ପଶ୍ଚିମ ଏସିଆର ଘଟଣାକ୍ରମକୁ ଦୃଷ୍ଟିରେ ରଖ୍ ପ୍ରମୁଖ କ୍ଷେତ୍ରଗୁଡ଼ିକ ବିଷୟରେ ସୂଚନା

Mar 23, 2026 - 10:06
 24
ପଶ୍ଚିମ ଏସିଆର ଘଟଣାକ୍ରମକୁ ଦୃଷ୍ଟିରେ ରଖ୍ ପ୍ରମୁଖ କ୍ଷେତ୍ରଗୁଡ଼ିକ ବିଷୟରେ ସୂଚନା

ପଶ୍ଚିମ ଏସିଆର ଘଟଣାକ୍ରମକୁ ଦୃଷ୍ଟିରେ ରଖ୍ ପ୍ରମୁଖ କ୍ଷେତ୍ରଗୁଡ଼ିକ ବିଷୟରେ ସୂଚନା

ଘରୋଇ ଏଲପିଜି ସିଲିଣ୍ଡରର ବିତରଣ ସ୍ବାଭାବିକ ରହିଛି; ଆତଙ୍କ ବୁକିଂ ହ୍ରାସ ପାଇଛି

ସରକାର ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜି ଆବଣ୍ଟନ ବୃଦ୍ଧି କରିଛନ୍ତି ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ସହ ପିଏନଜି ସମ୍ପ୍ରସାରଣକୁ ପ୍ରୋତ୍ସାହିତ କରିଛନ୍ତି

ବାଣିଜ୍ୟିକ ଏଲପିଜି ଆବଣ୍ଟନରେ ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲଗୁଡ଼ିକୁ ଦିଆଯାଇଛି ପ୍ରାଥମିକତା

ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକ ଉଭୟଙ୍କ ପାଇଁ ନୂତନ ପିଏନଜି ସଂଯୋଗ ସୁବିଧା କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଚଢାଉ ଜାରି ରହିଛି

ଭାରତରେ ବନ୍ଦର କାର୍ଯ୍ୟ ସ୍ବାଭାବିକ ରହିଛି ଏବଂ କୌଣସି ଭିଡ଼ ନାହିଁ

ଉପସାଗର ଏବଂ ପଶ୍ଚିମ ଏସିଆର ଘଟଣାକ୍ରମ ଉପରେ କଡ଼ା ନଜର ରଖାଯାଇଛି; ଭାରତୀୟ ପ୍ରବାସୀଙ୍କ ସୁରକ୍ଷାକୁ ଦିଆଯାଉଛି ସର୍ବାଧୂକ ପ୍ରାଥମିକତା

ପଶ୍ଚିମ ଏସିଆର ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖୁ, ଭାରତ ସରକାର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଏବଂ ଏହି କ୍ଷେତ୍ରରେ ଭାରତୀୟ ନାଗରିକମାନଙ୍କୁ ସହାୟତା ସହିତ ଜଡିତ ପଦକ୍ଷେପଗୁଡ଼ିକର ସଦ୍ୟତମ ସୂଚନା ନିମ୍ନରେ ବର୍ଣ୍ଣନା କରାଯାଇଛି।