ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Feb 28, 2026 - 09:17
 12
ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଜରାୟୁ ଗ୍ରୀବା କର୍କଟ ବିଲୋପ କରିବା ଏବଂ ‘ସ୍ବସ୍ଥ ନାରୀ’ ଲକ୍ଷ୍ୟ ହାସଲ ଦିଗରେ ଆଗକୁ ବଢ଼ିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ

ନୂଆଦିଲ୍ଲୀ, ୨୭ ଫେବୃଆରୀ

ପ୍ରତିଷେଧକ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଦେଶର ଝିଅମାନଙ୍କ ଭବିଷ୍ୟତ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ଦିଗରେ ଆସନ୍ତାକାଲି ଏକ ଐତିହାସିକ ପଦକ୍ଷେପର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ଧାକାଲି ଦିନ ସାଢ଼େ ୧୧ଟା ସମୟରେ ରାଜସ୍ଥାନର ଅଜମେରରୁ ୧୪ ବର୍ଷ ବୟସର ଝିଅମାନଙ୍କ ପାଇଁ ଦେଶବ୍ୟାପୀ ହ୍ୟୁମ୍ୟାନ୍ ପାପିଲୋମାଭାଇରସ୍ (ଏଚପିଭି) ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ଭାରତର ଜନସ୍ବାସ୍ଥ୍ୟ ଯାତ୍ରାରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଏହା ନିରାକରଣ, ସୁରକ୍ଷା ଏବଂ ସମାନତାକୁ ଆଧାର କରି ମହିଳା ସ୍ବାସ୍ଥ୍ୟସେବାକୁ ମଜବୁତ କରିବା ସହିତ ‘ସ୍ଵସୁ ନାରୀ'ର ଲକ୍ଷ୍ୟକୁ ଆଗକୁ ବଢାଇବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବ।

ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ୧୪ ବର୍ଷ ବୟସର ପ୍ରାୟ ୧.୧୫ କୋଟି ଝିଅଙ୍କୁ ସାମିଲ କରାଯିବ। ନିର୍ଦ୍ଦିଷ୍ଟ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ ମାଗଣାରେ ଯୋଗାଇ ଦିଆଯିବ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପ-ଜିଲ୍ଲା ଏବଂ ଜିଲ୍ଲା ହସ୍ପିଟାଲ ଏବଂ ସରକାରୀ ମେଡିକାଲ କଲେ ଏବଂ ହସ୍ପିଟାଲରେ ଟିକାକରଣ କରାଯିବ।

ପ୍ରତ୍ୟେକ ଟିକାକରଣ ପର୍ଯ୍ୟାୟକୁ ତାଲିମପ୍ରାପ୍ତ ଚିକିତ୍ସା ଅଧୂକାରୀଙ୍କ ଦ୍ବାରା ତଦାରଖ କରାଯିବ ଏବଂ ଦକ୍ଷ ସ୍ବାସ୍ଥ୍ୟସେବା ଦଳ ଏଥିରେ ସହଯୋଗ ଯୋଗାଇ ଦେବେ। ସବୁ ସ୍ଥାନରେ କାର୍ଯ୍ୟକ୍ଷମ କୋଲ୍ଡ ଚେନ୍ ପଏଣ୍ଟ (ସିସିପି) ରହିବ ଏବଂ ୨୪ ଘଣ୍ଟିଆ ସରକାରୀ ସ୍ବାସ୍ଥ୍ୟ ସୁବିଧା ସହିତ ଏହାକୁ ଯୋଡ଼ଯିବ। ଏହା ଫଳରେ ଟିକାକରଣ ପରେ ଯେକୌଣସି ବିରଳ ପାର୍ଶ୍ଵପ୍ରତିକ୍ରିୟା ମାମଲାର ତୁରନ୍ତ ଚିକିତ୍ସା ସହାୟତା ଏବଂ ପରିଚାଳନା ସୁନିଶ୍ଚିତ ହୋଇପାରିବ।

ଟିକାକରଣ ସ୍ବେଚ୍ଛାକୃତ ହେବ ଏବଂ ପ୍ରଶାସନ ପୂର୍ବରୁ ପିତାମାତା/ଅଭିଭାବକଙ୍କଠାରୁ ସୂଚିତ ସମ୍ମତି ଆଣିବ।

ଏହି ସ୍ବତନ୍ତ୍ର ଅଭିଯାନ ତିନି ମାସ ପର୍ଯ୍ୟନ୍ତ ମିଶନ ମୋଡ୍‌ରେ ଚାଲିବ, ଯେଉଁ ସମୟରେ ଯୋଗ୍ୟ ଝିଅମାନେ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ପ୍ରତିଦିନ ଟିକା ଗ୍ରହଣ କରିପାରିବେ। ଏହା ପରେ, ନିୟମିତ ଟିକାକରଣ ଦିନଗୁଡ଼ିକରେ ଟିକାକରଣ କରାଯିବ।

ପୃଷ୍ଠ ପୃଷ୍ଠଭୂମି:

ଭାରତରେ ମହିଳାମାନଙ୍କ ମଧ୍ୟରେ ପ୍ରାୟତଃ ଦେଖା ଦେଉଥିବା କର୍କଟ ମଧ୍ୟରେ ଜରାୟୁ ଗ୍ରୀବା କର୍କଟର ସ୍ମା ସ୍ଥାନ ଦ୍ବିତୀୟ। ଗ୍ଲୋବୋକ୍ୟାନ ୨୦୨୨ର ତଥ୍ୟ ଅନୁଯାୟୀ ବାର୍ଷିକ ୧ ଲକ୍ଷ ୨୦ ହଜାରରୁ ଅଧୂକ ନୂତନ କର୍କଟ ମାମଲା এ๑° ପ୍ରାୟ ୮୦ ହଜାର ମୃତ୍ୟୁ ଘଟୁଛି। ବୈଜ୍ଞାନିକ ପ୍ରମାଣ ପ୍ରତି ପ୍ରତିପାଦିତ କରୁଛି ଯେ ପ୍ରାୟ ପ୍ରାୟ ସମସ୍ତ ମାମଲା ଉଚ୍ଚ-ବିପଦପୂର୍ଣ୍ଣ ପ୍ରକାରର ହ୍ୟୁମାନ ପାପିଲେ ଲୋମାଭାଇରସ୍ (ଏଚପିଭି)ରେ ଦୀର୍ଘସ୍ଥାୟୀ ସଂକ୍ରମଣ ଯୋଗୁଁ ହୋଇଥ ଟାଇପ୍ ୧୬ ଏବଂ ୧୮ ଭାରତ ରତରେ ଜରାୟୁ ଗ୍ରୀବା କର୍କଟର 80% ରୁ ଦାୟୀ। ଇଥାଏ। ବିଶେଷକରି ଅଧୂକ ମାମଲା ପାଇଁ

ଟିକାକରଣ ଏବଂ ପ୍ରାରମ୍ଭିକ ଯାଞ୍ଚ ଯାଞ୍ଚ ମା ମାଧ୍ୟମରେ ବହୁଳ ଭାବରେ ପ୍ରତିରୋଧ କରାଯାଇପାରୁଥିବା ସତ୍ତ୍ବେ, ଜରାୟୁ ଗ୍ରୀବା କର୍କଟ ପରିବାର ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଭାରୀ ବୋଝ ଲଦି ଚାଲିଛି। ଦେଶବ୍ୟାପୀ ଏଚପିଭି ଟିକାକରଣ କାର୍ଯ୍ୟକ୍ରମ କର୍କଟ ହେବା ପୂର୍ବରୁ ଏଚପିଭି ସଂକ୍ରମଣକୁ ପ୍ରତିରୋଧ କରି ଏହି ସମସ୍ୟାର ସିଧାସଳଖ ସମାଧାନ କରେ।

ଭାରତର ଜାତୀୟ କାର୍ଯ୍ୟକ୍ରମରେ ଏକ କ୍ବାଡ୍ରିଭାଲାଣ୍ଡ ଏଚପିଭି ଟିକା ଗାର୍ଡାସିଲ ବ୍ୟବହାର କରାଯିବ। ଏହା ଏଚପିଭି ଟାଇପ୍ ୧୬ ଏବଂ ୧୮ (ଯାହା ଜରାୟୁ ଗ୍ରୀବା କର୍କଟ ସୃଷ୍ଟି କରେ), ଏବଂ ଟାଇପ୍ ୬ ଏବଂ ୧୧ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ।

ଏଚପିଭି ଟିକା ବିଶ୍ବ ସ୍ବରରେ ସବୁଠାରୁ ବ୍ୟାପକ ଭାବରେ ଅଧ୍ୟୟନ କରାଯାଇଥ‌ିବା ଟିକା ମଧ୍ୟରୁ ଅନ୍ୟତମ। ୨୦୦୬ ପରଠାରୁ ସାରା ବିଶ୍ବରେ ୫୦ କୋଟିରୁ ଅଧୂକ ଡୋଜ୍ ଏହି ଦିଆଯାଇଛି। ଯେଉଁ ପ୍ରକାରର ଏଚପିଭି ଦ୍ବାରା ଜରାୟୁ ଗ୍ରୀବା କର୍କଟ ହୋଇଥାଏ ତାହାକୁ ଟିକା ଦ୍ବାରା ପ୍ରତିରୋଧ ରଖାଯାଇପାରିବ ବୋଲି ବୈଜ୍ଞାନିକ ପ୍ରମାଣ ମିଳିଛି । ଏହି ଟିକା କର୍କଟ ରୋକିବାରେ ୯୩ରୁ ୧୦୦% ପ୍ରଭାବ ପ୍ରଦର୍ଶନ କରିଛି।

ଜୁନ୍ ୨୦୨୨ରେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିକାକରଣ ଉପରେ ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଏକ୍ସପର୍ଟସ୍ (ସେଜ୍) ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଏକକ-ଡୋଜ୍ ସୂଚୀ ଦୁଇ-ଡୋଜ୍ ସୂଚୀ ସହିତ ତୁଳନୀୟ ସୁରକ୍ଷା ପ୍ରଦାନ କରେ। ଡିସେମ୍ବର ୨୦୨୨ରେ ଡବ୍ଲ୍ୟୁଏଚଓ ପୋଜିସନ୍ ପେ ପେପର୍ ୯-୨୦ ବର୍ଷ ବୟସର ଝିଅମା ଝିଅମାନଙ୍କ ପାଇଁ ସିଙ୍ଗଲ-ଡୋଜ୍ ସୂଚୀକୁ ଏକ ପ୍ରଭ ପ୍ରଭାବଶାଳୀ ଏବଂ କାର୍ଯ୍ୟକ୍ରମ ଦୃଷ୍ଟିରୁ ଲାଭଦାୟକ ବିକଳ୍ପ ଭାବରେ ସମର୍ଥନ କରିଥିଲା।

ଭାରତର ଆଭିମୁଖ୍ୟ ମୁଖ୍ୟ ଏହି ବିଶ୍ବସ୍ତରୀୟ ସୁ ସୁପାରିସ ଏବଂ ଟିକାକରଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ର ବିଶେଷଜ୍ଞ ମାର୍ଗଦର୍ଶନ ସହିତ ସମାନ ।

ଏହି ଶୁଭାରମ୍ଭ ସହିତ, ଭାରତ ୧୬୦ରୁ ଠରୁ ଅଧୂକ ଦେଶ ସହିତ ସହିତ ସାମିଲ ହେବ ଯେଉଁମାନେ ସେମାନଙ୍କର ର ଟିକାକରଣ କାର୍ଯ୍ୟସୂଚୀରେ ଏଚପିଭି ଟିକାକରଣ ପ୍ରଚଳନ କରିଛନ୍ତି। ୯୦ରୁ ଅଧୂକ

ର୍ଯ୍ୟକାରୀ କରୁଛନ୍ତି। ସେମାନେ ଦେଶ ସିଙ୍ଗଲ-ଡୋଜ୍ ଏଚପିଭି ଟିକାକରଣ କାର୍ଯ୍ୟସୂଚୀ କାର୍ଯ୍ୟକ ପ୍ରସାର, ସୁଲଭତା ଏବଂ କାର୍ଯ୍ୟକ୍ରମ ଦକ୍ଷତାକୁ ଉନ୍ନତ କରୁଛନ୍ତି

ପୂର୍ବରୁ କର୍କଟ ଆଶଙ୍କା ଥିବା ଘା' ଏବଂ ବ୍ୟାପକ ଏକ ଟିକାକରଣ ପରେ ଏଚପିଭି ସଂକ୍ରମଣ ହାର, ପୂର୍ବରୁ ଜରାୟୁ ଗ୍ରୀବା କର୍କଟ ଘଟଣାରେ ଯଥେଷ୍ଟ ଅଷ୍ଟ ହ୍ରାସ ଘଟି ଘଟିଥିବା ଅନେକ ଦେଶ ପୂର୍ବରୁ ରିପୋର୍ଟ କରିଛନ୍ତି ।