ଓଡ଼ିଶା ଗସ୍ତରେ ମୋହନ ଭାଗବତ...

Oct 11, 2026 - 17:12
 5
ଓଡ଼ିଶା ଗସ୍ତରେ  ମୋହନ ଭାଗବତ...

ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। 

ସେ ଆସନ୍ତାକାଲି ସମ୍ବଲପୁରରେ ଅପରାହ୍ନ ୪ଟାରେ ପହଞ୍ଚିବେ। 

ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ସେ କାଲି ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମରେ ମୋହନ ଭାଗବତ ଉପସ୍ଥିତ ରହିବେ।

କାର୍ଯ୍ୟକ୍ରମ ଜରିଆରେ ସେ ସ୍ୱୟଂସେବକଙ୍କୁ ମାର୍ଗଦର୍ଶନ କରିବେ। 

ଏନେଇ ସୂଚନା ଦେଇଛନ୍ତି ଆରଏସଏସ୍ (RSS)ର ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା