ଜୀବନ ସଂଘର୍ଷ ମୟ...
ଜୀବନ ପ୍ରତିଦିନ ଆମକୁ ନୂଆ ନୂଆ ଦୃଶ୍ୟ ଦେଖାଏ–
•କେବେ ପ୍ରଶଂସା...
•କେବେ ସମାଲୋଚନା...
•କେବେ ସଫଳତା...
•କେବେ ସଂଘର୍ଷ...
ହେଲେ ଯେତେବେଳେ ଆମେ ପ୍ରତ୍ୟେକ ଦୃଶ୍ୟକୁ " *ଏହା ମୋ ସହିତ ଠିକ୍ ଘଟୁଛି* " ବୋଲି ଭାବିନେଉ...,
ସେତେବେଳେ ଆମେ କେବଳ ଏକ ଅଭିନେତା ପାଲଟିଯାଉ ଏବଂ ପ୍ରତ୍ୟେକ ପରିସ୍ଥିତି ଆମକୁ ବିଚଳିତ କରିଦିଏ।
କିନ୍ତୁ ଯେତେବେଳେ ଏହି ସ୍ମୃତି ଜାଗ୍ରତ ହୁଅ ଯେ–
"ମୁଁ ଏକ *ଶାନ୍ତ* ସ୍ବରୂପ ଆତ୍ମା... ମୁଁ ଏହି ଜୀବନ-ନାଟକର ସାକ୍ଷୀ,"
ସେହି ମୁହୂର୍ତ୍ତରେ ମନ ଏକଦମ୍ ହାଲୁକା, ଶାନ୍ତ ଓ ସ୍ଥିର ହୋଇଯାଏ।
ଜୀବନକୁ ଏକ ସୁନ୍ଦର ନାଟକ ପରି ଦେଖନ୍ତୁ।
ପ୍ରତ୍ୟେକ ଦୃଶ୍ୟ ଆସିବ...
ନିଜର ଭୂମିକା ପାଳନ କରିବ...
ତା'ପରେ ଚାଲିଯିବ।
ଦୃଶ୍ୟ ବଦଳୁଥାଉ,
କିନ୍ତୁ ଆପଣଙ୍କ ଆନ୍ତରିକ ସ୍ଥିତି ଯେପରି ନ ବଦଳୁ....।
ଦିନରେ ଅନେକ ଥର ମାତ୍ର ଗୋଟିଏ ସେକେଣ୍ଡ୍ ପାଇଁ ନିଜକୁ କୁହନ୍ତୁ—
"ମୁଁ ସାକ୍ଷୀ ଦ୍ରଷ୍ଟା, ଏହା କେବଳ ଗୋଟିଏ ଦୃଶ୍ୟ।"
ଏହି ସ୍ମୃତି ହିଁ ପ୍ରତ୍ୟେକ ପରିସ୍ଥିତିରେ ଆମକୁ ଶାନ୍ତି, ସ୍ଥିରତା ଏବଂ ସହଜତାରେ ରଖିଥାଏ।