ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

Mar 8, 2026 - 11:48
 4
ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ଗତ କିଛି ମାସ ଧରି ନିଯୁକ୍ତିଦାତାଙ୍କ ଦ୍ବାରା ଏହି ଶ୍ରମିକମାନେ ଅକଥନୀୟ ଯାତନାର ସମ୍ମୁଖୂନ ହେଉଥିଲେ

ଏନଏଚଆରସି ୨୦ ଫେବୃଆରୀ ୨୦୨୬ରେ ମନ୍ତ୍ରଣାଳୟକୁ ପତ୍ର ଲେଖୁବା ପରଦିନ ४ ଜଣ ଶ୍ରମିକ ସ୍ବଦେଶ ଫେରିଥିଲେ

ନିଯୁକ୍ତିଦାତା ସେମାନଙ୍କର ଭାରତ ପ୍ରତ୍ୟାବର୍ତ୍ତନ ଖର୍ଚ୍ଚ ବହନ କରିଥିଲା

ଅବଶିଷ୍ ବଶିଷ୍ଟ ଦୁଇ ଜଣ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ହେଉଥ‌ିବା ପ୍ରୟାସ ସମ୍ପର୍କରେ ସୂଚନା ଦେଲା ବିଦେଶ ମନ୍ତ୍ରଣାଳୟ; ଥାଇଲ୍ୟାଣ୍ଡରେ ଭିସା ଅବଧୂ ଶେଷ ହେବା ପରେ ଅଧୂକ ସମୟ ରହିବା କାରଣରୁ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରୁଛନ୍ତି

ଜାତୀୟ ୟ ମାନବାଧୂକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିବା ଫଳରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗତ ଛିଅ ମାସ । ଧରି ନିଜର ନିଯୁକ୍ତିଦାତାଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଥିବା ଓଡ଼ିଶାର ୬ ଜଣ ଶ୍ରମିକଙ୍କୁ ମୁକ୍ତ କରାଯାଇପାରି ରିଛି। 90 ଫେବୃଆରୀ, ୨୦୨୬ରେ ଏନଏଚଆରସି ମନ୍ତ୍ରଣାଳୟକୁ ଚିଠି ପଠାଇବାର ପରଦିନ ଚାରି ଜଣ ଶ୍ରମିକଙ୍କୁ ଶ୍ରମିକଙ୍କୁ ଭାରତ ଫେରାଇ ଅଣାଯାଇଥିଲା। ସେମାନେ ନିଜ ନିଯୁକ୍ତିଦାତାଙ୍କ ଦ୍ବାରା ବୁକ୍ କରାଯାଇଥିବା ଏକ ବିମାନ ନରେ ବ୍ୟାକକରୁ କୋଲକାତାରେ ପହଞ୍ଚିଥିଲେ।

ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣ ପ୍ରଭାଗ ସୂଚନା ଦେ ଦେଇଛି ଯେ ସେମାନେ ଅବଶିଷ୍ଟ ଦୁଇ ଉଦ୍ଧାର ଶ୍ରମିକଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଥାଇଲ୍ୟାଣ୍ଡ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖୁଛନ୍ତି। ଏହି ଶ୍ରମିକମାନେ ସେମାନଙ୍କର ଭିସା ଅବଧୂ C ଠାରୁ ଅଧୂକ ସମୟ ଧରି ରହିଥ‌ିବା କାରଣରୁ ଆଇନଗତ

କାର୍ଯ୍ୟାନୁଷ୍ଠାନର ସାମ୍ନା କରୁଛନ୍ତି |

ସୂଚନାଯୋଗ୍ୟ, ୨୦ ଫେବୃଆରୀ ୨୦୨୬ରେ, ଏମ ଏନଏଚଆରସି ଏକ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଥାଇଲ୍ୟାଣ୍ଡରେ ବନ୍ଦୀ ଶ୍ରମିକମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ । ଏନଏଚଆ ଆରସିଙ୍କ ଠାରୁ ସୂଚନା ପାଇବା ପରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦକ୍ଷିଣ ପ୍ରଭାଗ ଥାଇଲ୍ୟାଣ୍ଡ କର୍ତ୍ତୃପ ରୂପକ୍ଷଙ୍କୁ ସେମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଥିଲା ଏବଂ ଯେଉଁ କମ୍ପାନୀରେ ଛଅ ଜଣ ଶ୍ରମିକଁ କାମ କରୁଥିଲେ ସେଠାକାର ମାଲିକଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲା ।

୧୭ ଫେବୃଆରୀ, ୨୦୨୬ ରେ, ଗଣମାଧ୍ୟମରେ ଏକ ଭିଡିଓ ପ୍ରକାଶ ପାଇଲା ଯେଉଁଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରମିକମାନେ ସେମାନଙ୍କର ଦୁର୍ଦ୍ଦଶା ବର୍ଣ୍ଣନା ନା କରିଥିଲେ। ବ୍ୟାକକ ନିକଟସୁ ଏକ କାରଖାନାରେ ସେମାନଙ୍କୁ ମାଲିକ ବନ୍ଧକ ରଖୁଥିଲେ ଏବଂ ସେଠାରେ ସେମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା। ସେମାନଙ୍କୁ ପ୍ଲାଏଉଡ୍ କ କାରଖାନାରେ ବିନା ଦରମାରେ ଏବଂ ଉପଯୁକୁ ଖାଦ୍ୟ ବିନା ଦିନକୁ

୧୨ ଘଣ୍ଟା ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେମାନଙ୍କ ମାଲିକ ସେମା ମାନଙ୍କ ପାସପୋର୍ଟ ମଧ୍ୟ ଜବତ କରି ନେଇଥିଲେ।