ଇଗ୍ଲୋର ନାମଲେଖା ଅବଧୂ ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି

Mar 17, 2026 - 10:31
 13
ଇଗ୍ଲୋର ନାମଲେଖା ଅବଧୂ ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି

ଇଗ୍ଲୋର ନାମଲେଖା ଅବଧୂ ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି

ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନେ କର୍ତ୍ତୃପକ୍ଷ ଜାନୁଆରି-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧୂକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧୂକୁ ମଧ୍ଯ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି (ସାର୍ଟିଫିକେଟ୍ ଏବଂ ସେମିଷ୍କାର-ଆଧାରିତ ପାଠ୍ୟକ୍ରମ ବ୍ୟତୀତ) | ପୁନଃ ପଞ୍ଜିକରଣ ପାଇଁ ଅତିରିକୁ ୨୦୦/- ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ | ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନେର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ | ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in ଏବଂ ପୁନଃ ପଞ୍ଜିକରଣ ଲିଙ୍କ ହେଲା https://onlinerr.ignou.ac.in | ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥ‌ିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି | ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥ‌ିବେ ତେବେ ସେମାନେ ଇଗ୍ନା ତରଫରୁ ଦିଆଯାଉଥ‌ିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ | ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନା ୱେବସାଇଟରୁ ଡାଉନଲୋଡ କରାଯାଇପାରିବ | ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରକୁ ନିମ୍ନଲିଖୂତ ଫୋନ କିମ୍ବା ଇ-ମେଲ ଜରିଆରେ ଯୋଗାଯୋଗ କରିବାପାଇଁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି |

ଫୋନ-୦୬୭୪-୨୩୦୧୩୪୮, ୨୯୭୧୦୭୧