ରମ ଏବଂ ଔଦ୍ୟୋଗିକତାକୁ ମଧ୍ୟ ପ୍ରତିଫଳିତ କରୁଛି ଉଛି । ଆମ ସରକାର ସଂସ୍କାର ରକୁ ଆଗକୁ ବଢ଼ାଇବା ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନଧାରଣକୁ ସହଜ କରିବା ବା ଜାରି ରଖୁବ ।”