ଇଗ୍ନେର ନାମଲେଖା ଅବଧୂ ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି
ଏବଂ ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନେ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧୂକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧୂକୁ ମଧ୍ଯ ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ପୁନଃ ପଞ୍ଜିକରଣ ପାଇଁ ଅତିରିକୁ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ | ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନାର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in | ଅଣ୍ଡର ଗ୍ରାଜୁଏଟ (BSCM) (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି | ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନା ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ | ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନା ୱେବସାଇଟରୁ ଡାଉନଲୋଡ କରାଯାଇପାରିବ | ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ଲୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରକୁ ନିମ୍ନଲିଖୂତ ଫୋନ କିମ୍ବା ଇ-ମେଲ ଜରିଆରେ ଯୋଗାଯୋଗ କରିବାପାଇଁ ଆଞ୍ଚଳିକ କେନ୍ଦ୍ରର ଅତିରିକୁ ନିର୍ଦ୍ଦେଶକ ଡ଼. ସନ୍ତୋଷ କୁମାର ପାଣିଗ୍ରାହୀ ଜଣାଇଛନ୍ତି ।
ଫୋନ-୦୬୭୪-୨୩୦୧୩୪୮, ୨୯୭୧୦୭୧
ବି. ଦ୍ର: ସାର୍ଟିଫିକେଟ ଏବଂ ସେମିଷ୍ଟର (Semester) ପ୍ରୋଗ୍ରାମରେ ନାମଲେଖା ଜୁଲାଇ ୨୦୨୫ ଶିକ୍ଷା ସତ୍ର ପାଇଁ ବନ୍ଦ ହୋଇଯାଇଛି |
admissionrc21@ignou.ac.in କୁ ଇ-ମେଲ୍-rcbhubaneswar@ignou.ac.in କରନ୍ତୁ।