ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ାଉତ୍ସବ ଉଦ୍ଯାପିତ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ାଉତ୍ସବ ଉଦ୍ଯାପିତ
ଭୁବନେଶ୍ବର ୦୫/୦୩- ଦୃଢ଼ ଇଚ୍ଛାଶକ୍ତି ଆଉ ସଂକଳ୍ପଭରା ଆଭିମୁଖ୍ୟ ଆମକୁ ଆମର ଲକ୍ଷ୍ୟପଥରେ ପହଞ୍ଚାଇପାରେ ବୋଲି ଭାରତୀୟ ଦୃଷ୍ଟିବାଧୂତ କ୍ରିକେଟର ମହମ୍ମଦ ଜାଫର୍ ଇକ୍ବାଲ ମତବ୍ୟକ୍ତ କରିଛନ୍ତି । ଭାରତକୁ ଚାରିଥର ବିଶ୍ବଚମ୍ପିୟାନ୍ କରିବା ସହ ଓଡ଼ିଶା କ୍ରିକେଟ୍କୁ କ୍ରମାଗତ ଭାବେ ସଫଳତା ଦେଇଥିବା ଜାଫର୍ ଇକ୍ବାଲ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଖେଳପଡ଼ିଆରେ ଉଦ୍ଯାପିତ ପ୍ରତିଷ୍ଠାନର ଦୁଇଦିନିଆ ୬୧ତମ କ୍ରୀଡ଼ା ଉତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟଅତିଥ୍ ଭାବେ ଯୋଗଦେଇ କହିଲେ ଯେ ଦୃଷ୍ଟିଶକ୍ତି ହରାଇବା ତାଙ୍କ ପାଇଁ ଅଭିଶାପ ନୁହେଁ ଆଶୀର୍ବାଦ । ବିଦେଶରେ ବହୁ ଦେଶକୁ ହରାଇ ଦୃଷ୍ଟିବାଧୂତ କ୍ରିକେଟ୍ ପାଇଁ ଭାରତକୁ ଗୌରବ ଆଣିବାରେ ସେ ଗର୍ବଅନୁଭବ କରନ୍ତି । ପ୍ରତିଷ୍ଠାନର ଅଧ୍ଯକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ ଉଦ୍ଯାପନୀ ସମାରୋହରେ ସ୍ବାଗତସମ୍ଭାଷଣ ପ୍ରଦାନ କରି କ୍ରୀଡ଼ା ଆମକୁ ଶାରୀରିକ ଓ ମାନସିକ ସ୍ତରରେ ସୁସୁରଖେ ବୋଲି ମତ ଦେ ଦେଇ ଏବେ କ୍ରୀଡ଼ାକୁ ଜାତୀୟ ଶିକ୍ଷାନୀତି-୨୦୨୦ -୨୦୨୦ ଆଧାରରେ ଗୁରୁତ୍ବ ପ୍ରଦାନ କରାଯାଉଛି ବୋଲି କହିଥିଲେ ।
ଉଦ୍ଯାପନୀ ପନୀ ସମାରୋହରେ ପ୍ରତିଷ୍ଠାନର 'ପୃଥ୍ବୀ ହାଉସ୍'କୁ ଦଳଗ ଜଗତ ଶ୍ରେଷ୍ଠ ପ୍ରଦର୍ଶନ, ଅଲିଭା କୁଜୁର ବାଳିକା ଚମ୍ପିୟାନ୍ ୟାନ୍ ଓ କେ. ଓଭିନ୍ ସିଂଙ୍କୁ ବାଳକ ଚମ୍ପିୟାନ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଛାତ୍ରପରିଷଦ ଉପଦେଷ୍ଟା ପ୍ରଫେସର । ଲକ୍ଷ୍ମୀଧର ବେ ବେହେରା, କ୍ରୀଡ଼ା ପରିଷଦ ଆବାହକ ପ୍ରଫେସର ରମାକାନୁ ମହାଳିକ କ୍ରୀଡ଼ା ଉତ୍ସବକୁ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ବୃନ୍ଦାବ ଭୋଇ ଓ ମାନସରଞ୍ଜନ ପଣ୍ଡା ସହଯୋଗ କରିଥିଲେ । ଉଦ୍ଯାପନୀ ସମାରେହର ଶେଷରେ ଛାତ୍ର । ପରିଷଦର ଯୁଗ୍ମ ଉପଦେଷ୍ଟା ଲେଫ୍ଟନାଣ୍ଡ ପ୍ରଫେସର ରଶ୍ମିରେଖା ସେଠୀ ଧନ୍ୟବାଦାର୍ପଣ କରିଥିଲେ । ଡିଇଏସ୍ଏସ୍ଏନ୍ଧ୍ର ଅଧ୍ୟକ୍ଷ, ଯୁଗ୍ମ ଉପଦେଷ୍ଟା ଡ. କଳିଙ୍ଗ କେତକୀ ଉପସ୍ଥିତ ଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବର ପରିଚାଳନାରେ, ପ୍ରଫେସର ରୀତାଞ୍ଜଳି ଦାଶ, ଡ. ଅରୂପ କୁମାର ଶାହା, ଶ୍ରୀ ଫୁଲ ଚାନ୍ଦ ମୀନା,ପ୍ରଶାସନିକ ଅଧୂକାରୀ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘର ସଭାପତି ଡ. ହାଡିବନ୍ଧୁ ପଟ୍ଟନାୟକ, ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ପାତାଳସିଂହ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଛାତ୍ର ପରିଷଦର ଛାତ୍ରଛାତ୍ରୀ ପ୍ରତିନିଧୂ ଏହି କ୍ରୀଡ଼ା ଉତ୍ସବରେ ସହାୟତା କରିଥିଲେ । ଉଦ୍ଘାଟନୀ ଓ ଉଦ୍ଯାପନୀ ସମାରୋହରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଡ. ଦେବାଶିଷ ମହାପାତ୍ର, ଡ. ସରିତା ଏମ୍. ଓ ଡ. ସର୍ବେଶ କୁମାର ମୌର୍ଯ୍ୟ ।