୬୦ ବର୍ଷ ବୟସରେ ପୁଣି ଥରେ ବିବହ କଲେ ଅଭିନେତା ଆଶିଷ

୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ । ଆସାମର ରୂପାଲି ତାଙ୍କର ନୂଆ ଜୀବନସାଥୀ ହୋଇଛନ୍ତି । ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୂପାଲି ବରୁଆଙ୍କ ସହ ଗୁରୁବାର ବିବାହ ହୋଇଛି ।ଏହି ବିବାହ ଦୁଇଟି ସଂସ୍କୃତି, କେରଳ ଓ ଆସାମର ଏକ ମିଶ୍ରଣ ଥିଲା । ବିବାହ ନିମନ୍ତେ ଆସାମୀ ଲଳନା ରୂପାଲି ସକାଳ ସାଢ଼େ ୬ଟାରେ ପ୍ରସ୍ତୁତ ହେବା ଆରମ୍ଭ କରିଥିଲେ ଏବଂ କେରଳ ବାସିନ୍ଦା ଆଶିଷ ଧଳା ଓ ସୁନା ମୁଣ୍ଡୁ ସହିତ ଏକ ସୁନ୍ଦର ଧଳା ମେଖେଲା ପିନ୍ଧି ନିଜକୁ ସଜାଇଥିଲେ । ଅଭିନେତା ଆଶିଷ କହିଛନ୍ତି, ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ । ସକାଳେ କୋର୍ଟ ମ୍ୟାରେଜ୍ ହୋଇଥିଲା ଏବଂ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ବିବାହ ହେଲା ବୋଲି ଆଶିଷ କହିଛନ୍ତି ।

Feb 14, 2024 - 20:19
 100
୬୦ ବର୍ଷ ବୟସରେ ପୁଣି ଥରେ ବିବହ କଲେ ଅଭିନେତା ଆଶିଷ