୫୮୩ ଗ୍ରାମର ବ୍ରାଉନସୁଗାର ଜବତ : ୧ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକ ନିକଟରେ ଚଢଉ କରି ୫୮୩ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରୀ ଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ । ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ଯ ୫୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ଏସ୍ପି ସାଗରିକା ନାଥ । ସୂଚନା ଅନୁଯାୟୀ ରବିବାର ସଂଧ୍ଯା ସମୟରେ ବାଇକରେ ଜଳେଶ୍ବରରୁ ଭୋଗରାଇ ଅଞ୍ଚଳକୁ ବ୍ରାଉନସୁଗାର ଚାଲାଣ ହେଉଥିବା ସମୟରେ ଖବର ପାଇ ଜଳେଶ୍ବର ପୋଲିସ ଆମ୍ବଳିଅଠା ଛକରେ ପହଞ୍ଚିବା ସହ ଚଢଉ କରି ବ୍ରାଉନସୁଗାର ଜବତ କରିଛି ଏବଂ ଜଣେ ବେପାରୀକୁ ଗିରଫ କରିଛି । ଏହା ସହ ଗୋଟିଏ ବାଇକ ଓ ୭୦୦ ଟଙ୍କା ଜବଦ କରିଛି ପୋଲିସ । ତେବେ ଗିରଫ ଯୁବକ ପଶ୍ଚିମବଙ୍ଗ କଣ୍ଟାଈ ଥାନା ତାଜପୁର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜଳେଶ୍ୱର ଥାନା ଅଧିକାରୀ ।

୫୮୩ ଗ୍ରାମର ବ୍ରାଉନସୁଗାର ଜବତ : ୧ ଗିରଫ