ଓଡ଼ିଶା ପାଇଁ ଗୌରବ: ଅଲ୍ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଡ୍ରାଇଭର୍ ଫେଡେରେସନ୍ର 'ସାଉଥ୍ ଇଷ୍ଟ ଜୋନ୍' ସଭାପତି ଭାବେ ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ମିଶ୍ର ନିର୍ବାଚିତ...
ନୂଆଦିଲ୍ଲୀସ୍ଥିତ 'ଅଲ୍ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଡ୍ରାଇଭର୍ ଫେଡେରେସନ୍' (All India Government Driver Federation) ର କାର୍ଯ୍ୟାଳୟରେ ସଂଘର ନବମ ଅଧିବେଶନ ସହ ଆସନ୍ତା ୩ ବର୍ଷ (୨୦୨୬-୨୦୨୯) ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ଭାରତ ସରକାରଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ, ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର (ଆଇ.ଏ.ଏସ୍.) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନିର୍ବାଚନ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି।
ଏହି ଜାତୀୟ ଅଧିବେଶନରେ ଭାରତର ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ସରକାରୀ ଗାଡ଼ି ଚାଳକ ସଂଘଗୁଡ଼ିକର ଶତାଧିକ ପ୍ରତିନିଧି/ମତଦାତା ଯୋଗ ଦେଇଥିଲେ।
*ରାଜ୍ୟ ପାଇଁ ଗୌରବ:*
ଓଡ଼ିଶା ସରକାରୀ ମୋଟର କର୍ମଚାରୀ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ମିଶ୍ର ଫେଡେରେସନ୍ର ୪ ଟି ଜୋନ୍ ମଧ୍ୟରୁ 'ସାଉଥ୍ ଇଷ୍ଟ ଜୋନ୍' (South East Zone) ର ସଭାପତି ଭାବେ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି।*
ଏହି ସଫଳତା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।
ଏହି ବିଜୟ ସହ ଆଜିଠାରୁ ସେ ଦେଶର ୮ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ — ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆଣ୍ଡାମାନ ଓ ନିକୋବର ର ସମସ୍ତ ସରକାରୀ ଗାଡ଼ି ଚାଳକ ସଂଘର ସଦସ୍ୟମାନଙ୍କ ବୃତ୍ତିଗତ ଓ ସାମୂହିକ ବିକାଶର ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି।