ଜାତୀୟ ଶିକ୍ଷା ଦିବସ
ଭୁବନେଶ୍ବର,୧ ଶ୍ବର,୧୨.୧୧.୨୦୨୫; ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମବାର୍ଷିକୀ ଅବସରରେ ଚଳିତବର୍ଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ପକ୍ଷରୁ 'ଜାତୀୟ ଶିକ୍ଷା ଦିବସ' ଅନୁଷ୍ଠିତ ହୋଇଯାଇଛି । ଏହା ଛାତ୍ରଛାତ୍ରୀମାନଙ୍କୁ ନବୀନ ଏବଂ ଉଦୀ ଦୀୟମାନ ଶିକ୍ଷାଗତ ବିଷୟଗୁଡ଼ିକ ଉପରେ ତାଙ୍କ ଚିନ୍ତାଧାରା ଓ ଧାରଣା ମାଧ୍ଯମରେ ଅଭିବ୍ୟକ୍ତି ପ୍ରଦାନ କରିବାର ମଞ୍ଚ ଯୋଗାଇଥିଲା ।
ସମାରୋହ ହର ଅଧ୍ଯକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ, ପ୍ରିନ୍ସିପାଲ୍, ଆର.ଆଇ.ଇ. ଭୁବନେଶ୍ବର, ନିଜ ଅଭିଭାଷଣରେ ମୌଲାନା ଆଜାଦଙ୍କ ଜାତୀୟ ସଂହତି, ସମାନ ଓ ଅନୁର୍ଭୁକ୍ତିମୂଳକ ଶିକ୍ଷା ଦିଗରେ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଭାରତୀୟ ଜ୍ଞାନପରମ୍ପରା ଓ ସାଂସ୍କୃତିକ ସଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ସମ୍ବଦ୍ଧନରେ ଶିକ୍ଷକମାନଙ୍କ ଭୂମିକା ଉପରେ ମତ ପ୍ରକାଶ କରିଥିଲେ।
ମୁଖ୍ୟ ବକ୍ତା । ଭାବରେ ପ୍ରଫେସର ହୃଷୀକେଶ ସେନାପତି, ପ୍ରାକ୍ତନ ନିର୍ଦ୍ଦେଶକ, ଏନ.ସି.ଇ.ଆର.ଟି. ଓ ବର୍ତ୍ତମାନ ପ୍ରଫେସର, ଆର.ଆଇ.ଇ. ଭୁବନେଶ୍ବର, ଜାତୀୟ ବିକାଶରେ ସ୍କୁଲ ଶିକ୍ଷା ଏବଂ ଶିକ୍ଷକ ଶିକ୍ଷାର ଉଦୀୟମାନ ଭୂମିକା ଉପରେ ସାରଗର୍ଭିତ ବକ୍ତୃତା ପ୍ରଦାନ କରିଥିଲେ। ସେ । ଭାରତୀୟ ସଂସ୍କୃତିକ ଐତିହ୍ୟ ଓ ଶିକ୍ଷାଗତ ଗୁଣବତ୍ତା ବୃଦ୍ଧି ପାଇଁ ଭବିଷ୍ୟତର ଶିକ୍ଷକମାନଙ୍କ ଅଭିନ୍ନ ଅବଦାନ ଉପରେ ଗୁରୁତ୍ବାରୋପ । କରିଥିଲେ।
ପ୍ରତିଷ୍ଠାନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସିଦ୍ଧାନ୍ତ ଆର୍ଯ୍ୟ, ହୁମାଇରା, ଦେବସ୍ମିତା ଦାସ, ମହମ୍ମଦ ଅଲତାମଶ, ରାଜଲି ଝା, ଇଶିତା ପଣ୍ଡା, ଦେବାଶିଷ ଶିଷ କୁମାର, ଦୀପଶିଖା ଭୌମିକ, ସୋମା ଗାୟେନ ଏବଂ ଆଶିଷ ବେହେରା ମୌଲାନା ଆଜାଦଙ୍କ ବହୁମୁଖୀ ପ୍ରତିଭା, ଶିକ୍ଷା ଓ ଜାତୀୟ ୟ ବିକାଶରେ ତାଙ୍କ ଅବଦାନ ଉପରେ ନିଜ ମତାମତ ଓ ଅନୁଭବ ଅଭିବ୍ୟକ୍ତି କରିଥିଲେ।