୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ନବୀନ ସରକାରଙ୍କୁ ପ୍ରତ୍ୟାଖାନ କରିବେ : ବି.ଭି. ଶ୍ରୀନିବାସ

ଭୁବନେଶ୍ଵର : ଆଜି ପ୍ରବେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟର କ୍ୟା'ଟିନ ଛଳରେ 'ନବୀନ କଟାଅ ଓଡ଼ିଶା ବଂଚାଅ' ବିକ୍ଷୋଭ ସଭା ଆୟୋଜିତ ହେବା ସ‌ହ 'ନବୀନ ନିବାସ ଘେରାଉ ରାଏଲି ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଖୁଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିବାସ ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇଥିଲେ । ପ୍ରଥମେ ଶ୍ରୀ ଶ୍ରୀନିବାସଙ୍କୁ ଭୁବନେଶ୍ଵର ବିମାନ ବନ୍ଦର ଠାରେ ବହୁ ଯୁବ କଂଗ୍ରେସ ନେତୃବୃନ୍ଦ ଓ ଜର୍ମୀ ସ୍ବାଗତ ସମ୍ବର୍ଜନା ଦେଇଥିଲେ । ଏହାପରେ ମାଷ୍ଟର କ୍ୟା'ଟିନ ଛଳରେ 'ନଦୀନ ହଟାଅ, ଓଡ଼ିଶା ବଂଚାଅ ସମାବେଶରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀ ବିଭି ଶ୍ରୀନିବାସ କହିଥିଲେ ଯେ କେନ୍ଦ୍ରରେ ଓ ଓଡ଼ିଶାରେ ରାଙ୍ଗାବିଲ୍ଲାର ସରକାର ଚାଲିଛି । ଶ୍ରୀନିବାସ ଓଡ଼ିଶାରେ ‘ନବୀନ-ମୋଦୀ'ଙ୍କର ସରକାର ଚାଲିଛି ବୋଲି କହିଥିଲେ । ଏହି ସରକାରକୁ ରାଙ୍ଗାବିଷ୍ଣୁ ସରକାର କହି ସେ ତାଛଲ୍ୟ କରି କହିଥିଲେ I ମୋଦୀ ଓ ନବୀନଙ୍କର ନୀତି ନିଷ୍ପତି ଗୋଟିଏ ବୋଲି ସେ କଷ୍ଟ କରିଥିଲେ । ଓଡ଼ିଶାର ଉଚ୍ଚଶିକ୍ଷା ନିଗ୍ରୀଧାରୀ ଶିକ୍ଷିତ ଯୁବକମାନେ ଓଡ଼ିଶା ବାହାରେ ଯାଇ ବଂଟିବା ପାଇଁ ସଂଘର୍ଷ କରୁଛନ୍ତି । ଯେକୌଣସି ଛୋଟିଆ ଚାକିରୀଟିଏ କରି ଜୀବିକା ନିର୍ବାହ କରୁଛନ୍ତି । ତା'ର କାରଣ ନବୀନ ସରକାର ସେମାନଙ୍କୁ କର୍ମ ସଂସ୍ଥାନ ବା ନିଯୁକ୍ତି ଯୋଗାଇ ପାରୁନାହାନ୍ତି । ନବୀନ ଘରକାର ବର୍ଷକୁ ଯେଉଁ ଦୁଇ ଲକ୍ଷ ନିଯୁକ୍ତି ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥୁରେ ସଂପୂର୍ଣ ବିଫଳ ହୋଇଛନ୍ତି । ଓଡ଼ିଶାରେ ସ୍ବାସ୍ଥ୍ୟବ୍ୟବସ୍ଥା ବିପର୍ଯ୍ୟସ୍ତ । ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ସେବାରେ ୫୦ ପ୍ରତିଶତ ଡାକ୍ତର ନାହାନ୍ତି । ନବୀନ ସରକାର ଚାଷୀକୁ ଧୋକା ଦେଇଛନ୍ତି । ଏଠି ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ଓଡ଼ିଶାର ଢାଞ୍ଚା ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଗରୀବ । ଏଠି ମହିଳାମାନଙ୍କୁ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରୁନାହାନ୍ତି । ନବୀନ ସରକାର ଦୁର୍ନିତିରେ ବୁଡ଼ି ରହିଛି । ଖଣି, ଡାଲି, ପାଣି, ଜମି, ବିଫଣ୍ଡ ଓ ଛାତ୍ରବୃତି ଦୁର୍ନୀତି ପାଇଁ ଜନସାଧାରଣରେ ନବୀନ ସରକାର ନିନ୍ଦିତ । ଓଡ଼ିଶାର ସାଧାରଣ ଜନତା ଏବେ କଂଗ୍ରେସକୁ ସମର୍ଥନ କରିବା ପାଇଁ ସଂବଳ ନେଇଛନ୍ତି । ୨୦୨୪ ନିର୍ବାଚନ ଏଠାରେ କଂଗ୍ରେସକୁ ଲୋକ କ୍ଷମତାସୀନ କରିବେ । ଅନ୍ୟପକ୍ଷରେ ମୋଦୀ ଓ ନବୀନଙ୍କ ଭିତିତି ସଂପର୍କ ପଦାରେ ଧରାପଡ଼ିଛି । ଯେତେ ଲୁଚାଇଲେ ବି ଲୁଚୁ ନାହିଁ । କାରଣ ମୋଦୀ ସରକାରଙ୍କର ସବୁ ନିଷ୍ପତି ନବୀନ ସରକାର ଆଖୁକୂଳି ସମର୍ଥନ କରୁଛନ୍ତି । ବର୍ଷକୁ ୨ କୋଟି ନିଯୁତିରେ ପ୍ରତିଶ୍ରୁତି ଦେଇ ମୋଦୀ ଦେଶର ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି । ଅଗ୍ନିବୀର୍ ଯୋଜନା ନେବନ ବେକାର ଯୁବଳମାନଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ । ମୋଦୀ ସରକାର ଏକ ଚାଷୀ ହତ୍ୟାକାରୀ ସରକାର । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଉଭୟ ମୋଦୀ ଓ ନବୀନ ସରକାର ଭୟର୍ବିତ । ନ୍ୟାୟ ଯୋଡ଼ ଯାତ୍ରାକୁ ସାଧାରଣ ଜନତା ବିପୁଳ ସମର୍ଥନ ଦେଇଛନ୍ତି । ଏହି ଯାତ୍ରା ଉପେକ୍ଷିତ ଯୁବ ସମାଜ, ପ୍ରତାରିତ ନାରୀ, ଶୋଷିତ ଚାଷୀ ଏବଂ ଅତ୍ୟାଚାରିତ ଜନତା ଓ ଦରଦାମ୍ ବୃଦ୍ଧିକୁ ନେଇ ଅସନ୍ତୋଷର ଏକ ପ୍ରତିଫଳନ । ମୋଦୀ ଓ ନବୀନ ସରକାରରେ ଶାସନ କଳର ଅପପ୍ରୟୋଗ କରାଯାଇ ବିରୋଧ ଦନର କଣ୍ଟରୋଧ କରାଯାଉଛି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଞ୍ଜିତ ପାତ୍ର କହିଥିଲେ ଯେ ନବୀନ ସରକାର ଓଡ଼ିଶାର ଯୁବକମାନଙ୍କର ଶତ୍ରୁ । କାରଣ ଦୀର୍ଘ ୨୪ ବର୍ଷ ଶାସନରେ ସେ ଯୁବକମାନଙ୍କର ସ୍ୱାର୍ଥ ପ୍ରତି ନିଘା ଦେଇନାହାନ୍ତି । ୨୦୧୯ -ନିର୍ବାଚନ ପୂର୍ବରୁ ବିଜୁ ଯୁବବାହ‌ନ ଘୋଷଣା କଲେ ଏବେ ନିଜୁ ଯୁବ ବାହିନ ବନ୍ଦ ହୋଇଛି । ସେହିପରି ଯୁବ ଭୋଟରଙ୍କୁ ହାତେଇବା ପାଇଁ ଯେଉଁ ‘ସ୍ୱୟଂ' ଯୋଜନା ହୋଇଛି ୨୦୨୪ ନିର୍ବାଚନ ପରେ ସେ ଯୋଜନା ଆଉ ନଥୁବ । ଓଡ଼ିଶାର ଯୁବକମାନେ ରାଜ୍ୟ ବାହାରେ ଦାଦନ ଖଟୁଥିବାବେନେ, ଆନ୍ଧ୍ରରେ ଲଟଭାଟିରେ ପଶୁଭଳି ବଂଟୁଥିବାବେଳେ ନବୀନ ସରକାରକୁ ଓଡ଼ିଶା ଯୁବକ କାହିଁକି ସମର୍ଥନ ଦେବେ । ଓଡ଼ିଶାର ଖଣିକ ସମ୍ପଦକୁ ଲୁଟ୍ କରୁଥିବା ଶିଳ୍ପପତିଙ୍କ ଶିଳ୍ପରେ ଓଡ଼ିଶାର ଯୁବକମାନଙ୍କର ନିଯୁକ୍ତିର ଅଧୁକାର ନାହିଁ । କାରଣ ସେହି ଶିଳ୍ପପତି ଓ ନବୀନ ସରକାରର ମଧୁଚନ୍ଦ୍ରିକା ଚାଲିଛି । ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା, ସରକାରୀ ଯୋଜନାର ବ୍ୟାପକ ଲୁଟ, କୃଷି ଓ କୃଷକର ସର୍ବନାଶ, ମହିଳା ଅତ୍ୟାଚାର ବୃଦ୍ଧି, ଉତ୍କଟ ବେଢାରୀ ଓ ଦାରିଦ୍ର୍ୟ ପାଇଁ ଓଡ଼ିଶାର ସାଧାରଣ ଜନତା ନବୀନ ସରକାର ଉପରୁ ଭରଷା ତୁଟାଇଛନ୍ତି । ଓଡ଼ିଶାର ଯୁବକମାନେ ନିଷ୍ପତି ନେଇଛନ୍ତି ‘ନବୀନ ହଟାଥ ଓ ଓଡ଼ିଶା ବଂଚାଅ କାରଣ ନବୀନ ପଟ୍ଟନାୟକ ରହିଲେ ଓଡ଼ିଶାର ସର୍ବନାଶ ହେଉଛି ଏବଂ ଓଡ଼ିଶାର ଜନତା ହରସର ହେଉଛନ୍ତି । ବିକ୍ଷୋଭ ସମାବେଶ ପରେ ଅଖ‌ିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ବି.ଭି. ଶ୍ରୀନିବାସଙ୍କ ସହ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଓ ଅନ୍ୟମାନେ ନବୀନ ନିବାସ ଘେରାଉ କରିବା ପାଇଁ ନବୀନ ନିବାସ ଅଭିମୁଖେ ଯାଉଥିବାବେଳେ ରାଜମହଲ ଛକ ଠାରେ ପୁଲିସ ସହ ଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀମାନଙ୍କ ସହ ଧସ୍ତାଧରି ହୋଇଥିଲା । ବହୁ ଯୁବ କଂଗ୍ରେସ କର୍ମୀ ଓ କର୍ମକର୍ତା ଗୀରଫ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିଁନିପତି, ସୁରେଶ କୁମାର ରାଉତରାୟ, ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ, ଶିବାନନ୍ଦ ରାୟ, ବିଶ୍ବଳିତ ଦାସ, ୟାସିର ନଳ, ପ୍ରକାଶ ମିଶ୍ର, ମନୋଜ ବିଶ୍ଵାଳ, ଆଲୋକ ଲେଙ୍କା, ଅଳୟ ସାହୁ, ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁର୍‌ଫାମ୍, ଅଭିଜିତ୍ ଜେନା, ସ୍ଵାଗତ କର, ଅମ୍ବେଶ ପରିଡ଼ା, ପ୍ରିୟବ୍ରତ ସାହୁ, ବିରଂଡି ବାଲିକ, କୃଷ୍ଣଚନ୍ଦ୍ର ମହାନ୍ତି, ଚେତାର ଦଳେଇ, ତପନ ଜାଣ୍ଡି, ଉଦିତ୍ ପ୍ରଧାନ, ସମ୍ରାଟ କେନା, ରଞ୍ଜନ କୁମାର ଦାସ, ଆଲୋକ କୁମାର ଦାସ, ହେମନ୍ତ ମହାପାତ୍ର, ସିଦ୍ଧାର୍ଥସ୍ୱରୂପ ଦାସ, ସୁତନ ରାଉତ, ଶୁରମ ଦାସ, ଶିଳ୍ପୀଶ୍ରୀ ହରିଚନ୍ଦନ, ସୋନୁ ଶ୍ରୀବାସ୍ତବ, ବନୀତା ଦାସ, ଭାଗ୍ୟଶ୍ରୀ ମହାନ୍ତି, ଶ୍ରୀଯାଗିତା ପଣ୍ଡା, ଅନନ୍ତ ସାମନ୍ତରାୟ, ରଞ୍ଜିତ ସେନାପତି, ସ୍କନ୍ଦନ ସ୍ବାଇଁ, ସୁଶ୍ରୀ ବେହେରା, ଆର୍ଯ୍ୟାନ ସାସମଲ ଓ ସନ୍ଦିପ ସାମନ୍ତରାୟ ଙ୍କ ସହ ଓଡ଼ିଶାର ସମସ୍ତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ କର୍ମକର୍ତାମାନେ ଯୋଗ ଦେଇଥିଲେ ।

୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ନବୀନ ସରକାରଙ୍କୁ ପ୍ରତ୍ୟାଖାନ କରିବେ : ବି.ଭି. ଶ୍ରୀନିବାସ