ଅଣ୍ଡର-୧୯ ଏସିଆ କପ୍ ୨୦୨୬ ରେ ଟିମ୍ ଇଣ୍ଡିଆ ନେପାଳ ବିପକ୍ଷରେ ପ୍ରଥମ ମୁକାବିଲା...

Nov 7, 2026 - 11:47
 3
ଅଣ୍ଡର-୧୯ ଏସିଆ କପ୍ ୨୦୨୬ ରେ ଟିମ୍ ଇଣ୍ଡିଆ ନେପାଳ ବିପକ୍ଷରେ ପ୍ରଥମ ମୁକାବିଲା...

ଆଜି ଅଲ୍ ଆମେରାଟ୍ କ୍ରିକେଟ୍ ଗ୍ରାଉଣ୍ଡ (ମିନିଷ୍ଟ୍ରି ଟର୍ଫ ୧) ରେ ଖେଳାଯାଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆ ୧୦ ୱିକେଟ୍ ରେ ଏକତରଫା ବିଜୟ ହାସଲ କରିଛି। 

ଭାରତକୁ ବିଜୟ ଦେବାରେ ବୀରେନ୍ଦ୍ର ସେହୱାଗ୍ ଙ୍କ ପୁଅ ଆର୍ଯ୍ୟବୀର ସବୁଠୁ ବଡ଼ ଇନିଂସ୍ ଖେଳି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। 

ପ୍ରଥମେ ବ୍ୟାଟିଂ କରିବା ପରେ ନେପାଳ ୪୨.୩ ଓଭରରେ ୧୨୮ ରନରେ ଅଲଆଉଟ୍ ହୋଇଯାଇଥିଲା। 

ଜବାବରେ ଟିମ୍ ଇଣ୍ଡିଆ ୧୯.୧ ଓଭରରେ ୧୨୯ ରନ୍ କରି ବିଜୟ ନିଜ ନାଁରେ କରିନେଇଛି।

ଆର୍ଯ୍ୟବୀର ୫୨ ବଲ୍ ରେ ୭ ଚୌକା ଏବଂ ୪ ଛକା ସାହାଯ୍ୟରେ ଅପରାଜିତ ୭୦ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୪.୬୨ ରହିଥିଲା। 

ତାଙ୍କ ସହ ଓପନିଂରେ ଆସିଥିବା ଅଧିନାୟକ ଲକ୍ଷ୍ୟ ରାଜେଶ ରାଇଚନ୍ଦାନୀ ୬୩ ବଲ୍ ରେ ୭ ଚୌକା ସାହାଯ୍ୟରେ ୫୩_ ରନ୍ ସ୍କୋର କରିଛନ୍ତି। 

ଉଭୟ ପ୍ରଥମ ୱିକେଟ୍ ପାଇଁ ୧୨୯ (୧୧୫ ବଲ୍) ରନର ଅପରାଜିତ ଭାଗୀଦାରୀ କରି ଟିମ୍ କୁ ଏକତରଫା ବିଜୟ ରେଖା ପାର କରାଇ ଦେଇଛନ୍ତି।

‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ହୋଇପାରିଲେନି ଆର୍ଯ୍ୟବୀର ସେହୱାଗ୍

ସବୁଠୁ ବଡ଼ ଇନିଂସ୍ ଖେଳିଥିବା ଆର୍ଯ୍ୟବୀରଙ୍କୁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ବିବେଚିତ କରାଯାଇନାହିଁ। 

ଟିମ୍ ର ଦ୍ରୁତ ବୋଲର ଇଶାନ ସୂଦ୍ ବହୁତ କଞ୍ଜୁସ୍ ବୋଲିଂ କରି ୧୦ ଓଭରରେ ୩ ୱିକେଟ୍ ନେଇଛନ୍ତି। 

ଏହି ସମୟରେ ସେ ୧.୮୦ ଇକୋନୋମିରେ ମାତ୍ର ୧୮ ରନ୍ ଦେଇଛନ୍ତି। 

ଇଶାନ ୪ ମେଡେନ୍ ଓଭର ପକାଇଛନ୍ତି। ଯଦିଓ ଅର୍ଜୁନ ରାଜପୁତ ମଧ୍ୟ ୩ ୱିକେଟ୍ ନେଇଛନ୍ତି। କିନ୍ତୁ ସେ ମାତ୍ର ୫ ଓଭର ବୋଲିଂ କରିଥିଲେ। 

ପୁରା ୧୦ ଓଭର ପକାଇବା ଯୋଗୁଁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ପୁରସ୍କାର ଇଶାନଙ୍କୁ ଦିଆଯାଇଛି।