ଏସିଆନ ପେଣ୍ଟସର ଭାରତୀୟ କ୍ରିକେଟ ର ଅଫିସିଆଲ କଲର ଭାବେ ସହଯୋଗୀତା...

Nov 29, 2025 - 19:24
 8
ଏସିଆନ ପେଣ୍ଟସର ଭାରତୀୟ କ୍ରିକେଟ ର ଅଫିସିଆଲ କଲର ଭାବେ ସହଯୋଗୀତା...

ଏସିଆନ୍‌ ପେଣ୍ଟ୍‌ସ୍‌ ଭାରତୀୟ କ୍ରିକେଟର ଅଫିସିଆଲ କଲର୍‌ ଭାବରେ ବିସିସିଆଇ ସହିତ ସହଯୋଗୀତା କଲା |

ଏହି ସହଯୋଗୀତା ଆଗାମୀ ତିନିବର୍ଷ ପାଇଁ ପୁରୁଷ, ମହିଳା ଏବଂ ଘରୋଇ କ୍ରିକେଟ ନିମନ୍ତେ ପରିବ୍ୟାପ୍ତ ରହିବ |

ସମଗ୍ର ଦେଶରେ କ୍ରିକେଟ କୁ ନେଇ ବିପୁଳ ଉତ୍ସାହ ପରିଲକ୍ଷିତ ହେଉଥିବାବେଳେ ଭାରତର ଅଗ୍ରଣୀ ପେଣ୍ଟ୍‌ ଏବଂ ଡେକୋର ବ୍ରାଣ୍ଡ୍‌ ‘ଏସିଆନ୍‌ ପେଣ୍ଟ୍‌ସ୍‌’ ଗର୍ବର ସହିତ ଭାରତୀୟ କ୍ରିକେଟର ଅଫିସିଆଲ କଲର୍‌ ପାର୍ଟନର ଭାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ସହଭାଗୀତା ସମ୍ପର୍କରେ ଘୋଷଣା କରିଛି । 

ତିିନିବର୍ଷ ନିମନ୍ତେ ଏହି ସହଯୋଗୀତା ଭାରତରେ ଖେଳାଯିବାକୁ ଥିବା ପୁରୁଷ, ମହିଳା ଏବଂ ଘରୋଇ ସିରିଜର ୧୧୦ଟି ମ୍ୟାଚ ନିମନ୍ତେ ପ୍ରଯୁଜ୍ୟ ରହିବ । ଏହି ସହଯୋଗ କ୍ରିକେଟ ସହିତ ଏସିଆନ୍‌ ପେଣ୍ଟ୍‌ସ୍‌ର ସମ୍ପର୍କକୁ ସୁଦୃଢ କରିବା ସହିତ କ୍ରିକେଟର ପ୍ରତ୍ୟେକ ରଙ୍ଗ ସହିତ ୧.୪ ବିଲିଅନ ଲୋକଙ୍କୁ ଯୋଡୁଛି ।

ଦୀର୍ଘ ଦଶନ୍ଧି ଧରି ଭାରତୀୟ ଘରଗୁଡିକରେ ଋଙ୍ଗ, ସୃଜନଶୀଳତା ଏବଂ ଭାବପ୍ରବଣତାକୁ ପାଳନ କରିଆସୁଥିବା ଏକ ବ୍ରାଣ୍ଡ୍‌ ଭାବରେ ଏସିଆନ୍‌ ପେଣ୍ଟ୍‌ସ୍‌ ଏବେ ରାଷ୍ଟ୍ରର ସର୍ବବୃହତ ରୁଚି ଓ ଆଗ୍ରହ ପାଲଟିଥିବା କ୍ରିକେଟକୁ ନିଜର ମଜଭୁତ ଉପସ୍ଥିତି ସମ୍ପ୍ରସାରିତ କରିଛି । 

ଏହି ଉଚ୍ଚ ପ୍ରଭାବଶାଳୀ ସହଯୋଗୀତା ପ୍ରେରଣା ଏବଂ ଅଭିବ୍ୟକ୍ତିର ସହଭାଗୀ ଇକ୍ତାଶକ୍ତି ଉପରେ ନିର୍ମିତ ଯାହା ରଙ୍ଗ ଓ କ୍ରିକେଟକୁ ସଂଯୁକ୍ତ କରୁଛି ତଥା ସମଗ୍ର ଭାରତରେ ପ୍ରଶଂସକମାନଙ୍କୁ ଏକତ୍ରିତ କରୁଛି । 

ଦୃଢ ନିଷ୍ପତ୍ତି ଠାରୁ ସ୍ପନ୍ଦନଶୀଳ ଅଭିବ୍ୟକ୍ତି ପର୍ଯ୍ୟନ୍ତ ଉଭୟ ଏସିଆନ୍‌ ପେଣ୍ଟ୍‌ସ୍‌ ଏବଂ ଭାରତୀୟ କ୍ରିକେଟ ପ୍ରକୃତ ନେତତ୍ୱ କିଭଳି ଦେଖାଯାଏ ତାହା ପ୍ରଦର୍ଶିତ କରୁଛନ୍ତି । 

ଏହା ଏକ ସୁଦୃଢ ସହଯୋଗୀତାକୁ ଜୀବନ୍ତ କରି ଗଢିତୋଳୁଛି ଯାହା କୋଟି କୋଟି ହୃଦୟକୁ ଏକତ୍ରିତ କରୁଥିବା ରଙ୍ଗକୁ ନେଇ ଖୁସି ମନାଉଛି ।

ଏହି ସହଯୋଗୀତା ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅମିତ ସିଙ୍ଗଲ, ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ, ଏସିଆନ୍‌ ପେଣ୍ଟ୍‌ସ୍‌ କହିଥିଲେ, “କ୍ରିକେଟ କୋଟି କୋଟି ହୃଦୟକୁ ଯୋଡୁଛି ଏବଂ ଆମେ ଏଭଳି ଏକ ମଞ୍ଚରେ ବିସିସିଆଇ ସହିତ ସହଯୋଗୀତା କରିବା ନେଇ ରୋମାଞ୍ଚିତ ଅନୁଭବ କରୁଛୁ ଯାହା ସେହି ଉତ୍ସାହକୁ ଜୀବନ୍ତ କରି ଗଢିତୋଳୁଛି । 

ଏସିଆନ୍‌ ପେଣ୍ଟ୍‌ସ୍‌ରେ ଆମେ ସର୍ବଦା ଜନସାଧାରଣଙ୍କ ଜୀବନ ଯାପନ, ଅନୁଭବ ଏବଂ ନିଜକୁ ଅଭିବ୍ୟକ୍ତ କରିବା ଦିଗକୁ ଏକ ରୂପ ପ୍ରଦାନ କରିବାରେ ରଙ୍ଗର ଶକ୍ତିରେ ବିଶ୍ୱାସ କରିଆସିଛୁ । 

ଏହି ସହଯୋଗୀତା ସେହି ବିଶ୍ୱାସକୁ ସୁଦୃଢ କରୁଛି । ବିସିସିଆଇ ସହିତ ଆମର ସହଯୋଗୀତା ଏକ ଉଲ୍ଲସିତ ନୂତନ ଅଧ୍ୟାୟ ହେବାକୁ ଯାଉଛି ଯେଉଁଥିରେ ଆମେ ଭାରତ ସର୍ବାଧିକ ଭଲ ପାଉଥିବା କ୍ରୀଡାର ହୃଦୟଙ୍କୁ ରଙ୍ଗର ଦୁନିଆଁ ଆଣିଦେବୁ । 

ଅଫିସିଆଲ କଲର୍‌ ପାର୍ଟନର୍‌ ଭାବରେ ଆମେ ଅର୍ଥପୂର୍ଣ୍ଣ ଭାବରେ ପ୍ରଶଂସକ ଏବଂ ଗ୍ରାହକଙ୍କ ସହିତ ନିୟୋଜିତ ରହିବାର ଅପେକ୍ଷା ରଖୁଛୁ । 

ତାହା ସହିତ କ୍ରିକେଟର ଉଦ୍ଦୀପନା ଏବଂ ଶକ୍ତିକୁ ନେଇ ଆନନ୍ଦ ପାଳନ କରିବା ଏବଂ କ୍ରୀଡାର ପ୍ରତ୍ୟେକ ମୁହୂର୍ତ୍ତ ସହିତ ସ୍ପନ୍ଦନଶୀଳତା ଓ ଆନନ୍ଦ ଯୋଗ କରିବାର ଆଗ୍ରହ ରଖୁଛୁ । 

ଏସିଆନ୍‌ ପେଣ୍ଟ୍‌ସ୍‌ରେ ଆମର ବିଶ୍ୱାସ ଯେ ବାସଗୃହଗୁଡିକ କେବଳ ସ୍ଥାନ ନୁହେଁ, ସେଗୁଡିକ ୧.୪ ବିଲିଅନ ସ୍ୱପ୍ନ ଏକ ଭାବରେ ଆନନ୍ଦରେ ବିଭୋର ହେଉଥିବାର ସ୍ଥଳ । 

ସାମୂହିକ ଆବେଗରେ ଆମେ ରଙ୍ଗର ଉଦେ୍ଦଶ୍ୟକୁ ସଂଯୋଗ ସହିତ ସମାନ ଭାବରେ ଲକ୍ଷ୍ୟ କରୁଛୁ । 

ଆମର ଅନେକ ଆକର୍ଷଣୀୟ ସମନ୍ୱୟ ରହିଛି, ଯାହା ଏହାକୁ କ୍ରିକେଟ ସହିତ ସର୍ବାଧିକ ରଙ୍ଗୀନ ସହଯୋଗୀତା ଭାବରେ ପ୍ରସ୍ତୁତ କରିବ|