ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ...

Aug 6, 2026 - 18:49
 5
ଓଡ଼ିଶାରେ ବର୍ଷାର ପ୍ରକୋପ  ବୃଦ୍ଧି ପାଇବ...

ଏହା ଆସନ୍ତା ଅଗଷ୍ଟ ୧୨ ପର୍ଯ୍ୟନ୍ତ ଜାରି ରହିବ 

ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି

ଏହାକୁ ନଜରରେ ରଖି ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଆସନ୍ତା ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। 

ବିଶେଷ କରି ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ିର ସତର୍କତା ଜାରି କରାଯାଇଛି।

ସେହିପରି କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, କୋରାପୁଟ, ନୟାଗଡ଼, ଯାଜପୁର, କଟକ, କଳାହାଣ୍ଡି ଏବଂ କେନ୍ଦ୍ରାପଡ଼ା ସମେତ ମୋଟ ୧୬ଟି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ହଳଦିଆ ସତର୍କତା (ୟେଲୋ ୱାର୍ଣ୍ଣିଂ) ଜାରି ହୋଇଛି।

ପାଣିପାଗ ବିଭାଗ ଲୋକମାନଙ୍କୁ ବର୍ଷା, ବଜ୍ରପାତ ଓ ଖରାପ ପାଗକୁ ଦୃଷ୍ଟିରେ ରଖି ଯାତ୍ରା କରିବା ବେଳେ ଏବଂ ବାହାରେ କାମ କରିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି।