ଅର୍ଚ୍ଚନା, EDଙ୍କ ନିର୍ଦେଶ ଅବମାନନା ଯୋଗୁଁ ହେଲା ଚଢ଼ାଉ

Sep 12, 2025 - 19:15
 13
ଅର୍ଚ୍ଚନା, EDଙ୍କ ନିର୍ଦେଶ ଅବମାନନା ଯୋଗୁଁ  ହେଲା ଚଢ଼ାଉ

ଅର୍ଚ୍ଚନା ନାଗ ଏବେ ED କବଜାରେ| 

୨୦୨୨ ଅର୍ଥ କାରବାର ମାମଲାରେ ED ଅର୍ଚ୍ଚନା ଙ୍କ ଘରେ ଛାନ୍‌ଭିନ୍‌ ଚଳାଇଛନ୍ତି। 

ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା।

ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି। 

ନିର୍ଦ୍ଦେଶ ଅବମାନନା ପରେ ଇଡି ଘର ସିଜ କରିବା ପାଇଁ ପ୍ରସ୍ତୁତ ହେଉଛି।

ନିକଟରେ ଅଚର୍ଚ୍ଚା ତାଙ୍କ ସ୍ବାମୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସ୍ବାମୀଙ୍କ ନାମରେ ସେ ସଙ୍ଗୀନ ଅଭିଯୋଗ ଆଣିଥିଲେ।ରାତି ଗୋଟେରେ ସ୍ବାମୀ ଘରକୁ ପଶିବା ଘଟଣାରେ ମୁହଁ ଖୋଲି ଅର୍ଚ୍ଚନା ନାଗ କହିଥିଲେ।ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ କୁ ଡାକିଲା ପରେ, ସେ (ଜଗବନ୍ଧୁ) ପୋଲିସ ଆଗରେ ମୋ ଫୋନକୁ ଛେଚି ଦେଇଥିଲା ଓ ମୋ ଚୁଟି ଘୋଷାଡ଼ି ମୋତେ ମାଡ଼ ମାରିଲା ବୋଲି ଅର୍ଚ୍ଚନା ଅଭିଯୋଗ କରିଥିଲେ |