ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ, ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଞ୍ଜାନିଆରେ...

Oct 7, 2026 - 08:19
 5
ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ, ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଞ୍ଜାନିଆରେ...

ତାଞ୍ଜାନିଆର ଆରୁଷାଠାରେ ଅନୁଷ୍ଠିତ ଆନ୍ତଃସଂସଦୀୟ ୟୁନିଅନ୍ (IPU)ର କାର୍ଯ୍ୟକାରୀ କମିଟି ବୈଠକରେ ଯୋଗଦେଲି।

IPUର ସଦସ୍ୟ ଥ‌ିବା ୧୮୩ଟି ଜାତୀୟ ସଂସଦରେ ମହିଳାଙ୍କ ଅଂଶଗ୍ରହଣକୁ କିପରି ଅଧୂକ ବୃଦ୍ଧି କରାଯାଇପାରିବ, ସେନେଇ ବିସ୍ତୃତ ଭାବେ ମୋର ମତ ରଖିଲି। କେତେକ ଜାତୀୟ ସଂସଦରେ ମହିଳାଙ୍କ ପ୍ରତିନିଧୂତ୍ବର ନିମ୍ନ ହାର ସମ୍ପର୍କରେ ମଧ୍ୟ ମାନ୍ୟବର ସଦସ୍ୟମାନଙ୍କୁ ଅବଗତ କରାଇଲି ।

ମହିଳାମାନେ ସମାଜର ଅଦ୍ଧାକାଶକୁ ଧାରଣ କରନ୍ତି। ତେଣୁ ସବୁଠାରେ ଶାସନ ବ୍ୟବସ୍ଥାରେ ସେମାନଙ୍କର ସକ୍ରିୟ ଓ ପ୍ରଭାବଶାଳୀ ଭୂମିକା ରହିବା ଆବଶ୍ୟକ।

ଭାରତୀୟ ସଂସଦରେ ପ୍ରଣୀତ ‘ନାରୀ ଶକ୍ତି ବନ୍ଦନ ଅଧୂନିୟମ' ସମ୍ପର୍କରେ ମଧ୍ୟ ଆଲୋଚନା କଲି, ଯାହା ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ସୁନିଶ୍ଚିତ କରିବାର ଉଦ୍ଦେଶ୍ୟ ରଖେ।

ଏହି ବିଷୟରେ ମୋର ମତାମତ ପ୍ରତି ସମସ୍ତ ମାନ୍ୟବର ସଦସ୍ୟଙ୍କ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଲା।

ଆଗାମୀ ଦିନରେ ଆରମ୍ଭ ହେବାକୁ ଥ‌ିବା IPUର ୧୫୩ତମ ସାଧାରଣ ସଭାରେ କେଉଁ କେଉଁ ବିଷୟ ଆଲୋଚନା ପାଇଁ ଗ୍ରହଣ କରାଯିବ, ସେନେଇ କାର୍ଯ୍ୟକାରୀ କମିଟି ବର୍ତ୍ତମାନ ଏଜେଣ୍ଡା ନିର୍ଦ୍ଧାରଣ କରୁଛି।