ଅରାଜକତା ଆଡ଼କୁ ଗତି କରୁଛି ଓଡ଼ିଶା: ବିଜେଡି

May 9, 2026 - 19:46
 6
ଅରାଜକତା ଆଡ଼କୁ ଗତି କରୁଛି ଓଡ଼ିଶା: ବିଜେଡି

ଅରାଜକତା ଆଡ଼କୁ ଗତି କରୁଛି ଓଡ଼ିଶା: ବିଜେଡି

ଶାନ୍ତିପ୍ରିୟ ଓଡ଼ିଶା ଅଶ ଶାନ୍ତରେ ପ ପରିଣତ ହେଲାଣି

ମହିଳା ବିରୋଧୀ ଅପରାଧକୁ ରୋକିବାରେ ସରକାର ବିଫଳ

ଅପରାଧୀଙ୍କୁ ସରକାର ରାଜନୈତିକ ସୁରକ୍ଷା ଦେଉଛନ୍ତି

ଭୁବନେଶ୍ୱର, ୦ ୦୯/୦୫/୨୦୨୬: ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୦ ଦିନର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନଶୃଙ୍ଖ ଶୃଙ୍ଖଳା ସ୍ଥିତି ୟୁପି, ବିହାରକୁ ଟପିଗଲାଣି କହି ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳ ମ୍ମିଳନୀରେ ରେ ଦଳର ର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗତ ୧୦ ଦିନ ଭିତରେ ରାଜ୍ୟ ରାଜ୍ୟରେ ଘଟିଥିବା ହତ୍ୟା ଓ ହିଂସାକ ହିଂସାକାଣ୍ଡ ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ, ରାଜ୍ୟରେ ସତେ ଯେମିତି ଆଇନର ଶାସନ ନଥିବା ଭଳି ସାଧାରଣ ରଣ ଜନତା ଅନୁଭବ କରୁଛନ୍ତି । ଢେଙ୍କାନାଳ ଳରେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ହିଞ୍ଜିଳିରେ ୩ ବର୍ଷର ଝିଅ ସାମ୍ନାରେ ତାର ଗର୍ଭବତୀ ମାଆ ମାଆକୁ ହତ୍ୟା, କଣାସରେ ଯୁବକଙ୍କୁ ସ୍ତ୍ରୀ ସ୍ପଷ୍ଟ ଦିବାଲୋକରେ ହତ୍ୟା ଉଦ୍ୟମ, ନିକଟରେ ବାଳି ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ସ୍ଵାଇଁଙ୍କୁ ହତ୍ଯା ଘଟଣା ସୂଚାଉଛି, ଏହି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସୌମ୍ୟଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ସାରେ, ତାଙ୍କ ତ ପୁଅ ଜଣେ ପୋଲିସ୍ ଏଡିଜିଙ୍କ ଜିମ୍‌ରେ ଟ୍ରେନର ଭାବେ କାମ କରୁଥିଲେ । ସେହି ଏଡିଜିଙ୍କର ସମଗ୍ର ଭୁବନେଶ୍ବରର ରର ଅନେକ ସ୍ଥାନରେ ନରେ ଜିମ୍ ଜିମ୍ ବ୍ୟବସାୟ ଥିଲା । ଏତଦ୍‍ବ୍ୟତୀତ ତାଙ୍କର ଟ୍ରକ ବ୍ୟବସାୟ ଥିଲା । ଏହି କଥା କ’ଣ ପୋଲିସ୍ ମହାନିର୍ଦ୍ଦେଶକ ଜାଣିପାରୁ ନଥିଲେ ? ଯଦି ରାଜ୍ୟର କର୍ତ୍ତବ୍ୟରତ ପୋଲିସ୍ ମାନେ ବ୍ୟବସାୟରେ ଲିପ୍ତ ରୁହନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସ୍ଵାଭାବିକ ।

ଡ଼ ସାମନ୍ତସିଂହାର ଆହୁରି କହିଥି ହିଥିଲେ ଯେ, ଗତକାଲି ତକାଲି ମା ମାତ୍ର ୨୦ ହଜାର ଟଙ୍କା ପାଇଁ ସେହି ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ପ ପଥରରେ ଛେଚି ହତ୍ୟା କରାଯାଇଛି । ଏ ସମସ୍ତ ଅପରାଧରେ ସଂଶ୍ଳିଷ୍ଟ ଥିବା ମୁଖ୍ୟ ଆସାମ ଆସାମୀ ମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ୍ ଗିରଫ କରିବାରେ ବିଫଳ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ଅପରାଧୀମାନେ ସରକାରଙ୍କ ରାଜନୈତିକ ସୁରକ୍ଷା ବଳୟ ଭିତରେ ରହୁଛନ୍ତି । ଯେଉଁ ରାଜ୍ୟ ଶାନ୍ତିପ୍ରିୟ ରାଜ୍ୟ ଭାବେ ସମଗ୍ର ଭାରତବର୍ଷରେ ସୁନାମ ଅର୍ଜନ କରିଥିଲା, ବିଜେପି କ୍ଷମତାକୁ ଆସିବା ପରେ ସେହି ରାଜ୍ୟ ଅଶାନ୍ତରେ ପରିଣତ ହେବା ସହିତ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ଆମେରିକା ଭଳି ରାଷ୍ଟ୍ର ତାଙ୍କ ନାଗରିକ ମାନ ମାନଙ୍କୁ ଆଡ଼ଭାଇଜରୀ ଜାରି କରି ଓଡ଼ିଶାକୁ ନ ଯିବା ପାଇଁ ମନା କରୁଛନ୍ତି ।

ଜଗତସିଂହପୁର ଜିଲ୍ଲା ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ଲୋରା ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ବଢ଼ିଚାଲିଥିବା ହିଂସା ଓ ନାରୀ ନିର୍ଯାତନା ରୋକିବାରେ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି । ଗୃହ ବିଭାଗ ଦାୟିତ୍ବରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଯଦି ଆଇନ ଶୃଙ୍ଖଳା ସମ୍ଭାଳି ପାରୁନାହାନ୍ତି, ତାହେଲେ ତୁରନ୍ତ ସେହି ସହି ବିଭାଗ ଅନ୍ୟ କାହାକୁ କୁ ହସ୍ତାନ୍ତର କରନ୍ତୁ । ଭାରତୀୟ ଜନତା ପାର୍ଟି ସରକାରଙ୍କ ଅପାରଗତାକୁ ଲୁଚାଇବା ପାଇଁ ରାଜନୈତିକ ବୟାନବାଜି ବନ୍ଦ କରନ୍ତୁ ।